ପ୍ରମୁଖ ଖବର
  • ସାଲେପୁର : ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ବେପାରୀ ଫେରାର
  • ||
  • ଚାନ୍ଦବାଲିରୁ ଶାହାଙ୍କ ହୁଙ୍କାର । ଚିଟଫଣ୍ଡ ଦୁର୍ନୀତିଖୋରଙ୍କୁ ଜେଲ ପଠାଇବୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବୁ
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ଆଶଙ୍କାରେ ବିଦେଶୀ ନିବେଶକ, ୧୦ ଦିନରେ କାଢ଼ି ନେଲେଣି ୧୭ ହଜାର କୋଟି

ନୂଆଦିଲ୍ଲୀ,୧୩/୦୫: ଦେଶର ପୁଞ୍ଜି ବଜାରକୁ ନେଇ ଆଶଙ୍କାରେ ବିଦେଶୀ ପୋର୍ଟଫୋଲିଓ ନିବେଶକ । ଏହି ବର୍ଗର ନିବେଶକ ଲଗାତାର ଶେୟାର ବିକ୍ରି ଜାରି ରଖିଛନ୍ତି । ଏହାର ପ୍ରଭାବ ବଜାର ଉପରେ ଦେଖାଯାଇଛି । ଗତ ସପ୍ତାହରେ ବଜାରରେ  ହ୍ରାସ ଦେଖାଯାଇଛି । ବିଭିନ୍ନ ଶେୟାର  ଖସିବା ଯୋଗୁ ନିବେଶକଙ୍କୁ କ୍ଷତି ସହିବାକୁ  ପଡିଛି । ଚଳିତ ମାସ ୧୦ ଦିନରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)  ଦେଶର ପୁଞ୍ଜି ବଜାରରୁ ୧୭ ହଜାର କୋଟି  ଟଙ୍କା ପ୍ରତ୍ୟାହାର କଲେଣି ।  

ସାଧାରଣ ନିର୍ବାଚନ ଜନିତ ଅନିଶ୍ଚିତତା,  ଉଚ୍ଚ ମୂଲ୍ୟାଙ୍କନ ଏବଂ ଲାଭ ଆଶାରେ ଏହି  ବର୍ଗର ନିବେଶକ ଦେଶର ପୁଞ୍ଜି ବଜାରରୁ  ଅର୍ଥ ପ୍ରତ୍ୟାହାର କରୁଛନ୍ତି । ଏପ୍ରିଲରେ  ମରିସସ ଏବଂ ଭାରତ ମଧ୍ୟରେ ଟିକସ  ଚୁକ୍ତିର ସର୍ତ୍ତରେ ପରିବର୍ତ୍ତନ ଏବଂ ଆମେରିକା  ବଣ୍ଡ ଭଳି ପ୍ରସଙ୍ଗ ଗୁଡିକୁ ଧ୍ୟାନରେ ରଖି  ନିବେଶକ ମାନେ ବଜାରରୁ ୮୭୦୦ କୋଟି  ଟଙ୍କାର ପ୍ରତ୍ୟାହାର କରିଥିଲେ । 

ତେବେ ଚଳିତ ମାସ ୧୦ ଦିନରେ  ନିବେଶ ଅର୍ଥ ପ୍ରତ୍ୟାହାର ଏପ୍ରିଲ ମାସର  ପ୍ରତ୍ୟାହାର ଠାରୁ କଳିଯାଇଛି । ଏହା ପୂର୍ବରୁ  ଏଫ୍‌ପିଆଇ ମାର୍ଚ୍ଚରେ ୩୫,୦୯୮ କୋଟି  ଏବଂ ଫେବ୍ରୁଆରିରେ ୧୫୩୯ କୋଟି ଟଙ୍କାର  ନିବେଶ କରିଥିଲେ । ନିର୍ବାଚନ ପରେ  ଭାରତୀୟ କମ୍ପାନିଗୁଡିକର ଦୃଢ଼ ଆର୍ôଥକ  ଫଳାଫଳ ଯୋଗୁ ଏଫ୍‌ପିଆଇ ଭାରତୀୟ  ବଜାରରେ ନିବେଶ କରିପାରନ୍ତି ବୋଲି  ବଜାର ବିଶେଷଜ୍ଞ କହିଛନ୍ତି । ଟ୍ରେଡ ଜିନିର  ମୁଖ୍ୟ ପରିଚାଳନା ଅଧିକାରୀ ତ୍ରିବେଶ ଡି  କହିଛନ୍ତି, ନିର୍ବାଚନ ଫଳାଫଳ ସ୍ପଷ୍ଟ ହେବା  ଯାଏ ଏଫ୍‌ପିଆଇ ନିବେଶ ଉପରେ ସତର୍କତା  ନଜର ରଖିଛନ୍ତି । ଫଳାଫଳ ଉନ୍ନତ ରହିଲେ  ରାଜନୈତିକ ସ୍ଥିରତା ସ୍ଥିତିରେ ବିଦେଶୀ  ନିବେଶକ ଭାରତ ବଜାରରେ ବଡ ନିବେଶ  କରିପାରନ୍ତି । ଡିପୋଜିଟୋରୀ ଡାଟା ମୁତାବକ,  ବିଦେଶୀ ପୋର୍ଟଫୋଲିଓ ନିବେଶକ ଚଳିତ  ମାସ ଅଦ୍ୟାବଧି ୧୭,୦୮୩ କୋଟି ଟଙ୍କାର  ଶେୟାର ପ୍ରତ୍ୟାହାର କରିଛନ୍ତି ।  

ମର୍ଣ୍ଣିଂଷ୍ଟାର ଇନଭେଷ୍ଟମେଣ୍ଟ ରିସର୍ଚ୍ଚ  ଇଣ୍ଡିଆର ସହଯୋଗୀ ଏମ୍‌ଡି ହିମାଂଶୁ  ଶ୍ରୀବାସ୍ତବ କହିଛନ୍ତି, ଏଫ୍‌ପିଆଇଙ୍କ ଏଭଳି  ପୁଞ୍ଜି ପ୍ରତ୍ୟାହାର କ୍ଷେତ୍ରରେ ଅନେକ କାରଣ  ରହିଛି । ସାଧାରଣ ନିର୍ବାଚନ ଫଳାଫଳକୁ  ନେଇ ଅନିଶ୍ଚିତତା ଯୋଗୁ ଏହି ବର୍ଗର  ନିବେଶକ ସତର୍କତା ଆପଣାଉଛନ୍ତି । ଏହା  ପୂର୍ବରୁ ବଜାରକୁ ଆସିବାକୁ ସେମାନେ ବିଭିନ୍ନ  ଦିଗ ଉପରେ ସତର୍କତା ଆପଣାଉଛନ୍ତି ।

 ଆଲୋଚ୍ୟ ଅବଧିରେ ବିଦେଶୀ  ନିବେଶକ ଶେୟାର ବାଦ୍‌ ଋଣ ବା ବଣ୍ଡ୍‌  ବଜାରରୁ ୧୬୦୨ କୋଟି ଟଙ୍କା ପ୍ରତ୍ୟାହାର  କରିଛନ୍ତି । ଏହା ପୂର୍ବରୁ ଏହି ବର୍ଗର  ନିବେଶକ ବଣ୍ଡ୍‌ ବଜାରରୁ ୧୩,୬୦୨  କୋଟି, ଫେବ୍ରୁଆରିରେ ୨୨,୪୧୯ କୋଟି  ଏବଂ ଜାନୁଆରିରେ ୧୯,୮୩୬ କୋଟିର  ନିବେଶ ପ୍ରତ୍ୟାହାର କରିଛନ୍ତି । ୨୦୨୪ରେ  ଅଦ୍ୟାବଧି ମୋଟ ୧୪,୩୦୭ କୋଟି ଏହି  ବର୍ଗର ନିବେଶ ପ୍ରତ୍ୟାହାର କରିନେଲେଣି ।  

ଏଫ୍‌ପିଆଙ୍କର ନିବେଶ ପ୍ରତ୍ୟାହାର  ଯୋଗୁ ଉଭୟ ସେନ୍‌ସେକ୍ସ ଏବଂ ନିଫ୍ଟି ୨.୬%  ହ୍ରାସ ହୋଇଛି । ଜିଓଜିତ୍‌ ଫାଇନାନ୍ସିଆଲ  ସର୍ଭିସେସର ମୁଖ୍ୟ ନିବେଶ କୌଶଳ  ଅଧିକାରୀ ଭିକେ ବିଜୟ କୁମାର କହିଛନ୍ତି,  ୟୁଏସ୍‌ ବଣ୍ଡ୍‌ ବାଦ୍‌ ଚୀନ ଏବଂ ହଂକଂ ବଜାରର  ପ୍ରଭାବ ଭାରତ ଉପରେ ପଡିଛି । ଗତ ୧  ମାସରେ ନିଫ୍ଟି ୧.୫% ଖସିଥିବା ବେଳେ  ସାଂଘାଇ କମ୍ପୋଜିଟ ଏବଂ ହ୍ୟାଙ୍ଗସେଙ୍ଗ  ଯଥାକ୍ରମେ ୨.୬୨% ଏବଂ ୮.୮% ବୃଦ୍ଧି  ହୋଇଛି । ଚୀନ ଓ ହଂକଂ ବଜାର ଭଲ  ପ୍ରଦର୍ଶନ କରୁଥିବାରୁ ନିବେଶକ ସେହି ବଜାର  ଆଡକୁ ମୁହାଁଉଛନ୍ତି । ଏହା ବାଦ ଘରୋଇ  ସଂସ୍ଥାଗତ ନିବେଶକ (ଡିଆଇଆଇ) ମାନେ  ମଧ୍ୟ ନିର୍ବାଚନ ଫଳାଫଳକୁ ନଜରରେ ରଖି  କ୍ରୟ ବେଳେ ବିଭିନ୍ନ ଦିଗକୁ ଦେଖୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.