ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଲିଅନ୍‌ ଠାବ ଲାଗି ‘ୟୁଏସ୍‌ଓ’ ଉପରେ ନଜର

ନୂଆଦିଲ୍ଲୀ ୦୫/୦୫: ୟୁଏଫ୍‌ଓ(ଅନ୍‌ଆଇଡେଣ୍ଟିଫାଏଡ୍‌ ଫ୍ଲାଇଙ୍ଗ୍‌ ଅବ୍‌ଜେକ୍ଟ)କୁ ନେଇ  ସମଗ୍ର ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ୟୁଏସ୍‌ଓ ଅର୍ଥାତ୍‌ ଅନ୍‌ଆଇଡେଣ୍ଟିଫାଏଡ୍‌ ସବ୍‌ମର୍ଜଡ୍‌ ଅବ୍‌ଜେକ୍ଟ ବିଷୟରେ କେବେ ଶୁଣିଛନ୍ତି? ଏହି ବସ୍ତୁ ଆମ ମହାସାଗରଗୁଡ଼ିକରେ ଘୂରି ବୁଲୁଛନ୍ତି । ଏଗୁଡ଼ିକୁ ଦେଖାଯିବାର ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି । ଏଗୁଡ଼ିକ  ଉପରେ ମଧ୍ୟ ଯାଞ୍ଚ୍‌ ହୋଇଛି । ସରକାରଙ୍କର କୌଣସି ଗୁପ୍ତ  ଯୋଜନା ସହ ଏଭଳି ବସ୍ତୁର ସମ୍ପର୍କ ରହିଛି ନା ବାସ୍ତବରେ  ଏଗୁଡ଼ିକ ଏଲିଅନ୍‌ ଦ୍ୱାରା ସଂଚାଳିତ, ଏ ନେଇ ପ୍ରଶ୍ନ ଉଠିଛି । ୟୁଏଫ୍‌ଓକୁ ନେଇ ମଣିଷର ରୁଚି ବହୁ ପୁରୁଣା । କିନ୍ତୁ ପାଣି  ତଳେ ଅଜ୍ଞାତ ବସ୍ତୁ ବିଷୟରେ ସେତେ ଚର୍ଚ୍ଚା ହୁଏନାହିଁ ।  

କୁହାଯାଏ, ଖ୍ରିଷ୍ଟୋଫର କଲମ୍ବସ୍‌ ୧୪୯୨ ମସିହାରେ ନିଜର  ଆବିଷ୍କାର ସମୟରେ ଏକ ୟୁଏଫ୍‌ଓ ଦେଖିଥିଲେ । ବର୍ତ୍ତମାନ  ୟୁଏସ୍‌ଓକୁ ଦେଖିବାର ଘଟଣା ବଢୁଛି । ଆମେରିକୀୟ ନୌସେନା ଏ ବିଷୟରେ ଭଲଭାବେ ପରିଚିତ । କାରଣ ଏହା ପାଣି ତଳର ବସ୍ତୁଗୁଡ଼ିକୁ ଏପର୍ଯ୍ୟନ୍ତି ସବୁଠୁ ବଡ଼ ବିପଦ  ବୋଲି କହିଛି । ତେବେ ଏଲିଅନ୍‌ କ’ଣ ଆକାଶ ସମେତ ପାଣି  ତଳେ ବି ଯାତ୍ରା କରୁଛନ୍ତି? 

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଡେଲି ଷ୍ଟାର୍‌ ଅନୁସାରେ, ୟୁଏଫ୍‌ଓ  ଅଧ୍ୟୟନକର୍ତ୍ତା ଓ ଫିଲ୍ମ ନିର୍ମାତା ମାର୍କ ଖ୍ରିଷ୍ଟୋଫର ଲି କହିଛନ୍ତି ‘୫୦ ଦଶକରୁ ଆମେରିକୀୟ ନୌସେନାର ୟୁଏଫ୍‌ଓ ସହ ଅନେକ ଥର  ସାମ୍ନା ସାମ୍ନି ହୋଇଛି । ନୌସେନା ଏହାକୁ ସବୁଠୁ ବଡ଼ ବିପଦ  ରୂପେ ଚିହ୍ନଟ କରିଛି ।’ ନିକଟରେ ଏକ ରିପୋର୍ଟରେ ସାମ୍ନାକୁ  ଆସିଥିଲା, ଟିକ୍‌ ଟାକ୍‌ ୟୁଏଫ୍‌ଓକୁ ସମୁଦ୍ରରୁ ବାହାରିଥିବା ଏକ  ୟୁଏସ୍‌ଓ ଉପରେ ବୁଲୁଥିବା ଦେଖାଯାଇଥିଲା । ଖ୍ରିଷ୍ଟୋଫର ଲିଙ୍କ  ଅନୁମାନ ଯେ ଟିକ୍‌ ଟାକ୍‌ ଓ ଅନ୍ୟ ୟୁଏଫ୍‌ଓ ନିଜ ଇଚ୍ଛା ଅନୁସାରେ  ମହାସାଗରରେ ପ୍ରବେଶ କରିବାରେ ସକ୍ଷମ । ତେଣୁ ସବୁ  ୟୁଏଫ୍‌ଓ ୟୁଏସ୍‌ଓ ଅଟନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.