ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ମାଡ଼ିଆସୁଛି ବିପଦ, ଆଗକୁ ଘୋର ମରୁଡ଼ିର ସାମନା କରିବ ବିଶ୍ୱ

Published By : Swapna Ray | December 14, 2024 3:57 PM

ନୂଆଦିଲ୍ଲୀ, ୧୪।୧୨: ବଦଳୁଛି ଜଳବାୟୁ । କମୁଛି ଆୟୁଷ । ଏବେଠୁ ସଜାଗ ନ ହେଲେ, ଆଗକୁ ମାଡ଼ିଆସୁଛି ଭୟଙ୍କର ବିପଦ । ମିଳିତ ଜାତିସଂଘ ସମ୍ମିଳନୀରେ ଚିନ୍ତାଜନକ ରିପୋର୍ଟ । ମାତ୍ର, ତିନି ଦଶନ୍ଧିରେ ପୃଥିବୀର ୭୭ପ୍ରତିଶତ ଭାଗରେ ଶୁଷ୍କ ଜଳବାୟୁ । ୪୦ପ୍ରତିଶତରୁ ଅଧିକ ଅଞ୍ଚଳ ଟାଙ୍ଗରା, ଆଗକୁ ଘୋର ମରୁଡ଼ିର ସାମନା କରିବ ବିଶ୍ୱ । 

ଗତ ୩୦ ବର୍ଷ ମଧ୍ୟରେ ପୃଥିବୀର ୭୭ ପ୍ରତିଶତରୁ ଅଧିକାଂଶ ଅଞ୍ଚଳରେ ଜଳବାୟୁ ଶୁଷ୍କ ହୋଇଯାଇଛି । ଏହି ସମୟ ମଧ୍ୟରେ ବିଶ୍ୱର ଶୁଖିଲା ସ୍ଥାନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପୃଥିବୀର ୪୦ ପ୍ରତିଶତରୁ ଅଧିକ ଟାଙ୍ଗରା ଭୂମିରେ ପରିଣତ ହୋଇଛି । ସାଉଦି ଆରବର ରିୟାଦରେ ଚାଲିଥିବା ୧୬ତମ ମିଳିତ ଜାତିସଂଘ ସମ୍ମିଳନୀରେ ସୋମବାର ପ୍ରକାଶ ପାଇଛି ଏହି ରିପୋର୍ଟରେ । ରିପୋର୍ଟ ଅନୁସାରେ, ବିଶ୍ୱରେ ପାଣି ନଥିବା ଅର୍ଥାତ୍ ଶୁଷ୍କ ଅଞ୍ଚଳ ପ୍ରାୟ ୪୩ ଲକ୍ଷ ବର୍ଗ କିଲୋମିଟର ବୃଦ୍ଧି ପାଇଛି । ଏହି କ୍ଷେତ୍ର ଭାରତର ଆକାରଠାରୁ ପ୍ରାୟ ଏକ ତୃତୀୟାଂଶ ବଡ଼ । ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ଭବିଷ୍ୟତରେ ଯଦି ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ନିୟନ୍ତ୍ରିତ ନହୁଏ, ତେବେ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀର ତିନି ପ୍ରତିଶତ ଆର୍ଦ୍ର ଅଞ୍ଚଳ ଶୁଷ୍କ ଅଞ୍ଚଳରେ ପରିଣତ ହେବ । 

ରିପୋର୍ଟ ଅନୁସାରେ, ଗତ ତିନି ଦଶନ୍ଧି ମଧ୍ୟରେ ଶୁଖିଲା ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇ ୨.୩ ବିଲିୟନରେ ପହଞ୍ଚିଛି । ୨୧୦୦ ମସିହା ସୁଦ୍ଧା ଏହା ୫ ବିଲିୟନରେ ପହଞ୍ଚିପାରେ । ସବୁଠାରୁ ଅଧିକ ଜନବହୁଳ ଶୁଷ୍କ ଅଞ୍ଚଳରେ ରହିଛି କାଲିଫର୍ଣ୍ଣିଆ, ଇଜିପ୍ଟ, ପାକିସ୍ଥାନର କିଛି ଅଂଶ ଉତ୍ତର-ପୂର୍ବ ଚୀନ୍ । ଏହି ଶୁଷ୍କ ଅଞ୍ଚଳ ତାଲିକାରେ ଭାରତ ବି ସାମିଲ ।

ମରୁଡ଼ି ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳରେ ୟୁରୋପର ୯୬ ପ୍ରତିଶତ, ପଶ୍ଚିମ ଆମେରିକା, ବ୍ରାଜିଲ, ଏସିଆ ଏବଂ ମଧ୍ୟ ଆଫ୍ରିକାର କିଛି ଅଂଶ ସାମିଲ । ବୃହତ୍ତମ ଜମି ଦକ୍ଷିଣ ସୁଦାନ ଏବଂ ତାଞ୍ଜାନିଆର କେତେକ ଅଞ୍ଚଶ ଟାଙ୍ଗରା ମରୁଭୂମିରେ ପରିଣତ ହୋଇଥିବାବେଳେ ଚାଇନାର ବୃହତ୍ତମ ଜମି ଶୁଷ୍କ ପଡ଼ିଯାଇଛି । ଶୁଷ୍କ ଅଞ୍ଚଳରେ ବାସ କରୁଥିବା ପ୍ରାୟ ଅଧା ଲୋକ ଏସିଆ ଓ ଆଫ୍ରିକା ବାସିନ୍ଦା । ରିପୋର୍ଟ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନରୁ ବୃଦ୍ଧି ପାଉଛି ଶୁଷ୍କତା ଏବଂ ମରୁଭୂମି । ଯାହାର ପ୍ରଭାବ କୋଟି କୋଟି ଲୋକଙ୍କ ଜୀବନ-ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବ । ଯୁଏନସିସିଡିର କାର୍ଯ୍ୟକାରୀ ସଚିବ ଇବ୍ରାହିମ୍ ଥିଓ କହିଛନ୍ତି, ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ଏଭଳି ସଙ୍କଟ ନେଇ ରିପୋର୍ଟ ଦେଇଛନ୍ତି । ବିଶ୍ୱ ଆଗକୁ ସାମନା କରିବାକୁ ଯାଉଥିବା ଏହି ମରୁଡ଼ିର ଶେଷ ହୋଇପାରେ, କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆଗକୁ କେତେ ଯେ ଭୟଙ୍କର ହୋଇପାରେ ତାହା କଳ୍ପନା ବାହାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.