ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣି ଚେଇଁ ଉଠିଲା ଚନ୍ଦ୍ରଯାନ , ପଠାଇଲା ଫଟୋ : ଆଶ୍ଚର୍ଯ୍ୟ ହେଲେ ବିଶେଷଜ୍ଞ

ଟୋକିଓ : ଗତବର୍ଷ ଅଗଷ୍ଟ ମାସରେ ଭାରତର ଚନ୍ଦ୍ରଯାନ-୩କୁ ସେତେବେଳେ ବଡ଼ ସଫଳତା ମିଳିଲା , ଯେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତା ପୂର୍ବକ ଅବତରଣ କରିଥିଲା। ସାରା ବିଶ୍ୱରୁ ଇସ୍ରୋ ପାଇଁ ଆସି ଥିଲା ଖୁବ୍‌ ପ୍ରଶଂସା। ଏହାପରେ ଜାପାନ ନିଜର ମୁନ୍‌ ମିଶନ ଲଞ୍ଚ କରିଥିଲା। ହେଲେ ଲ୍ୟାଣ୍ଡିଂ ମନ ମୁତାବିକ ହୋଇ ନଥିଲା , ଯେଉଁଥି ପାଇଁ କୁହାଯାଉଛି କି , ଜାପାନର ଚନ୍ଦ୍ରଯାନ ଅଧିକ ସମୟ ଯାଏ ଚନ୍ଦ୍ରରେ ସକ୍ରିୟ ରହି ପାରି ନଥିଲା। ହେଲେ ୩ୟ ଥର ଏହା ଚମତ୍କାର କରି ଦେଇଛି। 

ଜାପାନ ଏୟରୋସ୍ପେସ୍‌ ଏକ୍ସପ୍ଲୋରେସନ ଏଜେନ୍ସି ଅନୁସାରେ , ଏହାର ସ୍ନାଇପର ଲ୍ୟାଣ୍ଡର ଅର୍ଥାତ୍‌ ଜାପାନର ଚନ୍ଦ୍ରଯାନ ୩ୟ ଥର ଜିଇଁ ଉଠିଛି। ସେ ଫଟୋ ବି ପଠାଇଛି। ଚନ୍ଦ୍ରରେ ୧୪ ଦିନ ଯାଏ ଅନ୍ଧାର ରହିଥାଏ ଏବଂ ତାପମାତ୍ରା ଖୁବ୍‌ ନିମ୍ନକୁ ଚାଲି ଯିବା କାରଣରୁ ମୁନ୍‌ ମିଶନ ଅଧିକ ଦୀର୍ଘ ସମୟ ଯାଏ ଚାଲିବାର ଆଶା ରହି ନଥାଏ।

ଜାପାନା ଏୟରୋସ୍ପେସ୍‌ ଏକ୍ସପ୍ଲୋରେସନ ଏଜେନ୍ସି ଅନୁସାରେ, ଜାପାନର ମୁନ୍‌ ସ୍ନାଇପର ଲ୍ୟାଣ୍ଡର ୩ୟ ଥର ପ୍ରତିବନ୍ଧକକୁ ଅତିକ୍ରମ କରିଛି, ଏବଂ ସେ ଏମିତି କଠୋର ପରିସ୍ଥିତିକୁ ସହ୍ୟ କରିବା ପାଇଁ ଡିଜାଇନ୍‌ କରାଯାଇ ନଥିଲା। ଏହାପରେ ମଧ୍ୟ ସେ ଚନ୍ଦ୍ରର ଏକ ଲମ୍ୱା ଓ ଥଣ୍ଡା ରାତିରେ ମଧ୍ୟ ଜୀବିତ ରହିଗଲା। ନାସା ମୁତାବିକ ,ଚନ୍ଦ୍ରରେ ରାତି ହୋଇଥାଏ, ସେତେବେଳେ ସେଠାର ତାପମାତ୍ରା ଶୂନ୍ୟରୁ ୨୦୮ ଡିଗ୍ରୀ ଫାରେନହାଇଟ୍‌ ( ଶୂନ୍ୟରୁ ୧୩୩ ଡିଗ୍ରୀ ସେଲସିୟସ୍ ତଳେ) ଯାଏ ଖସି ଯାଏ। 

ସିଏନଏନର ରିପୋର୍ଟ ଅନୁସାରେ, ଜାପାନର ମୁନ୍‌ ସ୍ନାଇପରରୁ ଗୋଟିଏ ଚନ୍ଦ୍ର ରାତିକୁ ମଧ୍ୟ ଅତିକ୍ରମ କରିବାର ଆଶା ନଥିଲା। ଜାପାନର ଚନ୍ଦ୍ରଯାନର ରୋବୋଟିକ୍‌ ଗାଡ଼ି , ଯାହାକୁ ଏସଏଲଆଇଏମ ବା ଚନ୍ଦ୍ରର ଯାଞ୍ଚ ପାଇଁ ସ୍ମାର୍ଟ ଲ୍ୟାଣ୍ଡର ଭାବେ ମଧ୍ୟ ଜଣାଯାଏ , ଏହା ପ୍ରଥମ ଥର ଚଳିତ ବର୍ଷ ୧୯ ଜାନୁୟାରୀରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.