ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଟ୍ରାଫିକ୍‌କୁ ହ୍ରାସ କରାଇବା ପାଇଁ ନୂଆ ପ୍ଲାନ ଉପରେ କାମ କରୁଛନ୍ତି ଏବଂ ଖୁବ୍‌ ଶୀଘ୍ର ଏହି ପ୍ଲାନକୁ ମଧ୍ୟ ଲାଗୁ କରାଯାଇ ପାରେ। ଏହି ଯୋଜନାର ନାଁ ରଖାଯାଇଛି କଞ୍ଜେସନ ଟ୍ୟାକ୍ସ । ଦିଲ୍ଲୀର ଆତିଶୀ ସରକାର ପିକ୍‌ ଆୱାର୍ସରୁ ବର୍ତ୍ତିବା ପାଇଁ କଞ୍ଜେସନ ଟ୍ୟାକ୍ସ ଲାଗୁ କରିବାକୁ ଯୋଜନା କରୁଛନ୍ତି। 

ସୂଚନା ଅନୁସାରେ , କଞ୍ଜେସନ ଟ୍ୟାକ୍ସ ସେହି ଲୋକଙ୍କ ଠାରୁ ଆଦାୟ କରାଯିବ ,ଯିଏ ପିକ୍‌ ଆୱାର୍ସ ଅର୍ଥାତ୍‌ ସକାଳ ୮ରୁ ୧୦ଟା ଓ ସନ୍ଧ୍ୟା ୫.୩୦ରୁ ୭.୩୦ ଟା ମଧ୍ୟରେ କିଛି ଖାସ୍‌ ରାସ୍ତା ମଧ୍ୟ ଦେଇ ଯାତାୟାତ କରୁଥିବେ। ଏହାର ଉଦ୍ଦେଶ୍ୟ ପିକ୍ ଆୱାର୍ସ ବେଳେ ଟ୍ରାଫିକ୍‌ ଓ ପ୍ରଦୂଷଣରୁ ବର୍ତ୍ତିବା।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପାଇଁ ଦିଲ୍ଲୀର ସୀମା ଗୁଡ଼ିକରେ ୧୩ଟି ପ୍ରମୁଖ ସ୍ଥାନକୁ ଚିହ୍ନଟ କରାଯାଇଛି, ଅର୍ଥାତ୍‌ ଏହି ଯୋଜନା ଲାଗୁ ହେବା ପରେ ଦିଲ୍ଲୀରେ ଏଣ୍ଟ୍ରି ନେବାରେ ଲୋକଙ୍କୁ କଞ୍ଜେସନ ଟ୍ୟାକ୍ସ ଦେବାକୁ ପଡ଼ିପାରେ। ଟ୍ରାନ୍ସପୋର୍ଟର ସ୍ପେଶାଲ କମିଶନର ଶହଜାମ ଆଲମ ଏହି ବିଷୟରେ ସୂଚନା ଦେଇ କହିଛନ୍ତି , ଏହି ଟ୍ୟାକ୍ସ ଲଗାଯିବା ପରେ ଡ୍ରାଇଭରଙ୍କୁ ପିକ୍‌ ଟ୍ରାଫିକ୍‌ ଆୱାର୍ସ ବେଳେ କିଛି ଖାସ୍ ରାସ୍ତାର ବ୍ୟବହାର କରିବା ପାଇଁ ଟଙ୍କା ଦେବାକୁ ପଡ଼ିବ। 

ଆଲମ ଇଅଟୋ ସହ କଥାବାର୍ତ୍ତା ବେଳେ କହିଛନ୍ତି, ଏହି ପୂରା ପ୍ରକ୍ରିୟାକୁ କଞ୍ଜେସନ ପ୍ରାଇସିଂ କୁହାଯାଏ। ଟାଇମ୍ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବିକ , ଏହି ଟ୍ୟାକ୍ସ ମାନ୍ୟୁଆଲ ନୁହେଁ , ବରଂ ଫାସଟ୍ୟାଗ୍‌ ଦ୍ୱାରା ଆଦାୟ କରାଯିବ। ହେଲେ ଇଭି ସହ ଦୁଇ ଚକିଆ ଓ ନନ୍‌-ପଲ୍ୟୁଟିଂ ଭାଇକଲକୁ ଛାଡ଼ କରାଯିବ। 

ଦିଲ୍ଲୀରେ କଞ୍ଜେସନ ଟ୍ୟାକ୍ସର ପ୍ରଭାବ ନୂଆ ନୁହେଁ। ଏହା ପୂର୍ବରୁ ୨୦୧୮ ମସିହାରେ ତତ୍କାଳୀନ ଉପରାଜ୍ୟପାଳ ଅନିଲ ବୈଜଲ ପିକ୍ ଆୱାର୍ସ ବେଳେ ଗହଳି ସ୍ଥାନ ଥିବା ଅଞ୍ଚଳରେ ପ୍ରବେଶ କରୁଥିବା ଗାଡ଼ିକୁ ଚାର୍ଜ କରିବାର ପ୍ରଭାବ ରଖିଥିଲେ।  ଏହାର ଉଦ୍ଦେଶ୍ୟ ପ୍ରଦୂଷଣ ଓ ଭିଡ଼ ଉପରେ ଲଗାମ ଲଗେଇବା ଥିଲା। ଏହା ପୂର୍ବରୁ ସିଙ୍ଗାପୁର , ଲଣ୍ଡନ ଓ ଷ୍ଟକହୋମ୍‌ ଭଳି ସହର ଗୁଡ଼ିକରେ ମଧ୍ୟ ଏହି ପ୍ରକାରର ପ୍ଲାନ ଲାଗୁ ହେବ।