ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଚାରି ବେଦ, ଚାରି ଯୁଗ ଆଧାରରେ ଚାରି ଧାମ... ନୂଆ ମନ୍ଦିର ନିର୍ମାଣ କରି ନୂଆ ଧାମ ସୃଷ୍ଟି ହୋଇପାରିବନି

Published By : Prameya | May 6, 2025 3:06 PM

ପୁରୀ, ୦୬/୦୬ : ଚାରି ବେଦ... ଚାରି ଯୁଗ... ଚାରି ଦିଗ । ସେହି ଭଳି ଚାରି ଧାମ । ଧାମର ସୃଷ୍ଟି କେଉଁ ଯୁଗରୁ । ସାରା ବିଶ୍ୱରେ ଅନେକ ତୀର୍ଥ କ୍ଷେତ୍ର, ଦେବସ୍ଥଳୀ, ଐତିହ୍ୟ ସ୍ଥଳୀ ଅଛି । ହେଲେ ଚାରି ଧାମ ସେବେ ଥିଲା, ଏବେ ମଧ୍ୟ ରହିଛି ଆଗକୁ ବି ରହିଥିବ । ନୂତନ ମନ୍ଦିର ନିର୍ମାଣ କରାଯାଇ ନୂତନ ଧାମ ସୃଷ୍ଟି କରାଯାଇପାରେନା । ‘ଯେଉଁ ସମୟରେ ଭାରତରେ ବୌଦ୍ଧ ଧର୍ମ ବହୁଳ ମାତ୍ରାରେ ବ୍ୟାପି ଥିଲା । ସେ ସମୟରେ ଜଗଦ୍‌ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଏହି ଚାରି ଧାମର ପୁନରୁଦ୍ଧାର କରି ସନାତନ ଧର୍ମର ଅଭ୍ୟୁଦୟ କରିଥିଲେ । ପାଖାପାଖି ଅଢ଼େଇ ହଜାର ବର୍ଷ ତଳେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଚାରିଧାମ ମଧ୍ୟରୁ ଶ୍ରେଷ୍ଠଧାମ ପୁରୀରେ ପୁରୁଷୋତ୍ତମ କ୍ଷେତ୍ରର ପୁନରୁଦ୍ଧାର ହୋଇଥିଲା । ସେ ନିଜର ଶକ୍ତି ବଳରେ ଜାଣି ପାରିଥିଲେ ପୁରୀରେ ପୂଜିତ ଶ୍ରୀବିଗ୍ରହ ସୋନପୁରରେ ପାତାଳି ହୋଇଛନ୍ତି । ସେଠାରୁ ଜୀର୍ଣ୍ଣ ବିଗ୍ରହ ସବୁକୁ ଉଦ୍ଧାର କରି, ଏହାର ନବକଳେବର କରାଇ ବୈଶାଖ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପୁରୀରେ ପୁଣି ଥରେ ଶ୍ରୀବିଗ୍ରହଙ୍କର ପ୍ରତିଷ୍ଠା କରାଯାଇ ଶ୍ରୀକ୍ଷେତ୍ରକୁ ଧାମର ଆଖ୍ୟା ଦିଆଯାଇଥିଲା ।’ ଏହା କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସିଦ୍ଧାର୍ଥ ଆଚାର୍ଯ୍ୟ । 

ସତ୍ୟରେ ବଦ୍ରିନାଥ, ତ୍ରେତୟାରେ ରାମେଶ୍ୱର, ଦ୍ୱାପରରେ ଦ୍ୱାରିକାନାଥ ଓ କଳିଯୁଗରେ ଶ୍ରୀକ୍ଷେତ୍ର ବୋଲି ପୁରାଣରେ ବର୍ଣ୍ଣନା ରହିଛି । ପୂର୍ବ ଦିଗରେ ପୁରୁଷୋତ୍ତମ କ୍ଷେତ୍ର ରୁକ୍‌ ବେଦ ଆଧାରରେ, ଦକ୍ଷିଣରେ ରାମେଶ୍ୱର ଯର୍ଜୁ ବେଦ ଆଧାରରେ, ଉତ୍ତରରେ ବଦ୍ରିନାଥ ଅଥର୍ବ ବେଦ ଆଧାରରେ ଏବଂ ପଶ୍ଚିମରେ ଦ୍ୱାରିକା ପୀଠ ସାମ ବେଦ ଆଧାରରେ ହୋଇଛି । ଏହି ସମସ୍ତ ଧାମ ପ୍ରଭୁଙ୍କ ନିତ୍ୟ ଲୀଳାଭୂମି ଭାବେ ପରିଚିତ । ପ୍ରତ୍ୟେକ ଧାମରେ ଜଣେ ଦେବତା ଓ ଦେବୀଙ୍କୁ ସେ ପ୍ରତିଷ୍ଠା କରାଇଥିଲେ । ଶ୍ରୀମନ୍ଦିର ପୁରୋହିତ ତଥା ସଂସ୍କୃତି ଗବେଷକ ସିଦେ୍ଧଶ୍ୱର ମହାପାତ୍ର କହିଛନ୍ତି, ଯେତେ ଯେଉଁଠି କ୍ଷେତ୍ର ରହିଛି ସବୁଠାରୁ ଶ୍ରେଷ୍ଠ କ୍ଷେତ୍ର ହେଉଛି ପୁରୁଷୋତ୍ତମ ଶ୍ରୀକ୍ଷେତ୍ର । ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ କହିବା ମୁତାବକ, କୌଣସି କ୍ଷେତ୍ର ଧାମର ଆଖ୍ୟା ପାଇବା ପାଇଁ ବିଭିନ୍ନ ଦିଗକୁ ବିଚାର କରାଯାଏ । ସେଠାରେ ସାଗର, ପୁଷ୍କରିଣୀ, ପର୍ବତ, କଳ୍ପବଟ ଆଦି ରହିବାର ଆବଶ୍ୟକ । ଶ୍ରୀକ୍ଷେତ୍ରରେ ମହୋଦଧି, ପଞ୍ଚତୀର୍ଥ ଓ କଳ୍ପବଟ ରହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱୟଂ ନୀଳାଦ୍ରି କନ୍ଦର ପର୍ବତରେ ବିରାଜିତ । ସ୍କନ୍ଧ ପୁରାଣ, ବାମଦେବ ସଂହିତା, କପିଳ ସଂହିତା ସମେତ ଅନେକ ପୁରାଣରେ ପୁରୀ ଶ୍ରେଷ୍ଠ ଧାମର ଆଖ୍ୟା ପାଇଛି ।

ଏହି ଖବରଟିକୁ ପଢନ୍ତୁ-ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ଜଗନ୍ନାଥ ଧାମ କହିଲେ କେବଳ ପୁରୀ, ଭଣ୍ଡଙ୍କ ବାବାଜୀ ବେଶ ଯେମିତି ଦୀଘାରେ 'ଜଗନ୍ନାଥ ଧାମ' ସେମିତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.