ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖାଦ୍ୟ ସାମଗ୍ରୀକୁ ନେଇ ଚିନ୍ତାଜନକ ତଥ୍ୟ: ୪୦୦ ଖାଦ୍ୟ ସାମଗ୍ରୀରେ କୀଟନାଶକ ଏବଂ ଧାତୁ, ନିଷେଧ ଘୋଷଣା କରିଛି ୟୁରୋପୀୟ ୟୁନିଅନ

ନୂଆଦିଲ୍ଲୀ,୧୩/୦୫: ଆମେ ଯେଭଳି ଖାଇବା ସେଭଳି ହେବା । ଜ୍ଞାନର ଏହି କଥାଟି ଆମକୁ ସୁସ୍ଥ ଜୀବନ ଶୈଳୀ ଜୀଇଁବାରେ ପ୍ରେରଣା ଦେଇଥାଏ । କିନ୍ତୁ କ୍ୟାନସର ସୃଷ୍ଟି କରୁଥିବା ଉପାଦାନ ଆମେ ଖାଉଥିବା ଖାଦ୍ୟ ସାମଗ୍ରୀରେ ମିଶାଯିବାର ଖବର ନିଶ୍ଚିତ ଭାବେ ଚିନ୍ତାଜନକ। ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି କି ଗତ ୫ ବର୍ଷ (୨୦୧୯-୨୦୨୪) ମଧ୍ୟରେ ଭାରତରେ ତିଆରି ହୋଇ ଯାଉଥିବା ୪୦୦ ପ୍ରକାରର ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ୟୁରୋପୀୟ ୟୁନିଅନ ନିଷେଧ କରିଛି । ଉକ୍ତ ଖାଦ୍ୟ ସାମଗ୍ରୀରୁ କୀଟନାଶକ, ଧାତୁ ଓ ଫଙ୍ଗସ୍‌ ଭଳି ବିଭିନ୍ନ ପ୍ରକାର କ୍ଷତିକାରକ ଉପାଦାନ ମିଳିବା ପରେ ୟୁରୋପୀୟ  ୟୁନିଅନ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ୪୦୦ ସାମଗ୍ରୀ ମଧ୍ୟରୁ ୧୪ଟିରେ ମର୍କ୍ୟୁରି ଓ କାଡମିୟମ ଭଳି କ୍ଷତିକାରଣ ଉପାଦାନ ରହିଛି । ଯାହାକି ଆମ ଶରୀରର ଅଙ୍ଗକୁ କ୍ଷତି ପହଞ୍ଚାଇବ କିମ୍ବା ନଷ୍ଟ କରିଦେବ । ସେହିଭଳି ୨୧ଟି ସାମଗ୍ରୀରେ କାଡମିୟମ ଭଳି ଭାରୀ ଧାତୁ ରହିଛି । ଏହାକୁ ସେବନ କିମ୍ବା ଆଘ୍ରାଣ କରିବା ଫଳରେ ଘାତକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ । ଏହାର ଦୀର୍ଘକାଳୀନ ବ୍ୟବହାର କରିବା ଦ୍ୱାରା କିଡ୍‌ନୀ ନଷ୍ଟ ହେବା ସହ ହାଡ କ୍ଷତିଗ୍ରସ୍ତ ହେବା, ଶ୍ୱାସପ୍ରଶ୍ୱାସ ସମସ୍ୟା ଉପୁଜିବା ଓ ହୃଦ୍‌ରୋଗ ଭଳି ସମସ୍ୟା ଦେଖାଦେବାର ସମ୍ଭାବନା ମଧ୍ୟ ରହିଛି । ଅଧିକ ଦିନ ପର୍ଯ୍ୟନ୍ତ କାଡମିୟମ ମିଶାଯାଇଥିବ ଖାଦ୍ୟ ସାମଗ୍ରୀର ବ୍ୟବହାର କରିବା ଦ୍ୱାରା କ୍ୟାନସର ବିଶେଷକରି ଫୁସଫୁସ କର୍କଟ  ହେବାର ଆଶଙ୍କା ରହିଛି । ୫୯ଟି ଖାଦ୍ୟ ସାମଗ୍ରୀରେ କାର୍ସିନୋଜେନିକ ଭଳି କୀଟନାଶକ ଅଛି । ଯାହାକି କ୍ୟାନସର ସୃଷ୍ଟିକାରୀ ଉପଦାନ ଭାବେ ପରିଚିତ । ଚାଉଳ, ଜଡିବୁଟି ଓ ମସଲା ଭଳି ସାମଗ୍ରୀରେ ରାସାୟନିକ ଉପାଦାନ ଟ୍ରାଇସାଇକ୍ଲାଜୋଲ ରହିଛି । ଏଥିରେ କାର୍ସିନୋଜେନିକ ଓ ଜେନୋଟକ୍ସିକ ଉପାଦାନ ଥିବା କାରଣରୁ ୟୁରୋପୀୟ ୟୁନଅନ ଏହାକୁ ପୂର୍ବରୁ ନିଷେଧ କରିସାରିଛି । ସେହିଭଳି ୫୨ରୁ ଅଧିକ ଖାଦ୍ୟ ସାମଗ୍ରୀରେ ଏକରୁ ଅଧିକ କୀଟନାଶକ ଓ କବକନାଶୀ ରହିଛି । କେତେକ ସାମଗ୍ରୀରେ ୫ରୁ ଅଧିକ ଏଭଳି ଉପାଦାନ ରହିଥିବା ମଧ୍ୟ ଜଣାପଡିଛି ।

ସେହିଭଳି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି ୨୦ଟି ଖାଦ୍ୟ ସାମଗ୍ରୀରେ ୨-କ୍ଲୋରୋଇଥାନଲ ମିଳିଛି । ଯାହାକି ଏଥିଲିନ ଅକ୍ସାଇଡର ଏକ ବିଷାକ୍ତ ଉପଉତ୍ପାଦ । ଓକ୍ରାଟକ୍ସିନ-ଏ ନାମକ ଏକ ପ୍ରକାର ନିଷିଦ୍ଧ ଘୋଷିତ ମାଇକୋଟକ୍ସିନ ଲଙ୍କା, କଫି ଓ ଚାଉଳ ସହିତ ୧୦ଟି ଖାଦ୍ୟ ସାମଗ୍ରୀରେ ରହିଛି । ସତାବରି, ଅଶ୍ୱଗନ୍ଧା, ତିଳ ମଞ୍ଜି ବ୍ୟତୀତ ଆହୁରି ୧୦୦ରୁ ଅଧିକ ସାମଗ୍ରୀରେ ସାଲମୋନେଲା ନାମକ ଏକ ପ୍ରକାର କ୍ଷତିକାରକ ଉପାଦାନ ରହିଛି । ବାଦାମ ଦାନା ଓ ଅଖରୋଟ କ୍ରାକରରେ ଆଫ୍ଲାଟକ୍ସିନ୍ସ ନାମକ ଏକ ବିଷାକ୍ତ କାର୍ସିନୋଜେନ ଓ ନ୍ୟୁଟାଜେନ ରହିଛି ଯାହାକି ଲିଭରକୁ କ୍ଷତି ପହଞ୍ଚାଇବା ସହ କ୍ୟାନସର ମଧ୍ୟ ସୃଷ୍ଟି କରିବ । ସେହିଭଳି ଚାଉଳ ଗୁଣ୍ଡ ଓ ଧନିଆ ଗୁଣ୍ଡରେ କ୍ଲୋରୋପାଇରିଫସ ନାମକ ବିଷାକ୍ତ ଉପାଦାନ ରହିଛି । ଏହା ଏକ ପ୍ରକାର କୀଟନାଶକ, ଯାହାକି ପତ୍ର ଓ ମାଟିରେ ସୃଷ୍ଟି ହେଉଥିବା କେତେକ କୀଟଙ୍କୁ ମାରିବା ଲାଗି ପ୍ରୟୋଗ କରାଯାଇଥାଏ । ଏହାର ବ୍ୟବହାର ଫଳରେ ସ୍ନାୟବିକ ସମସ୍ୟା ଓ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ବିଶେଷକରି ପିଲାଙ୍କ ଠାରେ ଦେଖାଦେଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.