ପ୍ରମୁଖ ଖବର
  • ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍
  • ||
  • କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର
  • ||
  • ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ସୋମବାର ପ୍ରକାଶ ପାଇବ ଆଇସିଏସ୍‌ଇ ରେଜଲ୍ଟ, ୧୧ଟାରେ ଉଭୟ ଦଶମ ଓ ଦ୍ୱାଦଶ ଫଳ
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’
  • ||
  • ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍
  • ||
  • ୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା
  • ||

ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ବିଫଳ ହେଲା ଗୁଜରାଟ, ୪ ରନ୍‌ରେ ଜିତିଲା ଦିଲ୍ଲୀ

Image Courtesy: espncricinfo

ନୂଆଦିଲ୍ଲୀ: ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଖରୁ ପରାଜୟ ବରଣ କରିଛି ଗୁଜରାଟ ଟାଇଟନ୍ସ । ରୋମାଞ୍ଚକର ମ୍ୟାଚ୍‌ରେ ଶେଷ ଯାଏଁ ଲଢ଼େଇ କରି ବିଫଳ ହୋଇଛି ଗୁଜରାଟ । ସାଇ ସୂଦର୍ଶନ ଏବଂ ଡେଭିଡ ମିଲରଙ୍କ ଅର୍ଦ୍ଧଶତକ ବେକାର ଯାଇଛି । ଶେଷରେ ମାତ୍ର ୪ ରନ୍‌ରେ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ ।  ୨୨୫ରନ୍‌ର ପିଛା କରିବାକୁ ଆସିଥିବା ଗୁଜରାଟ ଟିମ୍‌ ନିର୍ଦ୍ଧାରିତ ଓଭରରେ୮ ଓ୍ବିକେଟ ହରାଇ ୨୨୦ ରନ୍‌ରେ ଅଟକି ଯାଇଛି ।

 ଗୁଜରାଟ ରିଦ୍ଧିମାନ ଶାହ (୩୯), ଶୁଭମନ ଗିଲ(୬), ସାଇ ସୁଦର୍ଶନ (୬୫), ଆଜମତୁଲ୍ଲା ଓମରଜାଇ (୧), ଡେଭିଡ ମିଲର (୫୫), ଶାହରୁଖ ଖାନ (୮),  ରାହୁଲ ତେଓ୍ବତିଆ (୪), ରାଶିଦ ଖାନ (ଅପରାଜିତ ୨୧), ସାଇ କିଶୋର (୧୩)ଙ୍କ ବଳରେ ୨୨୦ ରନ୍‌ କରିପାରିଛି ।   ସେପଟେ ଦିଲ୍ଲୀ ଟିମର ରାଶିଖ ଦାର ସଲାମ ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି । କୁଲଦୀପ ଯାଦବ ଦୁଇଟି ଓ୍ବିକେଟ ନେଇଥିବା ବେଳେ ଏନରିଚ୍‌ ନୋର୍ତଜେ, ମୁକେଶ କୁମାର ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଆଜି ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀର ଅଧିନାୟକ ରିଷଭ ପନ୍ତ ବସ୍ଫୋରକ ବ୍ୟାଟିଂ କରିଥିଲେ ।  ତାଙ୍କର ଅପରାଜିତ ୮୮ ରନ୍‌ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ବିନିମୟରେ ୨୨୪ ରନ୍‌ କରିଥିଲା । ଗୁଜରାଟ ଟାଇଟନ୍ସ ଆଗରେ ୨୨୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଦିଲ୍ଲୀ । ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ଗୁଜରାଟ୍‌ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମୋହିତ ଶର୍ମା ।  ୨୪ ବଲ୍‌ରେ ୭୩ ରନ୍‌ ଦେଇଥିଲେ ମୋହିତ । 

ଦିଲ୍ଲୀ କ୍ୟାପିଟାଲ୍ସ ପୃଥ୍ବୀ ଶ’ (୧୧), ଫ୍ରେଜର ମ୍ୟାକଗ୍ରକ୍‌ (୨୩), ଅକ୍ଷର ପଟେଲ (୬୬), ଶାଇ ହୋପ(୫) ଓ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ୍‌ ଏବଂ ତ୍ରିଷ୍ଟାନ ଷ୍ଟବ୍ସଙ୍କ ଅପରାଜତି ୨୬ ରନ୍‌ ସହାୟତାରେ ୨୨୪ ରନ୍‌ କରିଥିଲା । ଗୁଜରାଟ ଟାଇଟନ୍ସ ପକ୍ଷରୁ ସନ୍ଦୀପ ଓ୍ବାରିୟର ୧୫ ରନ୍‌ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଥିଲେ । ସେହିଭଳି ନୂର ଅହମ୍ମଦ ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ । 

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ ୩୫ ରନ୍‌ରେ ପ୍ରଥମ ଓ୍ବିକେଟ (ଫ୍ରେଜର ମ୍ୟାଜଗର୍କ) ହରାଇଥିଲା । ପରେ ପରେ ଦଳୀୟ ସ୍କୋର ୩୬ ରନ୍‌ ବେଳକୁ ଦଳକୁ ଦ୍ବିତୀୟ ଝଟକା ଲାଗିଥିଲା । ୧୧ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ ପୃଥ୍ବୀ ଶ’ । ତାଙ୍କ ପରେ ଶାଇ ହୋପ୍‌ ଆଉଟ ହେବା ପରେ ପଡ଼ିଆକୁ ଆସିଥିଲେ କ୍ୟାପ୍ଟେନ୍ ରିଷଭ ପନ୍ତ । ଅକ୍ସର ପଟେଲ  ଏବଂ ରିଷଭ ପନ୍ତଙ୍କ ଭାଗିଦାରୀରେ ଦଳ ବଡ଼ ସ୍କୋର ଆଡ଼କୁ ଅଗ୍ରସର ହୋଇଥିଲା । ଅକ୍ଷରଙ୍କ ପରେ ତ୍ରିଷ୍ଟାନ ଷ୍ଟବ୍ସ ୭ ବଲ୍‌ରେ ଅପରାଜିତ ୨୬ ରନ୍‌ କରିଥିଲେ । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.