ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମାସେ ଚିନି ନଖାଇଲେ ମିଳିବ ଏହି ସବୁ ଲାଭ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

Published By : Harapriya Sethi | May 5, 2025 7:54 AM

ଯେଉଁମାନେ ମିଠାପ୍ରେମୀ, ସେମାନଙ୍କୁ ବିଭିନ୍ନ ଖାଦ୍ୟରେ ଚିନି ବ୍ୟବହାର କରିବା ଖୁବ୍‌ ପସନ୍ଦ । ହେଲେ ସ୍ୱାସ୍ଥ୍ୟ ପାଇଁ ଏହା ଉପକାରୀ ନୁହେଁ । ଚିନି ଦୈନିକ ହେଉ କିମ୍ବା ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ମୋଟାପଣ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରୋଲ୍‌, ହୃଦଘାତ ଜନିତ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ମାତ୍ର ଆପଣ ହୁଏତ ଜାଣିନଥିବେ, ପ୍ରାୟ ୧ ମାସ ପର୍ଯ୍ୟନ୍ତ ଚିନି କିମ୍ବା ଚିନିରେ ପ୍ରସ୍ତୁତ ଜିନିଷ ନଖାଇବା ଦ୍ୱାରା ଶରୀରକୁ ଏସବୁ ଲାଭ ମିଳିଥାଏ ।

ଚିନିରେ କ୍ୟାଲୋରୀ ଅଧିକ ରହିଥାଏ। ଯାହା ଶରୀରକୁ କୌଣସି ପୋଷଣ ପ୍ରଦାନ କରିନଥାଏ। ଏହା କେବଳ ଶରୀରର ଓଜନ ବୃଦ୍ଧି କରିଥାଏ । ତେଣୁ ଏକ ମାସ ପର୍ଯ୍ୟନ୍ତ ଚିନି ସେବନ ନକଲେ କ୍ୟାଲୋରୀ ହ୍ରାସ ହୋଇଥାଏ। ଓଜନ ନିୟନ୍ତ୍ରଣ ହୋଇ ରହିଥାଏ । ବିଶେଷ କରି ପେଟ ଓ ଅଣ୍ଟାରେ ଜମାଟ ବାନ୍ଧୁଥିବା ଚର୍ବି ହ୍ରାସ ହୋଇଥାଏ। 

ଚିନି ସେବନ ରକ୍ତରେ ଶର୍କରାର ମାତ୍ରାକୁ ଦ୍ରୁତ ଗତିରେ ବୃଦ୍ଧି କରିଥାଏ । ଫଳରେ ଶରୀରରେ ଇନ୍‌ସୁଲିନ୍‌ ସ୍ତର ସଠିକ୍‌ ରହିନଥାଏ । ଚିନି ନଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ସଠିକ୍‌ ରହିଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ । ଚିନିର ସେବନ ଦ୍ୱାରା ତ୍ୱଚାରେ ବ୍ରଣ, ଦାଗ ଓ ସମୟ ପୂର୍ବରୁ ମୁହଁରେ କୁଞ୍ଚନ ହୋଇଥାଏ । ତ୍ୱଚାର କୋମଳତା ଓ ଚିକ୍କଣ ଅଂଶକୁ ଏହା ନଷ୍ଟ କରିଥାଏ । ୧ ମାସ ପର୍ଯ୍ୟନ୍ତ ଚିନି ନଖାଇବା ଦ୍ୱାରା ତ୍ୱଚା ସଫା, ଚମକପ୍ରଦ ଓ ସୁସ୍ଥ ରହିଥାଏ ।

ଚିନି ଖାଇବା ଦ୍ୱାରା ତୁରନ୍ତ ଶକ୍ତି ମିଳେ ମାତ୍ର କିଛି ସମୟ ପରେ ଥକ୍କାପଣ ଲାଗେ ଏବଂ କୌଣସି କାମ କରିବାକୁ ଆଗ୍ରହ ହୋଇନଥାଏ । ଏକାଗ୍ରତା କମ୍‌ ହୋଇଥାଏ । ଚିନିର ଅଧିକ ସେବନ କରିବା ଦ୍ୱାରା ହରମୋନ ଅସନ୍ତୁଳନ ହୋଇଥାଏ । ଯାହା ଫଳରେ ମାନସିକ ଚିନ୍ତା ଏବଂ ଚିନ୍ତାଧାରାରେ ପରିବର୍ତ୍ତନ ହୋଇଥାଏ । ଏହାର ପରିଣାମ ସ୍ୱରୂପ ରାତିରେ ଭଲ ନିଦ ହୋଇନଥାଏ । ଅନିଦ୍ରା ସମସ୍ୟା ଲାଗି ରହିଥାଏ । ଏକ ମାସ ପର୍ଯ୍ୟନ୍ତ ଚିନି ନଖାଇଲେ ଏ ସମସ୍ତ ସମସ୍ୟାରୁ ଆପଣ ମୁକ୍ତି ପାଇପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.