ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ବର୍ଷା ଦିନେ ହାଡ଼ଫୁଟି ଭୟ, ସରକାର ଦେଉନାହାନ୍ତି ଟିକା

Published By : Anindita Ratha | July 24, 2025 8:34 AM

ଭୁବନେଶ୍ବର,୨୪/୦୭:  ବର୍ଷା ଆଣିଛି ରାଜ୍ୟକୁ ରୋଗ ଭୟ । କୋଣ ଅନୁକୋଣରେ ବ୍ୟାପିଲାଣି ସଂକ୍ରମିତ ଓ ଅଣସଂକ୍ରମିତ ରୋଗ ।  ବିଭିନ୍ନ ରୋଗରେ ସଂକ୍ରମିତ ହୋଇ ରୋଗୀ ହସ୍ପିଟାଲ ଧାଇଁବାରେ ଲାଗିଛନ୍ତି ।  ଏହାରି ମଧ୍ୟରେ ରାଜ୍ୟରେ  ଏବେ ହାଡ଼ଫୁଟି ବ୍ୟାପିବାରେ ଲାଗିଛି। ବିଶେଷ କରି ବୟସ୍କ ବ୍ୟକ୍ତିମାନେ ଏଥିରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି।

ନଭେମ୍ବର-ଫେବ୍ରୁଆରୀ ମାସ ଭିତରେ ସାଧାରଣ ଭାବେ ହାଡ଼ଫୁଟି ବ୍ୟାପିଥାଏ। ମାତ୍ର ଏବେ ଜୁନ୍‌ ଓ ଜୁଲାଇ ମାସରେ ମଧ୍ୟ ରାଜ୍ୟରେ ବହୁ ସଂଖ୍ୟାରେ ରୋଗୀ ଏଥିରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ତେଣୁ ‌ରୋଗ ସଂକ୍ରମଣ ପ୍ରକ୍ରିୟାରେ ଏଭଳି ପରିବର୍ତ୍ତନ ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ।  ଭାରିସେଲାଜୋଷ୍ଟର ଭୂତାଣୁ ଯୋଗୁଁ ହାଡ଼ଫୁଟି ହୋଇଥାଏ। ଏହା ଏକ ସଂକ୍ରମକ ରୋଗ ହୋଇଥିବା ବେଳେ ଏହି ଭୂତାଣୁ ବେଶ୍ ପୁରୁଣା। ଆକ୍ରାନ୍ତଙ୍କ ମୁହଁ ଓ ଶରୀରରେ ଫୋଟକା ହେବା ସହ ଜ୍ବର ଓ ଅସୁସ୍ଥତା ପ୍ରକାଶ ପାଇଥାଏ। କୋଭିଡ୍‌ ପରବର୍ତ୍ତୀ ସମୟରେ ହାଡ଼ଫୁଟିରୁ ସୁରକ୍ଷା ପାଇଁ ଟିକା ନେଇଥିବା ବ୍ୟକ୍ତିଙ୍କ ନିକଟରେ ଦ୍ବିତୀୟ ଥର ଲାଗି ଏହା ଦେଖିବାକୁ ମିଳୁଥିବା ନଜରକୁ ଆସୁଛି। ମାତ୍ର ଏହାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ।

କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୨୧ ମସିହାରେ ଦେଶରେ ୧୦ହଜାରରୁ ଅଧିକ ମାମଲା ନଜରକୁ ଆସିଥିଲା। ୨୦୨୨ ମସିହାରେ ଏହା ୨୦ହଜାର ଟପିଥିଲା। ଏହି ବର୍ଷ ମୃତ୍ୟୁସଂଖ୍ୟା ୧୦ରୁ ଅଧିକ ରହିଥିଲା। ୨୦୨୨ ମସିହାରେ ଓଡ଼ିଶାରେ ୫ଶହରୁ ଅଧିକ ମାମଲା ନଜରକୁ ଆସିଛି। ମାତ୍ର କୌଣସି ମୃତ୍ୟୁ ରେକର୍ଡ ହୋଇନାହିଁ। ଟିକା ନେଇଥିବା ପିଲା ହାଡ଼ଫୁଟିରେ ଆକ୍ରାନ୍ତ ହେବାର ଆଶଙ୍କା କମ୍। ଯେଉଁମାନେ ବି ସଂକ୍ରମିତ ହୋଇଥାନ୍ତି, ସେମାନଙ୍କଠାରେ କମ୍ ଲକ୍ଷଣ ଦେଖିବାକୁ ମିଳିଥାଏ। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ଟିକାକରଣ କାର୍ଯ୍ୟକ୍ରମରେ ହାଡ଼ଫୁଟି ପାଇଁ କୌଣସି ଟିକା ଦିଆଯାଉନାହିଁ। ଏଥିପାଇଁ ଅଭିଭାବକମାନଙ୍କୁ ବାହାରୁ ଟିକା କିଣି ଦେବାକୁ ପଡ଼ୁଛି।

କ୍ୟାପିଟାଲ ହସ୍ପିଟାଲ ଶିଶୁରୋଗ ବିଶେଷଜ୍ଞ ଡା.ବିଶ୍ବରଂଜନ ପାଢ଼ୀଙ୍କ ମତରେ ଟିକା ନେଉଥିବା ପିଲାଙ୍କ କ୍ଷେତ୍ରରେ ଏହା ଜୀବନ ବ୍ୟାପୀ ରକ୍ଷା କବଚ ପାଲଟିଥାଏ। ମାତ୍ର ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଟିକା ତାଲିକାରେ ଏହା ସ୍ଥାନ ପାଇନାହିଁ। ହାଡ଼ଫୁଟି ପ୍ରାୟତଃ ନଭେମ୍ବର-ଫେବ୍ରୁଆରି ମାସରେ ଦେଖିବାକୁ ମିଳିଥାଏ। ମାତ୍ର ଅନ୍ୟ ସମୟରେ ଏହା ବ୍ୟାପିବା ପଛରେ କାରଣ ହେଉଛି ଦେଶାନ୍ତର ବା ମାଇଗ୍ରେସନ୍। ‌ଅପର ପକ୍ଷରେ ହାଡ଼ଫୁଟିକୁ ନେଇ ଲୋକମାନଙ୍କ ଭିତରେ କିଛିଟା ଅନ୍ଧବିଶ୍ବାସ ରହିଛି। ଏଥିରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତି ଲିମ୍ବ ପତ୍ରରେ ଶୋଇବା ଓ ଅନ୍ୟାନ୍ୟ ପାରମ୍ପରିକ ପଦ୍ଧତି ଆପଣାଇଥା’ନ୍ତି। ବିଶେଷଜ୍ଞଙ୍କ ମତରେ ଲିମ୍ବ ପତ୍ରରେ ଶୋଇବା ଫଳରେ ହାଡ଼ଫୁଟିରୁ ରକ୍ଷା ମିଳିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଏହା ଏକ ଭୂତାଣୁ ସଂକ୍ରମିତ ରୋଗ ହୋଇଥିବା କାରଣରୁ ଆକ୍ରାନ୍ତ ବ୍ୟକ୍ତି ନିଜର ଜଳୀୟ ଅଂଶ ବଜାୟ ରଖିବା ଉଚିତ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.