ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ବର ସବୁଠାରୁ ମହଙ୍ଗା ଫିଲ୍ମ, ଏତିକି ବଜେଟରେ ୨୦ଥର ହେବ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା

ନୂଆଦିଲ୍ଲୀ,୧୩/୫ :  ଫିଲ୍ମ କେତେ ଟଙ୍କା କଲେକ୍ସନ କରିଛି ଏବେ ଜଣାପଡ଼ିଯାଉଛି । ଫିଲ୍ମ ସମୀକ୍ଷକ କିମ୍ବା ନିଜେ ଫିଲ୍ମର ପ୍ରଡକ୍ସନ ହାଉସ ସୋସିଆଲ ମିଡ଼ିଆରେ ଏହି ସୂଚନା ସେୟାର କରୁଛନ୍ତି କି ତାଙ୍କ ଫିଲ୍ମ କେତେ କଲେକ୍ସନ କରିଛି । କିନ୍ତୁ ଫିଲ୍ମ ନିର୍ମାଣ କେତେ ଟଙ୍କାରେ ହେଉଛି ଏହା ସବୁବେଳେ ଜଣାପଡ଼ି ନ ଥାଏ । ଯଦି ଆପଣଙ୍କୁ କେହି ପଚାରେ କି ସବୁଠାରୁ ମହଙ୍ଗା ଫିଲ୍ମ କ’ଣ ତ ଆପଣ କେଉଁ ଫିଲ୍ମର ନାମ ନେବେ। କ’ଣ ସେହି ଫିଲ୍ମ ଓ୍ବାର କିମ୍ବା ଧୁମ ଏବଂ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ହେବ କିମ୍ବା ହଲିଉଡ଼ର ଜୁରାସିକ ପାର୍କ କିମ୍ବା ଅବତାର ଭଳି ଫିଲ୍ମ ହେବ । କିମ୍ବା ଆପଣ ଭାବୁଛନ୍ତି କି ଏଭେଞ୍ଜର ଫିଲ୍ମ ସବୁଠାରୁ ମହଙ୍ଗା ହେବ । ଯଦି ଆପଣଙ୍କ ଉତ୍ତର ଏହି ସବୁ ଫିଲ୍ମରେ ସୀମିତ ଆପଣ ଭୂଲ ଅଟନ୍ତି ।

ବିଶ୍ବର ସବୁଠାରୁ ମହଙ୍ଗା ଫିଲ୍ମରେ ପ୍ରଥମ ନମ୍ବରରେ ଅଛି ଏକ ହଲିଉଡ଼ ଫିଲ୍ମର ନାଁ । ଏହି ଫିଲ୍ମ ଷ୍ଟାର ଓ୍ବାର୍ସ-ଦ ଫୋର୍ସ ଅଫ ଅବେକନ୍ସ ଯାହାର ନାଁ ଏହି ରେକର୍ଡ଼ ଅଫିସିଆଲ ରହିଛି । ଏହି ଫିଲ୍ମ ୪୪୭ମିଲିୟନ ଡଲାରର ନେଟ ବଜେଟରେ ନିର୍ମାଣ ହୋଇଛି । ସୂଚନା ମୁତାବିକ ଯଦି ଭାରତୀୟ କରେନ୍ସିରେ ଆମେ କଥା ହେବା ତ ଏହାର ମୂଲ୍ୟ ରହିବ ୩୭,୩୧,୨୬,୦୯,୮୦୦.୦୦ଟଙ୍କା ଯାହାର ଗଣତି ବହୁ ହଜାର କୋଟିରେ ହୋଇଥାଏ । ମାତ୍ର ଯେତବେଳ ପର୍ଯ୍ୟନ୍ତ ଏହି ଲିଷ୍ଟ ଅଛି ସେତବେଳ ପର୍ଯ୍ୟନ୍ତ ଅବତାର- ଦ ଓ୍ବେ ଅଫ ଓ୍ବାଟରର ମୂଲ୍ୟ ଯୋଡ଼ା ଯାଇନାହିଁ । ଏହି ଫିଲ୍ମର ପ୍ରଡ଼କ୍ସନ କାଷ୍ଟ ବି ୩୫୦ମିଲିୟନ ଡଲାରୁରୁ ୪୫୦ମିଲିୟନ ଡଲାର ମଧ୍ୟରେ ହେବାର ସୂଚନା ରହିଛି ।

ପ୍ରଡକ୍ସନ କାଷ୍ଟ ହିସାବ ପୂର୍ବରୁ ସବୁଠାରୁ ମହଙ୍ଗା ଫିଲ୍ମ ଷ୍ଟାର ଓ୍ବାର୍ସ- ଦ ଫୋର୍ସ ଅଫ ଅବେକନ୍ସ ଅଟେ ତୃତୀୟ ସ୍ଥାନରେ ବି ଷ୍ଟାର ଓ୍ବାର୍ସ- ଦ ରାଇଜ ଅଫ ସ୍କାଇ ଓ୍ବାକର୍ସକୁ ହିଁ ସ୍ଥାନ ମିଳିଛି। ଦ୍ବିତୀୟ ନମ୍ବରରେ ଜୁରାସିକ ଓ୍ବାର୍ଲ୍ଡ- ଦ ଫଲନ କିଙ୍ଗଡମ୍ ଅଟେ । ଯାହାର ବଜେଟ ୪୩୨ମିଲିୟନ ଡଲାର ଅଟେ । ଚତୁର୍ଥ ନମ୍ବରରେ ଆସୁଥିବା ଦ ଫାଷ୍ଟ ଏକ୍ସ ୩୭୯ମିଲିୟନ ଡଲାର ଅଟେ । ପାଇରେଟ୍ସ ଅଫ ଦ କ୍ୟାରେବିୟନ- ଅନ ଷ୍ଟେ୍ରଂଜର ରାଇଟ୍ସ ୫ମ ନମ୍ବରରେ ଅଛି । ଯାହାର ପ୍ରଡକ୍ସନ କାଷ୍ଟ ୩୭୯ମିଲିୟନ ଡଲାର ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.