ପ୍ରମୁଖ ଖବର
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍

ଭୁବନେଶ୍ୱର,୦୬/୦୬: ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବାକୁ ରବିବାର ରାତିରେ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନବନ୍ଦରରେ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ବିମାନବନ୍ଦର ବାହାରେ ମୋଦିଙ୍କ ସ୍ୱାଗତ ପାଇଁ ଘୋଡ଼ା ନାଚ, ପାରମ୍ପରିକ ଆଦିବାସୀ ନୃତ୍ୟ, ଧୁମସା ବାଜା, ସିଂହ ବାଜା ବଜାଇ ନାଚି ନାଚି ସ୍ୱାଗତ କରିଥିଲେ ।  

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ବାବୁ ସିଂ, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ସମର୍ଥକଙ୍କ ସହ ପହଞ୍ଚିଥିଲେ । ବିମାନବନ୍ଦର ବାହାରେ ବିଶାଳ ଜନସମୁଦ୍ର ପାଲଟିଥିଲା । ସେଠାରୁ ଯାଇ ମୋଦି ରାଜଭବନରେ ରାତ୍ରିଯାପନ କରିଥିଲେ । ରାଜ୍ୟ ବିଜେପିର ତୁଙ୍ଗ ନେତାମାନଙ୍କ ସହିତ ରାଜ୍ୟର ରାଜନୈତିକ ସ୍ଥିତି, ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ନେଇ ଆଲୋଚନା କରିଥିଲେ । ମୋଦିଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିର ବେଶ୍‌ ଉତ୍ସାହିତ ହୋଇପଡିଛି । ଦଳୀୟ ପ୍ରାର୍ଥୀଙ୍କ ମନୋବଳ ବଢ଼ିଛି । କର୍ମୀଙ୍କ ଭିତରେ ଜୋସ୍‌ ବଢ଼ିଥିବା ଦେଖିବାକୁ ମିଳିଛି ।  

ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନବରଙ୍ଗପୁର ବ୍ଲକ ଚିକିଲିଗାଁ ପଡ଼ିଆରେ ବିଶାଳ ଜନ ସମାବେଶ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ଏଠାରେ ମୋଦି ନବରଙ୍ଗପୁର ଓ କୋରାପୁଟ ଲୋକସଭା ଆସନ ସହ ଏହା ଅଧୀନରେ ଥିବା ବିଧାନସଭାଗୁଡିକର ବିଜେପି ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍‌ ଭିକ୍ଷା କରିବେ । 

ସେହିପରି ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ନିର୍ବାଚନମଣ୍ଡଳୀର କନିଷି ନିକଟରେ ଜନସଭାକୁ ସମ୍ବୋଧନ କରିବେ । ସଭାମଞ୍ଚରେ ଗଞ୍ଜାମ ଜିଲ୍ଲାର ୨ ସାଂସଦ ଓ ୧୩ ବିଧାୟକ ପ୍ରାର୍ଥୀଙ୍କ ସମେତ ଗଜପତି ଜିଲ୍ଲାର ୨ ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିବେ । ଉଭୟ ସମାବେଶସ୍ଥଳ ନିକଟରେ ଅସ୍ଥାୟୀ ହେଲିପ୍ୟାଡ୍‌ ନିର୍ମାଣ କରାଯାଇଛି । 

ଆସନ୍ତା ୧୦ରେ ମୋଦି ପୁଣି ଓଡ଼ିଶା ଆସିବେ । ଭୁବନେଶ୍ୱରରେ ରୋଡ୍‌ ସୋ କରିବେ । ଭୁବନେଶ୍ୱର ସାଂସଦ ଅପରାଜିତା ସୋସିଆଲ୍‌ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି । ତେବେ ୧୧ ତାରିଖରେ ବଲାଙ୍ଗୀରରେ ମୋଦିଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିବ । ସେତେବେଳେ ମଧ୍ୟ ୨ ଦିନିଆ କାର୍ଯ୍ୟକ୍ରମ ରହିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । 

ମୋଦିଙ୍କ ଗସ୍ତ ପୂର୍ବରୁ ବିଜେପି ଶିବିର ଅଧିକ ଚଳ ଚଞ୍ଚଳ ହୋଇ ପଡିଛି । ଦୁଇଦିନିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଜୟଶଙ୍କର ଆସି ବିଜେପି ପାଇଁ ପ୍ରଚାର କରିଛନ୍ତି । ଦଳ ପାଇଁ ରଣନୀତି ପ୍ରସ୍ତୁତିରେ ସହଯୋଗ କରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ଼ା ବି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ରାଜ୍ୟ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ ମଧ୍ୟ କରିଛନ୍ତି । ଏବେ ମୋଦିଙ୍କ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.