ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପାଚନ ଶକ୍ତିକୁ ମଜଭୁତ କରେ ଯୋଗ

Published By : Anindita Ratha | May 6, 2025 10:04 AM

ଆମ ଶରୀରରେ ସୃଷ୍ଟି ହେଉଥିବା ବହୁତଗୁଡ଼ିଏ ବିକାର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଦୁର୍ବଳ ପାଚନ ତନ୍ତ୍ର ଯୋଗୁଁ ହୋଇଥାଏ । ଯେପରିକି ହୃଦ୍‌ରୋଗ, କ୍ୟାନସର, ଆର୍ଥ୍ରାଇଟିସ ଭଳି ରୋଗର ଉତ୍ପତ୍ତି ହୋଇଥାଏ । ହଜମଜନିତ ସମସ୍ୟା ବା ପାଚନ ସମସ୍ୟା ଆମକୁ ହତାଶ ଓ ଚିଡ଼ିଚିଡ଼ା କରିଦିଏ । ଅପର ପକ୍ଷେ ସୁସ୍ଥ ପାଚନ ତନ୍ତ୍ର ଆମ ମନରେ ଖୁସି ଏବଂ ସକାରାତ୍ମକ ଭାବନା ଆଣେ । ପାଚନ ତନ୍ତ୍ରର ସମସ୍ୟା ମୁଖ୍ୟତଃ ଆମ ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ, ମାତ୍ରାଧିକ ଭୋଜନ, ଖରାପ ଖାଦ୍ୟାଭ୍ୟାସ, ମାନସିକ ଚାପ ଏବଂ ନକାରାତ୍ମକ ଭାବନା ଯୋଗୁ ହୋଇଥାଏ । ଏଣୁ କୌଣସି ପରିସ୍ଥିତିରେ ମାନସିକ ଉତ୍ତେଜନା ସମୟରେ ଖାଦ୍ୟ ଗ୍ରହଣ କରିବେ ନାହିଁ । ଦୀର୍ଘଦିନ ପାଚନ ତନ୍ତ୍ରଜନିତ ସମସ୍ୟା ଲାଗି ରହିଲେ ଏହା କୋଷ୍ଠକାଷ୍ଠିନ୍ୟ, ପେପ୍‌ଟିକ ଅଲ୍‌ସର, ଅର୍ଶ ଭଳି ସମସ୍ୟା ସୃଷ୍ଟି କରିଥାଏ । ଏଣୁ କେବଳ ଭୋକ ଲାଗିବା ସମୟରେ ହିଁ ଭୋଜନ କରିବା ସହ ସନ୍ତୁଳିତ ଖାଦ୍ୟପେୟ ଏବଂ ନିମ୍ନଲିଖିତ କିଛି ପ୍ରଭାବୀ ଯୋଗାସନର ନିୟମିତ ଅଭ୍ୟାସ ଦ୍ୱାରା ପାଚନ ତନ୍ତ୍ରକୁ ସୁସ୍ଥ ରଖାଯାଇପାରିବ । 

ସୁପ୍ତ ଉଦରାକର୍ଷଣ ଆସନ

ପ୍ରଥମେ ପିଠିରେ ଶୋଇଯାଆନ୍ତୁ । ଆଣ୍ଠୁକୁ ଭାଙ୍ଗି ପାଦକୁ ନିତମ୍ବର ସାମ୍ନାରେ ରଖନ୍ତୁ । ଅଭ୍ୟାସର ଶେଷ ପର୍ଯ୍ୟନ୍ତ ଆଣ୍ଠୁ ଏବଂ ପାଦ ଏକାଠି ଲାଗି ରହିବ । ହାତ ପାପୁଲିକୁ ଛନ୍ଦି ମୁଣ୍ଡ ତଳେ ରଖନ୍ତୁ । ଗଭୀର ଶ୍ୱାସ ନିଅନ୍ତୁ ଏବଂ ଶ୍ୱାସ ଛାଡ଼ି ଦୁଇ ଗୋଡ଼କୁ ଡାହାଣକୁ ମୋଡ଼ନ୍ତୁ ଯେପରି ଆଣ୍ଠୁ ଭୂମିକୁ ଛୁଇଁବ । ଏହି ସମୟରେ ଆଣ୍ଠୁ ଉପରେ ଆଣ୍ଠୁ ଏବଂ ପାଦ ଉପରେ ପାଦ ରହିବ । ବର୍ତ୍ତମାନ ବେକ ଏବଂ ମୁଣ୍ଡକୁ ଆଣ୍ଠୁର ବିପରୀତ ଦିଗକୁ ମୋଡ଼ିବେ । ଏହି ସ୍ଥିତିରେ କିଛି ସମୟ ରହି ସାରିଲା ପରେ ଶ୍ୱାସ ନେଇ ଦୁଇ ଆଣ୍ଠୁକୁ ସିଧା ଉଠାଇବେ, ପାଦ ଏବଂ ଆଣ୍ଠୁ ସେହିଭଳି ଲାଗି ରହିଥିବ । ଅଭ୍ୟାସ ଶେଷ ପର୍ଯ୍ୟନ୍ତ କାନ୍ଧ ଓ କହୁଣି ଭୂଇଁରେ ଲାଗି ରହିବ । ଏହାକୁ ବାମ ପଟରେ ମଧ୍ୟ ଅଭ୍ୟାସ କରନ୍ତୁ । ଏହା ଗୋଟିଏ ଚକ୍ର, ଏହିଭଳି ୫ଟି ଚକ୍ର ଅଭ୍ୟାସ କରନ୍ତୁ । ଏହି ଆସନ ଦ୍ୱାରା ଶରୀରର ମେରୁଦଣ୍ଡ ସମାନ ଭାବରେ ମୋଡ଼ି ହୋଇଥାଏ ।

ନୌକାସନ

ପିଠିରେ ଶୋଇଯାଆନ୍ତୁ । ହାତର ପାପୁଲି ତଳକୁ କରି ଶରୀରର ଦୁଇ ପାଶ୍ୱର୍ରେ ରଖିବେ । ଗଭୀର ଶ୍ୱାସ ନିଅନ୍ତୁ ଏବଂ ନିଃଶ୍ୱାସକୁ ଧରିରଖି ଦୁଇ ଗୋଡ଼କୁ ଆଣ୍ଠୁ ସହ ସିଧା ରଖି ଉପରକୁ ଉଠାନ୍ତୁ । ଏହା ସହିତ ମୁଣ୍ଡ, କାନ୍ଧ, ହାତ ମଧ୍ୟ ଉପରକୁ ଉଠିବ । କାନ୍ଧ ଏବଂ ପାଦ ଭୂଇଁଠାରୁ କୌଣସି ମତେ ୧୫ ସେଣ୍ଟିମିଟର ଉପରକୁ ଉଠାଇବେ ନାହିଁ । ବର୍ତ୍ତମାନ ଶରୀରର ସମସ୍ତ ଭାର ନିତମ୍ବ ଉପରେ ରହିବ । ହାତ ଏବଂ ପାଦ ଆଙ୍ଗୁଳି ଏକ ସରଳ ରେଖାରେ ରହିବ । ଦୃଷ୍ଟି ପାଦର ଆଙ୍ଗୁଳି ଉପରେ ରହିବ । ଏହି ସ୍ଥିତିରେ କିଛି ସମୟ ରହି ଶରୀରକୁ ଶ୍ୱାସ ଛାଡ଼ି ଧୀରେ ଧୀରେ ତଳକୁ ଖସାଇବେ । ତଳକୁ ଖସାଇଲା ବେଳେ ମୁଣ୍ଡ ଯେପରି ପିଟି ନ ହେବ ସେ ଉପରେ ଧ୍ୟାନ ଦେବେ । ଏହା ଗୋଟିଏ ଚକ୍ର । କିଛି ସମୟ ବିଶ୍ରାମ ନେଇ ଏହି ଅଭ୍ୟାସର ପୁନରାବୃତ୍ତି କରନ୍ତୁ । ଏହାକୁ ୩ରୁ ୫ ଚକ୍ର ଅଭ୍ୟାସ କରନ୍ତୁ ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.