ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫୪ ବର୍ଷ ପରେ ମିଳିଲା ନିର୍ବନ୍ଧ ମୁଦି, ପଶୁଙ୍କୁ ଚାରା ଖାଇବାକୁ ଦେବା ବେଳେ କ୍ଷେତରେ ହଜିଥିଲା...

ନୂଆଦିଲ୍ଲୀ ୦୬/୦୫: ବ୍ରିଟେନ୍‌ର ଜଣେ ମହିଳାଙ୍କୁ ଦୀର୍ଘ ୫୪ ବର୍ଷ ପରେ ତାଙ୍କର ହଜିଯାଇଥିବା ନିର୍ବନ୍ଧ ମୁଦି ମିଳିଛି । ୭୬ ବର୍ଷୀୟ ମାରିଲିନ୍‌ ବିର୍ଚ ୧୯୭୦ ମସିହାରେ ତାଙ୍କ ଚାଷଜମିରେ ଗୃହପାଳିତ ପଶୁଙ୍କୁ ଚାରା ଖୁଆଉଥିବାବେଳେ ମୁଦିଟି କେଉଁଆଡ଼େ ଖସି ପଡ଼ିଥିଲା । ବହୁତ ଖୋଜାଖୋଜି କରିବା ପରେ ସେ ତାକୁ ଆଉ ପାଇଲେ ନାହିଁ । ଧୀରେ ଧୀରେ ସେ ମୁଦି କଥା ମନରୁ ପାଶୋରିଦେଲେ । 

ତେବେ ତାଙ୍କର ଜଣେ ପାରିବାରିକ ବନ୍ଧୁ କେଥ୍‌ ଫିଲିପ୍‌ସ ପ୍ରାୟ ସମୟରେ ତାଙ୍କ କ୍ଷେତକୁ ଆସୁଥିଲେ । କ୍ଷେତରେ ବିଭିନ୍ନ ସ୍ଥାନରେ ପଡିଥିବା ପୁରୁଣା ମୁଦ୍ରା ଓ ଅନ୍ୟାନ୍ୟ ଜିନିଷକୁ ସଂଗ୍ରହ କରି ସେ ତାଙ୍କୁ ଦେଖାଉଥିଲେ । ଦିନେ ସନ୍ଧ୍ୟାରେ ଫିଲିପ୍ସ ତାଙ୍କଠାରୁ ବିଦାୟ ନେଉଥିବା ସମୟରେ ମାରିଲିନ୍‌ ତାଙ୍କୁ ମଜାରେ ଏଣୁତେଣୁ ଜିନିଷ ନୁହେଁ, ମୋର ନିର୍ବନ୍ଧ ମୁଦି ପାଇକି ଦେଖାଅ ବୋଲି କହିଲେ । ଏକଥାରେ ଉଭୟ ହସି ଉଠିଲେ । ମାତ୍ର ସେହି ଘଟଣାର ସପ୍ତାହେ ପରେ ଫିଲିପ୍ସ ନିକଟରେ ସତକୁ ସତ ତାଙ୍କ ନିର୍ବନ୍ଧ ମୁଦି ଖୋଜି ଆଣିଦେଲେ । ତାହା କ୍ଷେତରେ ୮ ଇଞ୍ଚ ଗଭୀରତାରେ ଦବି ଯାଇଥିଲା । ମୁଦିକୁ ଦେଖି ମାରିଲିନ୍‌ ବାକ୍‌ରୁଦ୍ଧ ହୋଇଗଲେ । ଏହି କାର୍ଯ୍ୟ ଲାଗି ମାରିଲିନ୍‌ ଓ ତାଙ୍କର ସ୍ୱାମୀ ଫିଲିପ୍ସଙ୍କୁ ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.