ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଭାରତର ମିତ୍ର ରାଷ୍ଟ୍ର ଫ୍ରାନ୍ସ ଉପରେ ଚୀନ୍‌ର ନଜର, ୫ ବର୍ଷରେ ପ୍ରଥମ ଥର ଜିନପିଙ୍ଗ କଲେ ଯାତ୍ରା

Published By : Prameya | May 6, 2024 12:45 PM

ନୂଆଦିଲ୍ଲୀ,୬।୫:  ଚୀନ୍‌ ରାଷ୍ଟ୍ରପତି ସି ଜିନିପିଙ୍ଗ ଫ୍ରାନ୍ସ ଗସ୍ତରେ ପହଁଞ୍ଚିଛନ୍ତି। ଗତ ୫ ବର୍ଷରେ ଏହା ପ୍ରଥମ ଥର ଯେତେବେଳେ ଚୀନ୍‌ର ରାଷ୍ଟ୍ରପତି ୟୁରୋପର କୌଣସି ଦେଶରେ ପହଁଞ୍ଚିଛନ୍ତି। ଏହି ଗୁରୁତ୍ବପୂର୍ଣ୍ଣ ଯାତ୍ରା ଅନୁସାରେ, ଫ୍ରାନ୍ସ ଯିବା ଏଥିପାଇଁ ଗୁରୁତ୍ବପୂର୍ଣ, କାରଣ ଗତ କିଛି ବର୍ଷ ହେବ ଭାରତ ସହିତ ଫ୍ରାନ୍ସର ଭଲ ସମ୍ପର୍କ ରହିଛି। ଏଭଳି  ସ୍ଥିତିରେ ଭାରତ ସହ ଦୋସ୍ତି ରଖିଥିବା ଫ୍ରାନ୍ସ ଗସ୍ତ କରିବାରର ଅଲଗା ଅର୍ଥ ରହଛି। କୁହାଯାଉଛି ଯେ, ଏହା ଅନୁସାରେ ଜିନପିଙ୍ଗ ଚେଷ୍ଟା କରିପାରନ୍ତି ଯେ, ଫ୍ରାନ୍ସକୁ ଚୀନ୍‌ ସମର୍ଥନରେ ଆଣିବାକୁ।  ପୂର୍ବରୁ ମଧ୍ୟ ଚୀନ୍‌ ପକ୍ଷରୁ ଭାରତର ପଡୋଶୀ ଦେଶ ଆଫଗାନିସ୍ତାନ, ଶ୍ରୀଲଙ୍କା, ମିଆଁମାର, ମାଳଦ୍ବୀପ ଭଳି ଦେଶର ନିକଟତର ହେବାକୁ ଚେଷ୍ଟା କରୁଛି।

ଏବେ ଏହି ରଣନୀତି ଚୀନ୍ ୟୁରୋପ ପର୍ଯ୍ୟନ୍ତ ଚାଲିବାର ଚେଷ୍ଟା କରାଯାଉଛି। ଏହି ଯାତ୍ରା ପରେ ଜିନପିଙ୍ଗ ହଙ୍ଗେରି ଓ ସର୍ଭିଆ ମଧ୍ୟ ଯିବେ। ଫ୍ରାନ୍ସରେ ଜିନପିଙ୍ଗଙ୍କ ସାକ୍ଷାତ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ଙ୍କ ସହିତ ହେବ। ଏହାଛଡା ୟୁରୋପିଆନ୍ ୟୁନିଅନ୍‌ ଅଧ୍ୟକ୍ଷ ଉର୍ସୁଲା ଭାନ୍ ଡେ ଲେୟେସଙ୍କୁ ମଧ୍ୟ ସାକ୍ଷାତ କରିବେ। ଚୀନ୍‌ର ମେଟ୍ ଗୋରାସିମ୍‌ କହିଛନ୍ତି ଜିନ୍‌ପିଙ୍କ ଏହି ଗସ୍ତର ତିନୋଟି ଲକ୍ଷ୍ୟ ରହିଛି। ପ୍ରଥମଟି ହେଉଛି ୟୁକ୍ରେନ୍‌ର ସମର୍ଥନ କରିବା ଫଳରେ ଯେଉଁ ସମ୍ପର୍କ ଖରାପ ହୋଇଛି, ତାକୁ ଠିକ୍ କରିବା। ଦ୍ବିତୀୟଟି ହେଉଛି ୟୁରୋପିଆନ୍ ୟୁନିଅନର ଆର୍ଥିକ ନୀତି ଉପରେ କଥା ହେବା, ଯାହାଫଳରେ ଚୀନ୍‌କୁ ଲାଭ ମିଳିପାରିବ। ତୃତୀୟଟି ହେଉଛି ସର୍ଭିୟା ଓ ହଙ୍ଗେରି ଭଳି ଦେଶ ସହ ସମ୍ପର୍କ ମଜବୁତ କରିବା।

ଏହି ଦୁଇ ଦେଶ ୟୁକ୍ରେନ୍ ଉପରେ ଋଷର ଆକ୍ରମଣକୁ ବିରୋଧ ମଧ୍ୟ କରିନାହାନ୍ତି। ତାଙ୍କ ସମର୍ଥନ ନିଜେ ଚୀନ୍ ଆଗକୁ ବଢି କରିଛି। ଭାରତର ଦୃଷ୍ଟିକୋଣରୁ ଯଦି କଥା ହେବା ତେବେ ଜିନପିଙ୍ଗଙ୍କ ଏହି ଗସ୍ତର ଅନେକ  ଉଦେଶ୍ୟ ରହିଛି। ରାଫେଲ ସହିତ ସବୁ ହତିଆରର ଡିଲ୍ ଫ୍ରାନ୍ସ ସହିତ ଭାରତ କରିଛି। ଏଭଳି ସ୍ଥିତିରେ ଚୀନ୍‌ର ଚେଷ୍ଟା ରହିବ  ସେ ୟୁରୋପୀୟ ଦେଶରେ ନିଜର ପ୍ରାଧାନ୍ୟ ବିସ୍ତାର କରିବା ।ବର୍ତ୍ତମାନ ଭାରତରର ଫ୍ରାନ୍ସ, ଜର୍ମାନୀ ସହିତ ସବୁ ୟୁରୋପୀୟ ଦେଶ ସହିତ ଭଲ ସମ୍ପର୍କ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.