ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର

ଭବାନୀପାଟଣା,୦୬/୦୫: ଆସନ୍ତା  ୧୩ରେ କଳାହାଣ୍ଡିରେ ସାଧାରଣ ନିର୍ବାଚନ ହେବ । ଏହି ପରିପ୍ରେକ୍ଷୀରେ ସୋମବାର  ନିର୍ବାଚନୀ ପ୍ରଚାର ପାଇଁ ବିଜେଡିର ମୁଖ୍ୟ ଷ୍ଟାର ପ୍ରଚାରକ ତଥା ସଭାପତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟ କଳାହାଣ୍ଡି ଗସ୍ତରେ ଆସୁଛନ୍ତି । ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀ ଓ  କଳାହାଣ୍ଡି ଲୋକସଭା ପାଇଁ ପ୍ରଚାର କରିବେ ।

 ଭବାନୀପାଟଣା ଓ ଖଡିଆଳରେ ଦଳ ପକ୍ଷରୁ  ଆୟୋଜିତ ଦୁଇଟି ଜନସଭାରେ ଯୋଗଦେବା  କାର୍ଯ୍ୟକ୍ରମ ରହିଛି । ଭବାନୀପାଟଣାରେ  ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟା ୫ମିନିଟ୍‌ରେ ପହଞ୍ଚିବେ । ଶ୍ରୀକ୍ରୀଷ୍ଣାନଗର ପଡ଼ିଆରେ ଆୟୋଜିତ ବିଶାଳ ଜନସମାବେଶରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । କଳାହାଣ୍ଡିର ରୂପାନ୍ତରଣ ତଥା ଜିଲ୍ଲାର  ବିକାଶ ସମ୍ପର୍କରେ ଜିଲ୍ଲାବାସୀଙ୍କୁ ହିସାବ ଦେବେ ବୋଲି ରବିବାର ଜିଲ୍ଲା ବିଜେଡି  ପକ୍ଷରୁ ଭବାନୀପାଟଣାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସଦସ୍ୟ  ତଥା ଲୋକସଭା ନିର୍ବାଚନ ପର୍ଯ୍ୟବେକ୍ଷକ ସୁଜିତ କୁମାର ସୂଚନା ଦେଇଛନ୍ତି । ଜିଲ୍ଲା  ବିଜେଡି ମୁଖ୍ୟ ସମ୍ପାଦକ ଭବାନୀଶଙ୍କର  ମିଶ୍ରଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ  ହୋଇଥିଲା । ମୁଖ୍ୟମନ୍ତ୍ରୀ ସୋମବାର  ନୂଆପଡ଼ା ଜିଲ୍ଲାର ଖଡିଆଳକୁ ମଧ୍ୟ ନିର୍ବାଚନୀ  ପ୍ରଚାରରେ ଆସୁଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.