ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁନିଲ ନାରାୟଣଙ୍କ ବିସ୍ଫୋରକ ପ୍ରଦର୍ଶନ ପରେ କମାଲ୍‌ କଲେ ବୋଲର; ଲକ୍ଷ୍ନୌକୁ ୯୮ ରନ୍‌ରେ ହରାଇଲା କୋଲକାତା

Image source: Cricbuzz

ଲକ୍ଷ୍ନୌ,୦୫/୦୫: ସୁନିଲ ନାରାୟଣଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ କେକେଆର ବୋଲରଙ୍କ ଶାଣିତ ବୋଲିଂ କୋଲକାତାକୁ ବିଜୟ କରାଇଛି। କୋଲକାତା ନାଇଟ୍ ରାଇଡର୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ଘରୋଇ ମାଟିରେ ୯୮ ରନରେ ହରାଇଛି। ଏହି ବିଶାଳ ବିଜୟ ସହ କୋଲକାତା ଆଇପିଏଲ୍ ୨୦୨୪ରେ ପ୍ଲେ ଅଫ୍‌ରେ ନିଜର ସ୍ଥାନ ଆପାତତଃ ସୁନିଶ୍ଚିତ କରିଛନ୍ତି। 

କୋଲକାତା ଦ୍ଵାରା ଧାର୍ଯ୍ୟ ୨୩୬ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ୧୬.୧ ଓଭରରେ ୧୩୭ ରନରେ ଅଲଆଉଟ୍ ହୋଇଛି। ମାର୍କସ ଷ୍ଟୋଇନିସ ୩୬ ରନ କରିଥିବା ବେଳେ କେଏଲ ରାହୁଲ ୨୫ ରନ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ସୁନିଲ ନାରାୟଣଙ୍କ ୮୧ ରନର ବିସ୍ଫୋରକ ଇନିଂସ ବଳରେ ୬ ଓ୍ଵିକେଟ୍ ହରାଇ ୨୩୫ ରନ କରିଥିଲା। ବୋଲିଂରେ କୋଲକାତା ପକ୍ଷରୁ ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀ ତିନୋଟି ଲେଖାଏଁ  ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.