ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ, ତାଙ୍କ ପିଲାର ସାର୍ପ ମାଇଣ୍ଡ ହେଉ । ତାଙ୍କ ମସ୍ତିଷ୍କ ଆଇନଷ୍ଟାଇନଙ୍କ ପରି ତୀକ୍ଷ୍ଣ ହେଉ। ସେ ପାଠପଢ଼ାରେ ଭଲ ହୁଅନ୍ତୁ ଏବଂ ଟପର୍ ହୁଅନ୍ତୁ । ସେଥିପାଇଁ ପ୍ରତ୍ୟେକ ପିତାମାତା ସର୍ବୋତ୍ତମ ଚେଷ୍ଟା କରିଥାନ୍ତି । ନିଜ ପିଲା ମାନଙ୍କୁ ଭଲ ସ୍କୁଲରେ ପାଠ ପଢାଇବା ସହ ଘରେ ମଧ୍ୟ ସଠିକ୍ ମାର୍ଗଦର୍ଶନ ତଥା ଖେଳ ପାଇଁ ପ୍ରଶିକ୍ଷଣ ଇତ୍ୟାଦି ଅନେକ ସୁବିଧା ଯୋଗାଇ ଦିଅନ୍ତି । କିନ୍ତୁ କେବଳ ଏସବୁ ଜିନିଷ ପିଲାର ମାଇଣ୍ଡକୁ ସାର୍ପ କରିବା ପାଇଁ ଯଥେଷ୍ଟ କି?
ଆଜିକାଲି ପିଲାମାନେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି, ଗ୍ୟାଜେଟ୍ ଅତ୍ୟଧିକ ବ୍ୟବହାର କରୁଛନ୍ତି ଏବଂ ଅତ୍ୟଧିକ ଚାପ ଯୋଗୁଁ ସେମାନେ ଡିପ୍ରେସ୍ ମଧ୍ୟ ହେଉଛନ୍ତି । ଯାହା କେବଳ ସେମାନଙ୍କର ସ୍ମୃତିଶକ୍ତି ହ୍ରାସ କରେ ନାହିଁ ବରଂ ସେମାନଙ୍କ ମସ୍ତିଷ୍କକୁ ମଧ୍ୟ ଦୁର୍ବଳ କରିଦିଏ । ଯଦି ଆପଣ ମଧ୍ୟ ଅନୁଭବ କରୁଛନ୍ତି ଯେ, ଆପଣଙ୍କ ପିଲାର ମସ୍ତିଷ୍କ ଦୁର୍ବଳ ହେଉଛି, ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଆପଣ ଏହାକୁ ଘରେ ବସି ମାତ୍ର ଦୁଇ ମିନିଟରେ ଯାଞ୍ଚ କରିପାରିବେ।
ପିଲାର ମସ୍ତିଷ୍କ ଦୁର୍ବଳ ହେବାର କାରଣ:-
ଡିଜିଟାଲ୍ ଗ୍ୟାଜେଟ୍ର ଅତ୍ୟଧିକ ବ୍ୟବହାର ଅତ୍ୟନ୍ତ ଖରାପ । ଜଙ୍କ୍ ଫୁଡ୍ ଏବଂ ଫାଷ୍ଟଫୁଡ୍ ଭଳି ଖାଦ୍ୟ, ନିଦ୍ରାର ଅଭାବ, କମ୍ ଶାରୀରିକ କାର୍ଯ୍ୟକଳାପ, ଖେଳରୁ ଦୂରେଇ ରହିବା, ମାନସିକ ଚାପକୁ ବଢାଇଥାଏ ।
ସ୍ମୃତି ପରୀକ୍ଷା:-
ଆପଣଙ୍କ ପିଲାକୁ କଲମ, ଟେବୁଲ୍, ବହି, ମୋବାଇଲ୍, କାଚ ଭଳି ୫ଟି ସାଧାରଣ ଜିନିଷର ନାମ କୁହନ୍ତୁ ଏବଂ ୧ ମିନିଟ୍ ପରେ ତାକୁ ପଚାରନ୍ତୁ ଯେ ସେ କେତେଟି ନାମ ମନେ ରଖିପାରୁଛି । ଯଦି ଗୋଟିଏ ପିଲା ୪ରୁ ୫ଟି ନାମ ମନେ ରଖେ, ତେବେ ତା'ର ମାଇଣ୍ଡ ସାର୍ପ ଅଛି । ଯଦି ଆପଣଙ୍କ ପିଲା କେବଳ ୨ରୁ୩ ଟି ନାମ ମନେ ରଖୁଛି, ତେବେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ଯଦି ଗୋଟିଏ ବି ନାମ ମଧ୍ୟ ମନେ ରଖି ପାରୁନାହାଁନ୍ତି, ତେବେ ଏହା ଏକ ସତର୍କ ସଙ୍କେତ।
ଧ୍ୟାନ ପରୀକ୍ଷା:-
ପିଲାକୁ କାନ୍ଥରେ ଥିବା କୌଣସି ଜିନିଷ ଯେପରିକି ଏକ ଘଣ୍ଟାକୁ ୩୦ ସେକେଣ୍ଡ ପାଇଁ ଭଲଭାବରେ ଦେଖିବାକୁ କୁହନ୍ତୁ । ଯଦି ପିଲାଟି ବିଚଳିତ ନ ହୋଇ ଦେଖିପାରୁଛି, ତେବେ ତା'ର ଧ୍ୟାନ କେନ୍ଦ୍ରିତ କରିବାର କ୍ଷମତା ଭଲ ଅଛି । ଯଦି ସେ ବାରମ୍ବାର ଏଣେତେଣେ ଦେଖୁଛି, ତେବେ ବୁଝିଯାଆନ୍ତୁ ଯେ ତା'ର ଧ୍ୟାନ ଅନ୍ୟତ୍ର ଯାଉଛି ।
ନିଷ୍ପତ୍ତି ନେବାର ପରୀକ୍ଷା:-
ପିଲାକୁ ଗୋଟିଏ ସେଓ କିମ୍ବା କଦଳୀ ଭଳି ଦୁଇଟି ଜିନିଷ ମଧ୍ୟରୁ ଗୋଟିଏ ବାଛିବାକୁ କୁହନ୍ତୁ । ବାଛିବା ବେଳେ ତାକୁ ପଚାରନ୍ତୁ ଯେ, ସେ ଏପରି କାହିଁକି କରିଲା । ଯଦି ସେ ତୁରନ୍ତ ଉତ୍ତର ଦେଉଛି, ତେବେ ବୁଝିଯାଆନ୍ତୁ ଯେ ତାଙ୍କର ଚିନ୍ତାଧାରା ଏବଂ ବୁଝିବା କ୍ଷମତା ଭଲ ରହିଛି । ଯଦି ସେ ବହୁତ ଚିନ୍ତା କରିବା ପରେ ଉତ୍ତର ଦେଉଛି କିମ୍ବା ଦ୍ୱନ୍ଦ୍ୱରେ ପଡ଼ିଯାଉଛି, ତେବେ ସତର୍କ ହୁଅନ୍ତୁ ।
ପ୍ରତିକ୍ରିୟା ପରୀକ୍ଷା:-
ପିଲାଙ୍କ ସାମ୍ନାରେ ହଠାତ୍ ତାଳି ବଜାଇଦିଅ କିମ୍ବା ଏକ ସରଳ ପ୍ରଶ୍ନ ପଚାର । ଯଦି ପିଲାଟି ତୁରନ୍ତ ପ୍ରତିକ୍ରିୟା ଦିଏ, ତେବେ ତା'ର ମସ୍ତିଷ୍କ ଠିକ୍ ଭାବରେ କାମ କରୁଛି । ଯଦି ଏହା ଅତ୍ୟଧିକ ସମୟ ନେଉଛି ତେବେ ଏହା ମସ୍ତିଷ୍କ ଦୁର୍ବଳ ହେବାର ଲକ୍ଷଣ।