ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଶୋଇବା ବେଳେ ଘୁଙ୍ଗୁଡ଼ି ମାରୁଛି କି ଆପଣଙ୍କ ପିଲା? କରନ୍ତୁନି ଅଣଦେଖା, ଜାଣନ୍ତୁ ବିଶେଷଜ୍ଞଙ୍କ ମତ...

Published By : Harapriya Sethi | March 20, 2025 12:30 PM

ସାଧାରଣତଃ ବୟସ୍କ ଲୋକମାନେ ଶୋଇବା ବେଳେ ଘୁଙ୍ଗୁଡ଼ି ମାରିଥାନ୍ତି । ହେଲେ ଯଦି ପିଲାମାନେ ଘୁଙ୍ଗୁଡ଼ି ମାରିଥାନ୍ତି, ତେବେ ଏହା ପିତାମାତାଙ୍କ ପାଇଁ ଏକ ଚିନ୍ତାର ବିଷୟ । ଯାହାକୁ ଲୋକମାନେ ପ୍ରାୟତଃ ଅଣଦେଖା କରିଥାନ୍ତି। ପିଲାମାନେ ଲଗାତାର ଘୁଙ୍ଗୁଡ଼ି ମାରିବା ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ। ଏହା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବେଳେବେଳେ ଘୁଙ୍ଗୁଡ଼ି ମାରିବା ଚିନ୍ତାର ବିଷୟ ହୋଇନଥିଲେ ହେଁ ବାରମ୍ବାର ଘୁଙ୍ଗୁଡ଼ି ମାରିବା ନିଦ ଏବଂ ଶ୍ୱାସକ୍ରିୟା ସମସ୍ୟା (SDB)ର ଲକ୍ଷଣ ହୋଇପାରେ। ଏହା ଏକ ରୋଗ ଯାହା ସାରା ବିଶ୍ୱରେ ପିଲାମାନଙ୍କର ଶରୀରର ଏକ ବିଶେଷ ଅଂଶକୁ ପ୍ରଭାବିତ କରିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଲୋକମାନେ ପ୍ରାୟତଃ ପିଲାମାନଙ୍କ ଘୁଙ୍ଗୁଡ଼ି ସହିତ ଜଡିତ ସମସ୍ୟାକୁ ହାଲୁକା ଭାବରେ ନିଅନ୍ତି କିନ୍ତୁ ସେମାନେ ଭୁଲିଯାଆନ୍ତି ଯେ, ପିଲାମାନଙ୍କୁ ବିଶେଷ ଯତ୍ନର ଆବଶ୍ୟକତା ରହିଛି । 

ପିଲାମାନଙ୍କ ଘୁଙ୍ଗୁଡ଼ି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ

ଘୁଙ୍ଗୁଡ଼ି ମାରିବାର କାରଣ ଅନେକ ପ୍ରକାରର ହୋଇଥାଏ। ଯାହାକୁ ପିତାମାତା ଅଣଦେଖା କରିବା ଉଚିତ୍ ନୁହେଁ। ପିଲାମାନଙ୍କଠାରେ ଘୁଙ୍ଗୁଡ଼ି ମାରିବା କେବଳ ଏକ ଶବ୍ଦ ସମସ୍ୟା ନୁହେଁ ବରଂ ଏହା ଆଲର୍ଜି, ନିଦ ନହେବା ହେବା କିମ୍ବା ଶ୍ୱାସକ୍ରିୟା ସମସ୍ୟାର ମଧ୍ୟ ଲକ୍ଷଣ ହୋଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ବିନା କୌଣସି ନାଜାଲ୍‌ ସ୍ପ୍ରେ ବ୍ୟବହାର କରିବା ଅନୁଚିତ୍‌ । ଏନେଇ ଅଭିଭାବକଙ୍କୁ ସତର୍କ କରାଯାଇଛି। ଅନ୍ଧ ଭାବରେ କୌଣସି ନାଜାଲ ସ୍ପ୍ରେ ବ୍ୟବହାର କରନ୍ତୁ ନାହିଁ । ଏହି ରୋଗର ସଠିକ୍ ଚିକିତ୍ସା କଲେ, ସମସ୍ୟାର ସମାଧାନ ହୋଇପାରିବ । ପିଲାର ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ପାଇଁ ପିତାମାତାଙ୍କୁ ଘୁଙ୍ଗୁଡ଼ି ପଛର କାରଣ ଏବଂ ଚିକିତ୍ସା ବିଷୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ନିର୍ଦ୍ଦିଷ୍ଟ ଆଲୋଚନା କରିବା ଆବଶ୍ୟକ। 

ପିଲାଦିନେ ଘୁଙ୍ଗୁଡ଼ି ମାରିବା ପଛରେ କାରଣ-

ନାକ ବନ୍ଦ: ଋତୁକାଳୀନ ଆଲର୍ଜି, ଥଣ୍ଡା କିମ୍ବା ଭାଇରାଲ୍ ଇଂଫେକ୍ସନ୍‌ ନାକ ନଳୀକୁ ସଂକ୍ରମଣ କରିଥାଏ । ଯାହା ଯୋଗୁଁ ନିଶ୍ୱାସ ନେବାରେ ପିଲାକୁ କଷ୍ଟ ହୋଇଥାଏ।

ବର୍ଦ୍ଧିତ ଆଡେନୋଏଡ୍ସ/ଟନସିଲ୍: ଟନସିଲ୍‌ ଫୁଲିବା ଦ୍ୱାରା ଶ୍ୱାସନଳୀ ଫୁଲି ଯାଇଥାଏ । ଯାହା ଫଳରେ ଶୋଇବା ସମୟରେ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥାଏ ।

ପଲିପ୍ସ: ଏହା ହେବା ଦ୍ୱାରା ନାକର ହାଡ଼ ବଙ୍କା ହୋଇଯାଇଥାଏ । ଯାହା ଦ୍ୱାରା ଶ୍ୱାସକ୍ରିୟାରେ ବାଧା ଉପୁଜିଥାଏ । 

ମୋଟାପଣ: ବେକ ପାଖରେ ଅତ୍ୟଧିକ ଚର୍ବି ଜମିବା ଦ୍ୱାରା ଶ୍ୱାସନଳୀ ଉପରେ ଚାପ ପଡ଼ିଥାଏ । ଏପରି ହେବା ଦ୍ୱାରା ଶୋଇବା ବେଳେ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ ଏବଂ ପିଲା ଘୁଙ୍ଗୁଡ଼ି ମାରିଥାଏ । 

ପିତାମାତାମାନେ କେତେବେଳେ ଚିନ୍ତିତ ହେବା ଉଚିତ?

ସାଧାରଣତଃ ଘୁଙ୍ଗୁଡ଼ି ମାରିବା ବିପଦପୂର୍ଣ୍ଣ ନୁହେଁ। କିନ୍ତୁ ଏହି ସତର୍କ ସୂଚନାଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଆପଣଙ୍କ ପିଲା ଅଧିକାଂଶ ସମୟରେ ରାତିରେ ଜୋରରେ ଏବଂ ବାରମ୍ବାର ଘୁଙ୍ଗୁଡ଼ି ମାରୁଛି, ତେବେ ଆପଣ ସତର୍କ ରୁହନ୍ତୁ । ଯଦି ଆପଣଙ୍କ ପିଲା ନିଶ୍ୱାସ ନେବା ବେଳେ ଥକି ପଡ଼ିଥିବା ଅନୁଭବ ହେଉଛି, ତେବେ ଏହା ସ୍ଲିପ୍‌ ଏପ୍‌ନିୟାର ସଂକେତ ହୋଇପାରେ । ଯଦି ଆପଣଙ୍କ ପିଲା ପାଟିରେ ନିଶ୍ୱାସ ନେଉଛି କିମ୍ୱା ଶୋଇବା ବେଳେ ଅସ୍ଥିର ହୋଇପଡୁଛି, ତେବେ ଏହା ମଧ୍ୟ ଏକ ଗମ୍ଭୀର ରୋଗର ସଂକେତ ହୋଇପାରେ ।  

୨୦୨୩ ମସିହାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଘୁଙ୍ଗୁଡ଼ି ମାରିବା ପିଲାମାନଙ୍କ ମଧ୍ୟରୁ ୩୦% ଙ୍କଠାରେ ନିଦ ବ୍ୟାଘାତର ଲକ୍ଷଣ ଦେଖିବାକୁ ମିଳିଥାଏ । ଯାହା ଫଳରେ ପିଲାର ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଥାଏ । ସଠିକ ଭାବରେ ନଶୋଇବା ଦ୍ୱାରା ପିଲାର ନିତିଦିନିଆ କାର୍ଯ୍ୟକଳାପ ଏବଂ ପାଠପଢା ପ୍ରଭାବିତ ହୋଇପାରେ । ଯଦି ଆପଣଙ୍କ ପିଲା କିଛି ସପ୍ତାହ ଧରି ଲଗାତାର ଘୁଙ୍ଗୁଡ଼ି ମାରୁଛି ତେବେ ଏହା ଅନ୍ୟ ଲକ୍ଷଣଗୁଡ଼ିକ ସହିତ ଜଡିତ । ତେଣୁ ଆପଣ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.