ପ୍ରମୁଖ ଖବର
  • ଠାକୁରଡ଼ିହି ଛକରେ କଳ୍ପନା ପରିବହନ ସଂସ୍ଥାର କର୍ମଚାରୀଙ୍କୁ ବନ୍ଦୁକ ମୁନରେ ଲୁଟ୍, ୧୩ ଲକ୍ଷରୁ ଅଧିକ ଟଙ୍କା ନେଇ ଗଲେ ଦୁର୍ବୃତ୍ତ
  • ||
  • ବାହାରିଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ୱେବ୍‌ସାଇଟ୍‌ରେ ମାର୍କ ଉପଲବ୍ଧ
  • ||
  • ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଇଡିର ରେଡ୍, ସହାୟକଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା
  • ||
  • ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କନିଷି ପଡ଼ିଆରେ କରିବେ ପ୍ରଚାର
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ “ପଇତାଲାଗି ନୀତି”, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍
  • ||
  • କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର
  • ||
  • ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’
  • ||
  • ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍
  • ||
  • ୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା
  • ||

ସାଟେଲାଇଟ ଚିତ୍ରରେ ଭାରତ ପାଇଁ ଚିନ୍ତାଜନକ ଦୃଶ୍ୟ, POK ସିଆଚେନ୍‌ ଗ୍ଲେସିୟର ନିକଟରେ ରାସ୍ତା ବନାଉଛି ଚୀନ୍‌

ନୂଆଦିଲ୍ଲୀ,୨୬/୦୪: ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟିକଲା ଭଳି ଖବର ସାମ୍‌ନାକୁ ଆସିଛି । ପାକିସ୍ତାନ ବେଆଇନ ଭାବେ କବ୍‌ଜା କରିଥିବା କାଶ୍ମୀର(ପିଓକେ)ରେ ଚୀନ୍‌ ରାସ୍ତା ନିର୍ମାଣ କରୁଥିବା ଚିତ୍ର ସାଟେଲାଇଟରୁ ଦେଖିବାକୁ ମିଳିଛି । ଏହି ରାସ୍ତା  ସିଆଚେନ୍‌ ଗ୍ଲେସିୟର ନିକଟ ଶକ୍‌ସଗାମ ଉପତ୍ୟାକାରେ ନିର୍ମାଣ ହେଉଛି । ୧୯୬୩ରେ ପିଓକେର ଅଂଶ ଥିବା ଶକ୍‌ସଗାମ୍‌କୁ ଚୀନ୍‌  ନେଇଯାଇଥିଲା । ଏହି ଉପତ୍ୟାକାରେ ଚୀନ୍‌ ନିଜ ରାଜପଥ ଜି-୨୧୯କୁ ଆଗକୁ ବଢ଼ାଉଛି । ଏହି ଅଞ୍ଚଳ ଚୀନ୍‌ର ଶିନ୍‌ଜିଆଙ୍ଗରେ ଆସୁଛି । ଏହା ସିଆଚୀନ୍‌ ଗ୍ଲେସିୟରର ଇନ୍ଦିରା କୋଲରୁ ୫୦  କିମି ଦୂର ଉତ୍ତର ଦିଗରେ ରହିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ମାର୍ଚ୍ଚରୁ ଅଦ୍ୟାବଧି ଦୁଇ ଥର ସିୟାଚୀନ୍‌କୁ ଗସ୍ତ କରିଛନ୍ତି ।  

ୟୁରୋପୀୟ ସ୍ପେସ୍‌ ଏଜେନ୍ସି ଏହି ସାଟେଲାଇଟ ଚିତ୍ର  ଉତ୍ତୋଳନ କରିଛି । ଗତବର୍ଷ ଜୁନ୍‌ରୁ ଅଗଷ୍ଟ ମାସ ମଧ୍ୟରେ ଏହି  ସଡ଼କ ନିର୍ମାଣ କରାଯାଇଥିବା ଜଣାପଡ଼ିଛି । ଭାରତୀୟ ସେନାର  ଫାୟର ଆଣ୍ଡ୍‌ ଫୁରୀ କର୍ପସ୍‌ର ପୂର୍ବତନ କମାଣ୍ଡର ରାକେଶ ଶର୍ମା  କହିଛନ୍ତି, ଚୀନ୍‌ ଦ୍ୱାରା ସେଠାରେ ନିର୍ମାଣ ହେଉଥିବା ରାସ୍ତା ସମ୍ପୂର୍ଣ୍ଣ  ଭାବେ ବେଆଇନ । ଭାରତ କୂଟନୈତିକ ଉପାୟରେ ଏହାର  ବିରୋଧ କରିବା ଉଚିତ । ଏହି ସଡ଼କ ଟ୍ରାନ୍ସ-କାରାକୋରମ  ଟ୍ରାକ୍ଟରେ ରହିଛି । ଏହି ଅଞ୍ଚଳ ପୂର୍ବରୁ କାଶ୍ମୀରର ଅଂଶ  ଥିଲାବେଳେ ସେଠାରେ ଭାରତର ଶାସନ ରହିଥିଲା । ଧାରା  ୩୭୦ ହଟାଯିବା ପରେ କେନ୍ଦ୍ର ସରକାର ଯେଉଁ ନୂଆ ନକ୍ସା ଜାରି  କରିଥିଲେ, ସେଥିରେ ଏହି ଅଞ୍ଚଳକୁ ମଧ୍ୟ ଭାରତର ସୀମାରେ ରଖାଯାଇଥିଲା । ଉକ୍ତ ଟ୍ରାକ୍ଟ ପ୍ରାୟ ୫,୩୦୦ ବର୍ଗ କିଲୋମିଟର  ହେବ । ଏହାକୁ ୧୯୪୭ରେ ପାକିସ୍ତାନ କବ୍‌ଜା କରିନେଇଥିଲା ।  ପରେ ପାକିସ୍ତାନ ଚୀନ୍‌ ସହ ଦ୍ୱିପାକ୍ଷିକ ବୁଝାମଣା କରି ତାହାକୁ  ଚୀନ୍‌କୁ ଦେଇ ଦେଇଥିଲା । ହେଲେ ଭାରତ ଏହି ଚୁକ୍ତିକୁ  ସ୍ୱୀକାର କରେନାହିଁ । ବିଶେଷଜ୍ଞଙ୍କ ମତରେ ଅଧିକୃତ କାଶ୍ମୀରରେ  କୌଣସି ପ୍ରକାର ପରିବର୍ତ୍ତନ ଭାରତର ସାର୍ବଭୌମତ୍ୱ ପ୍ରତ ବିପଦ  ଏବଂ ଭାରତର ଅଞ୍ଚଳ ଉପରେ କବ୍‌ଜା କରିବା ଲାଗି ଷଡ଼ଯନ୍ତ୍ର  ବୋଲି ବିବେଚନା କରାଯିବ । ଯଦି ଚୀନ୍‌କୁ ଏବେ ରୋକା ନ  ଯାଏ ଏବଂ ସେଠାରେ ଏପରି ସଡ଼କ ଓ ଭିତ୍ତିଭୂମି ନିର୍ମାଣ ଜାରି  ରହେ ତେବେ ତାହା ଭାରତର ସୁରକ୍ଷା ପ୍ରତି ବଡ଼ ବିପଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.