ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବେଙ୍ଗଲରେ ସର୍ବାଧିକ ଏବଂ କାଶ୍ମୀରରେ ସବୁଠୁ କମ୍‌ ମତଦାନ, ଓଡ଼ିଶାରେ ୬୩.୮୫% ଭୋଟିଂ

Image Courtesy: moneycontrol

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଜି ୧୦ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୯୬ ଆସନରେ ୬୨ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ନିର୍ବାଚନ ଆୟୋଗ ଅନୁସାରେ, ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ ଅଧିକ ମତଦାନ ପଶ୍ଚିମବଙ୍ଗରେ ହୋଇଥିବା ବେଳେ ସବୁଠୁ କମ୍‌ ମତଦାନ ଜାମ୍ମୁକାଶ୍ମୀରରେ ହୋଇଛି । ପଶ୍ଚିମବଙ୍ଗରେ ୭୬.୦୨ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଜାମ୍ମୁକାଶ୍ମୀରରେ ୩୬.୮୮ ପ୍ରତିଶତ ମତଦାନ ହୋଇଛି । ତେବେ ନିର୍ବାଚନ ଆୟୋଗଙ୍କ ଅନୁସାରେ, ସନ୍ଧ୍ୟା ୬ଟା ପରେ ଧାଡ଼ିରେ ଥିବା ଲୋକମାନେ ମତସାବ୍ୟସ୍ତ କରିଛନ୍ତି । 

 ଭୋଟର ଟର୍ଣ୍ଣଆଉଟ୍‌ ଆପ୍‌ରେ ଉପଲବ୍ଧ ସୂଚନା ଅନୁସାରେ, ଦେଶରେ ୯୬ଟି ଲୋକସଭା ଆସନରେ ୬୨.୯୪ ପ୍ରତିଶତ ଭୋଟିଂ ହୋଇଛି । ପଶ୍ଚିମବଙ୍ଗରେ ୭୬.୦୨%, ଆନ୍ଧ୍ର ପ୍ରଦେଶରେ ୬୮.୧୨%, ମଧ୍ୟ ପ୍ରଦେଶରେ ୬୮.୮୬%, ଓଡ଼ିଶାରେ ୬୩.୮୫%, ଝାଡ଼ଖଣ୍ଡରେ ୬୩.୪୪%, ତେଲଙ୍ଗାନାରେ ୬୧.୫୪%, ବିହାରରେ ୫୫.୯୨%, ଉତ୍ତର ପ୍ରଦେଶରେ ୫୭.୯୭%, ମହାରାଷ୍ଟ୍ରରେ ୫୨.୯୩% ଏବଂ ଜାମ୍ମୁକାଶ୍ମୀରରେ ୩୬.୮୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । 

 ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଉପାୟରେ ସଂପନ୍ନ ହୋଇଛି । ହେଲେ ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଚିମବଙ୍ଗର କେତେକ ସ୍ଥାନରେ ହିଂସାକାଣ୍ଡ ନେଇ ଖବର ସାମ୍ନାକୁ ଆସିଛି । ତେବେ ପୂର୍ବ ୩ଟି ପର୍ଯ୍ୟାୟ ନିର୍ବାଚନରେ ଯଥାକ୍ରମେ ୬୬.୧୪%, ୬୬.୭୧% ଏବଂ ୬୫.୬୮ ପ୍ରତିଶତ ମତଦାନ ହୋଇଥିଲା । ଆଜି ତେଲଙ୍ଗାନାର ସମସ୍ତ ୧୭ ସିଟ୍‌ରେ ଭୋଟିଂ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ୨୫ ଆସନ, ଉତ୍ତର ପ୍ରଦେଶ ୧୩, ବିହାର ୫, ଝାଡ଼ଖଣ୍ଡର ୪, ମଧ୍ୟ ପ୍ରଦେଶର ୮, ମହାରାଷ୍ଟ୍ରର ୧୧, ଓଡ଼ିଶାର ୪, ପଶ୍ଚିମବଙ୍ଗର ୮  ଏବଂ ଜାମ୍ମୁକାଶ୍ମୀରର ଗୋଟିଏ ସିଟରେ ମତଦାନ ହୋଇଛି । 

 

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.