ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଥମିଲା ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରଚାର, ମଙ୍ଗଳବାର ୯୪ ଆସନରେ ହେବ ମତଦାନ: ଶାହଙ୍କ ସମେତ ବହୁ ନେତାଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୦୬/୦୫: ଦେଶରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୧୦ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ପ୍ରଦେଶର ୯୪  ଆସନରେ ଆସନ୍ତା ୭ ତାରିଖରେ ଭୋଟ ଗ୍ରହଣ କରାଯିବ । ସେଥିମଧ୍ୟରେ ଆସାମର ୪, ବିହାରର ୫, ଛତିଶଗଡର ୭,  ଗୋଆର ୨, ଗୁଜରାଟର ୨୬, କର୍ଣ୍ଣାଟକର ୧୪, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୪, ଦାଦ୍ରା ଓ  ନଗର ହାବେଳି ଏବଂ ଡାମନ ଓ ଡିଉର ୨ଟି ଆସନ ରହିଛି । ଏହି ପର୍ଯ୍ୟାୟରେ ଗୁଜରାଟର ସମସ୍ତ ଓ ଗୋଆର ସମସ୍ତ ଆସନରେ  ଭୋଟ ଗ୍ରହଣ ହେଉଥିବା ବେଳେ କର୍ଣ୍ଣାଟକରେ ମଧ୍ୟ ମତଦାନ  ଶେଷ ହେବ । 

ରାଜ୍ୟର ମୋଟ ୨୮ ଲୋକସଭା ଆସନରୁ ଦ୍ୱିତୀୟ  ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୨୬ରେ ୧୪ଟି ଆସନରେ ମତଦାନ  ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୧୩୫୧  ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ରମୁଖ ପ୍ରାର୍ଥୀଙ୍କ  ମଧ୍ୟରେ ଅଛନ୍ତି ଅମିତ ଶାହ (ଗାନ୍ଧୀନଗର), ଜ୍ୟୋତିରାଦିତ୍ୟ  ସିନ୍ଧିଆ (ଗୁନା), ଡିମ୍ପଲ ଯାଦବ (ମୈନପୁରୀ), ପ୍ରହ୍ଲାଦ ଯୋଶୀ  (ଧରୱାଡ), ଅଧିର ରଞ୍ଜନ ଚୌଧୁରୀ (ବରହମପୁର), ଶିବରାଜ  ସିଂହ ଚୌହାନ (ବିଦିଶା), ଦିଗ୍‌ବିଜୟ ସିଂହ (ରାଜଗଢ) ଓ ସୁପ୍ରିୟା  ସୁଲେ (ବାରାମତୀ) । ତେବେ ଏହି ପର୍ଯ୍ୟାୟରେ ହେବାକୁ ଥିବା  ସୁରଟ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ  ହୋଇଥିବାରୁ ସେଠାରେ ଭୋଟ ଗ୍ରହଣ କରାଯିବ ନାହିଁ । ସେହିଭଳି  ଜମ୍ମୁ-କାଶ୍ମୀରର ଅନନ୍ତନାଗ-ରାଜୌରୀ ଲୋକସଭା ଆସନରେ  ମତଦାନକୁ ନିର୍ବାଚନ କମିଶନ ୨୫କୁ ଘୁଞ୍ଚାଇ ଦେଇଛନ୍ତି ।

  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.