ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଛୋଟ ଛୋଟ କଥା ଭୁଲୁଛନ୍ତି କି ? ହୋଇପାରେ ଡିଜିଟାଲ୍‌ ଡିମେନ୍‌ସିଆ

Published By : Rasmita Pradhan | October 18, 2024 2:43 PM

ଆଜିକାଲି ଲୋକମାନେ ଅଧିକାଂଶ ସମୟ ଟେକ୍ନୋଲୋଜିର ଆଖାପାଖରେ ବିତାଉଛନ୍ତି । ବିଶେଷକରି ମୋବାଇଲ୍‌, ଲାପଟପ୍‌ ଆମ ଜୀବନଶୈଳିର ଅଭିନ୍ନ ଅଙ୍ଗ ହୋଇପଡିଲାଣି । ଅଫିସ୍‌ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ କୌଣସି ନା କୌଣସି କାରଣରୁ ସ୍କ୍ରିନ୍‌ ବ୍ୟବହାରର ଗୁରୁତ୍ୱ ବଢିଚାଲିଛି । ତେଣୁ ଡିଜିଟାଲ୍‌ ଡିମେନ୍‌ସିଆ ହେବା ଖୁବ୍‌ ସାଧାରଣ ହୋଇପଡିଲାଣି । ଚାଲନ୍ତୁ ଜାଣିବା ଏହାର ଲକ୍ଷଣ ଓ ନିରାକରଣର ଉପାୟ ।

ଏବେ ସ୍କ୍ରିନ୍‌ ଓ ଟୋକ୍ନୋଲୋଜିର ପ୍ରଭାବ ସମାଜକୁ କବଳିତ କରି ରଖିଛି । ଆଜିକାଲି ପିଲାଠାରୁ ଆରମ୍ଭ କରି ବଡ଼ ଯାଏ ପ୍ରାୟ ସମସ୍ତେ ପରିବାର ଓ ସମ୍ପର୍କଠାରୁ ଦୂରେଇପାରିବେ କିନ୍ତୁ ସ୍କ୍ରିନ୍‌ଠାରୁ ନୁହେଁ । ଏବେ ସ୍କ୍ରିନ୍‌ ଟାଇମ୍‌ ଏକ ଆଡିକ୍ସନ୍‌ ହୋଇପଡିଲାଣି । ଏଥିରୁ ବାହାରିବା ପାଇଁ ଅନେକ କଠୋର କଟକଣା ଆପଣାଇବାକୁ ପଡୁଛି । ବଢୁଥିବା ସଚେତନତା କାରଣରୁ ପ୍ରାୟ ଲୋକ ସ୍କ୍ରିନ୍‌ ଟାଇମ୍‌ କ୍ଷତିକାରକ ବୋଲି ଜାଣିଛନ୍ତି । ଏହା ମସ୍ତିଷ୍କ ଓ ଆଖି ଉପରେ ନକାରାତ୍ମକ ପ୍ରଭାବ ପକାଉଛି ଜାଣିବା ସତ୍ତେ୍ୱ ମଧ୍ୟ ତା’ କବଳରୁ ନିଜକୁ ଦୂରେଇ ପାରୁନାହାନ୍ତି । ବିଶେଷଜ୍ଞଙ୍କ କହିବା କଥା ଏହି କାରଣରୁ ଡିଜିଟାଲ୍‌ ଡିମେନ୍‌ସିଆ ପରି ସମସ୍ୟା ସାମ୍‌ନାକୁ ଆସୁଛି । 

ଡିମେନ୍‌ସିଆ କ’ଣ ?

ଏହା ବ୍ରେନ୍‌ ଡିଜଅର୍ଡରର ଏକ ସମୂହ, ଯେଉଁଥିରେ ଅନେକ ପ୍ରକାରର ଲକ୍ଷଣ ଦେଖା ଦେଇଥାଏ । ଯେପରିକି ସ୍ମୁତିଶକ୍ତି ହ୍ରାସ, ନିଷ୍ପତି ନେବାର କ୍ଷମତା ହ୍ରାସ, ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଏବଂ ନିୟମିତ ଦିନଚର୍ଯ୍ୟାରେ ସମସ୍ୟା ଅନୁଭବ କରିବା ଆଦିକୁ ଡିମେନ୍‌ସିଆ କୁହାଯାଏ । 

କାହିଁକି ହୁଏ ଡିଜିଟାଲ୍‌ ଡିମେନ୍‌ସିଆ ?

ସ୍ମାର୍ଟଫୋନ୍‌ର ମାତ୍ରାଧିକ ବ୍ୟବହାର କାରଣରୁ ବ୍ରେନ୍‌ର ସକ୍ରିୟତା କ୍ରମଶଃ କମିଚାଲେ । ମସ୍ତିଷ୍କରେ ଥିବା ଏକ ପ୍ରକାରର ସେନ୍‌ସରରେ ମିସ୍‌-ମ୍ୟାଚ୍‌ ହୋଇଥାଏ । ଏହା ଟେକ୍ନୋଲୋଜି, ଫୋନ୍‌ ଓ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ଅଧିକ ସମୟ ବସିବା କାରଣରୁ ହୋଇଥାଏ । ଯେଉଁଥିରେ ଡିମେନ୍‌ସିଆର ଲକ୍ଷଣ ଅନୁଭବ ହୋଇଥାଏ । ଏହାକୁ ଡିଜିଟାଲ୍‌ ଡିମେନ୍‌ସିଆ କୁହାଯାଏ । ଦିନକୁ ୪ ଘଣ୍ଟାରୁ ଅଧିକ ସମୟ ଫୋନ୍‌, ଲାପଟପ୍‌ ଓ କମ୍ପ୍ୟୁଟର ଆଦି ବ୍ୟବହାର କରିବା କାରଣରୁ ଡିଜିଟାଲ୍‌ ଡିମେନ୍‌ସିଆ ହେବାର ଆଶଙ୍କା ବଢିଥାଏ । ଏହି ସମସ୍ୟା କେବଳ ବଡ଼ମାନଙ୍କୁ ପ୍ରଭାବିତ କରି ନଥାଏ, ବରଂ ପିଲାମାନେ ମଧ୍ୟ ସମ ପରିମାଣରେ ପ୍ରଭାବିତ ହୋଇଥାନ୍ତି । 

ଲକ୍ଷଣ

  • କିଛି ସମୟ ପାଇଁ ସ୍ମୁତିଶକ୍ତି ହ୍ରାସ ପାଇବା 
  • କିଛି ଜିନିଷକୁ ସହଜରେ ଭୁଲିଯିବା କିମ୍ବା ହଜେଇଦେବା 
  • କିଛି ଶବ୍ଦ ବା କଥାକୁ ମନେ ପକାଇବାରେ ସମସ୍ୟା ହେବା 
  • ମଲ୍ଟି ଟାକ୍ସିଂ କରିବାରେ ସମସ୍ୟା ହେବା 
  • ପ୍ରତ୍ୟେକ କାମ ପାଇଁ ଗୁଗଲ୍‌ର ବ୍ୟବହାର କରିବା ଦ୍ୱାରା ନିଜର ଫୋନ୍‌ ନମ୍ବର ମଧ୍ୟ ମନେ ରଖିବାରେ ଅକ୍ଷମତା ପ୍ରକାଶ ପାଇବା ସହ ବଡ଼ କାମ ଉପରେ ଫୋକସ୍‌ କରିବା ସମ୍ଭବ ହୋଇ ନଥାଏ । 
  • ପିଲାମାନଙ୍କ ଭିତରେ ଭାଷାକୁ ଗ୍ରହଣ କରିବା କ୍ଷମତା କମ୍‌ ରହିବା, ମସ୍ତିଷ୍କର ସକ୍ରିୟତା କମିବା ଏବଂ ନିଷ୍କ୍ରିୟ ଭାବେ ବସି ରହିବା ଦ୍ୱାରା ମାନସିକ ଓ ଶାରିରୀକ ବିକାଶରେ ବାଧା ଉତ୍ପନ୍ନ ହୋଇଥାଏ ।

ସୁରକ୍ଷା 

-ଏହି ଡିଜିଟାଲ୍‌ ଡିମେନସିଆ ସମସ୍ୟାରୁ ବାହାରିବା ଅସମ୍ଭବ ନୁହେଁ । କିନ୍ତୁ ଏଥିପାଇଁ ନିଜର ପ୍ରୟାସ ରହିବା ଆବଶ୍ୟକ । ଯେପରିକି 

-ରାତିରେ ଶୋଇବା ପୂର୍ବରୁ ଓ ସକାଳେ ଉଠିବା ପରେ କିଛି ସମୟ ପର୍ଯ୍ୟନ୍ତ ମୋବାଇଲ୍‌ ନ ଛୁଇଁବାର ପ୍ରତିଶ୍ରୁତି ରଖନ୍ତୁ ।

-ମେଣ୍ଟାଲ ମ୍ୟାଥ୍‌ ସମସ୍ୟାକୁ ସମାଧାନ କରିବା, ସୁଡୋକୋ ଓ ଚେସ୍‌ ଆଦି ପରି ବ୍ରେନ୍‌ ଗେମ୍‌ ଖେଳିବା ଦ୍ୱାରା ମସ୍ତିଷ୍କର ନିଷ୍କ୍ରୟତା ଦୂର ହେବା ସହ ସକ୍ରିୟତା ବଢିଥାଏ । 

-ଫୋନ୍‌ରେ ଟାଇମ୍‌ ଲିମିଟ୍‌ ସେଟ୍‌ କରି ନିଅନ୍ତୁ, ଯାହା ଆପଣଙ୍କୁ ଅଧିକ ଫୋନ୍‌ ବ୍ୟବହାର ନ କରିବା ପାଇଁ ସିଗ୍‌ନାଲ୍‌ ଦେଇପାରିବ । ଏଥିପାଇଁ କେତେକ ଆପ୍‌ ରହିଛି । ତା’ର ବ୍ୟବହାର କରିପାରିବେ । 

-ଆବଶ୍ୟକ ଫୋନ୍‌ ନମ୍ବର, ଗ୍ରୋସରି ତାଲିକା ପାଇଁ କଲମ-କାଗଜ ଓ ନିୟମିତ ଜର୍ଣ୍ଣାଲ ପଢିବା ପାଇଁ ଖବର କାଗଜର ବ୍ୟବହାର କରିବାକୁ ପ୍ରୟାସ କରନ୍ତୁ । 

-ପ୍ରତ୍ୟେକ କାମ ପାଇଁ ମୋବାଇଲ୍‌ ଉପରେ ନିର୍ଭରଶୀଳ ନ ରହିବାକୁ ଚେଷ୍ଟା କରନ୍ତୁ । ଯଦି ସମ୍ଭବ ଆବଶ୍ୟକ ଫୋନ୍‌ ନମ୍ବରକୁ ମନେ ରଖନ୍ତୁ, ଦରକାର ବେଳେ କାମରେ ଆସିବ । 

-ନିୟମିତ ରାତିରେ ମୋବାଇଲ୍‌ ଦେଖିବା ପରିବର୍ତ୍ତେ ନିଦକୁ ପୁରା କରିବାକୁ ଗୁରୁତ୍ୱ ଦିଅନ୍ତୁ । ଛୁଟି ଦିନରେ ଘରେ ବସି ମୋବାଇଲ୍‌ ଦେଖିବା ପରିବର୍ତ୍ତେ ଫିଲ୍ମ ବା ମଲ୍‌ ବୁଲିବା କିମ୍ବା ସାଙ୍ଗସାଥୀ ବା ପରିବାର ସଦସ୍ୟଙ୍କ ସହ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ସମ୍ପର୍କରେ ନିବିଡ଼ତା ଆସିଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.