ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଆୟକର ସଂଗ୍ରହରେ ବଢ଼ିବାରେ ଲାଗିିଛି ସରକାରଙ୍କର ରାଜସ୍ବ; ୨୧.୨୬ ଲକ୍ଷ କୋଟିରେ ପହଞ୍ଚିଲା ପ୍ରତ୍ୟକ୍ଷ କର ଆଦାୟ

Published By : Soubhagya Ranjan | March 18, 2025 5:15 PM

Image source: ABP Live

ନୂଆଦିଲ୍ଲୀ,୧୮/୦୩: ଚଳିତ ଆର୍ଥିକ ବର୍ଷରେ, ଟିକସ ସଂଗ୍ରହ ମାଧ୍ୟମରେ ସରକାରୀ ରାଜକୋଷ କ୍ରମାଗତ ପୂରଣ ହେଉଛି ଏବଂ ଏଥିରେ, କର୍ପୋରେଟ ଟାକ୍ସ ଠାରୁ ନନ୍‌ କର୍ପୋରେଟ୍ ଟିକସ ସଂଗ୍ରହ ସବୁଠାରୁ ଅଧିକ ରହିଛି, ଯାହାକି କରଦାତାଙ୍କ ଠାରୁ ଟିକସ ବିଭାଗ ସଂଗ୍ରହ କରିଛି। ୨୦୨୪-୨୬ ଆର୍ଥିକ ବର୍ଷରେ ମାର୍ଚ୍ଚ ୧୬ ସୁଦ୍ଧା, ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୩.୧୩ ପ୍ରତିଶତ ବୃଦ୍ଧି ସହିତ ୨୧.୨୬ ଲକ୍ଷ କୋଟି ଟଙ୍କା ପହଞ୍ଚିଛି।

ପ୍ରତ୍ୟକ୍ଷ କର ଆଦାୟକୁ ନେଇ ଜାରି ତଥ୍ୟ ଅନୁସାରେ, ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବୃଦ୍ଧିରେ ଅଗ୍ରିମ ଟିକସ ବୃଦ୍ଧିକୁ ଶ୍ରେୟ ଦିଆଯାଉଛି। ଚଳିତ ବର୍ଷ, ସରକାର ଚାରିଟି ଅଗ୍ରିମ ଟିକସ କିସ୍ତିରୁ ୧୪.୪୪ ଲକ୍ଷ କୋଟି ବୃଦ୍ଧି ସହିତ ୧୦.୪୪ ଲକ୍ଷ କୋଟି ସଂଗ୍ରହ କରିପାରିଛନ୍ତି। ଏହା ପୂର୍ବ ଆର୍ଥିକ ବର୍ଷରେ ୯.୧୧ ଲକ୍ଷ କୋଟି ଟଙ୍କା ଥିଲା। ଚଳିତ ଆର୍ଥିକ ବର୍ଷର ଶେଷ ଅଗ୍ରିମ ଟିକସ ଦେୟ ୧୫ ମାର୍ଚ୍ଚ, ୨୦୨୫ ରେ ହୋଇଥିଲା। କର୍ପୋରେଟ୍ ଟିକସ ବର୍ଗରେ ଅଗ୍ରିମ ଟିକସ ସଂଗ୍ରହ ୧୨.୫୪ ପ୍ରତିଶତ ଅଭିବୃଦ୍ଧି ସହିତ ୭.୫୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ସେପଟେ ନନ୍-କର୍ପୋରେଟ୍ ବର୍ଗରେ ଅଗ୍ରିମ ଟିକସ ସଂଗ୍ରହ ୨୦.୪୭ ପ୍ରତିଶତ ଅଭିବୃଦ୍ଧି ସହିତ ୨.୮୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଆୟକର ଅଧିନିୟମର ଧାରା ୨୦୮ ଅନୁସାରେ, ଯେଉଁ ବ୍ୟକ୍ତିଙ୍କ ଆନୁମାନିକ କର ଦେୟ ୧୦,୦୦୦ ଟଙ୍କାରୁ ଅଧିକ ହେବାର ସମ୍ଭାବନା ରହିଛି, ତାଙ୍କୁ ସେହି ବର୍ଷ ଆଗୁଆ ଟିକସ ଦେବାକୁ ପଡ଼ିବ ଏବଂ ଏଥିରେ ବେତନଭୋଗୀ କରଦାତା ମଧ୍ୟ ରହିଛନ୍ତି। ଆର୍ଥିକ ବର୍ଷରେ ଅଗ୍ରିମ ଟିକସ ଚାରିଟି କିସ୍ତିରେ ପୈଠ କରାଯିବ, ତାହା ହେଉଛି - ଜୁନ୍ ୧୫, ସେପ୍ଟେମ୍ବର ୧୫, ଡିସେମ୍ବର ୧୫ ଏବଂ ମାର୍ଚ୍ଚ ୧୫।

ସିବିଡିଟି ଦ୍ୱାରା ପ୍ରକାଶିତ ଟିକସ ସଂଗ୍ରହ ତଥ୍ୟ ଅନୁଯାୟୀ, ନନ୍‌-କର୍ପୋରେଟ୍ ଟିକସ ସଂଗ୍ରହ, ଯେଉଁଥିରେ ମୁଖ୍ୟତଃ ଆୟକର ଅନ୍ତର୍ଭୁକ୍ତ, ଏହା ବାର୍ଷିକ ଆଧାରରେ ୧୭ ପ୍ରତିଶତ ବୃଦ୍ଧି ପାଇ ପ୍ରାୟ ୧୧.୦୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଯେତେବେଳେ କି ୧ ଏପ୍ରିଲ୍, ୨୦୨୪ ରୁ ୧୬ ମାର୍ଚ୍ଚ, ୨୦୨୫ ମଧ୍ୟରେ କର୍ପୋରେଟ୍ ଟିକସ ସଂଗ୍ରହ ୯.୬୯ ଲକ୍ଷ କୋଟି ଟଙ୍କା ହୋଇଥିଲା ଯାହାର ଅଭିବୃଦ୍ଧି ମାତ୍ର ୭ ପ୍ରତିଶତ ଥିଲା।

ସେୟାର ବଜାରରେ ଦ୍ରୁତ ହ୍ରାସ ବ୍ୟତିତ ସେୟାରଗୁଡ଼ିକ ମଧ୍ୟରେ କିଣାବିକା ଉପରେ ଲାଗିଥିବା ସିକ୍ୟୁରିଟି ଟ୍ରାଞ୍ଜାକ୍ସନ୍‌ କର ସଂଗ୍ରହ ପାଖାପାଖି ୫୬ ପ୍ରତିଶତ ବୃଦ୍ଧି ସହିତ ୫୩,୦୯୫ କୋଟି ରହିଛି। ସେହିପରି ଗତବର୍ଷ ସମାନ ସମୟରେ ୩୪,୧୩୧ କୋଟି ଟଙ୍କା ସଂଗ୍ରହ ଦେଖିବାକୁ ମିିଳିଥିଲା। ଏହି ସମୟରେ ୪.୬୦ ଲକ୍ଷ କୋଟି ଟଙ୍କାରୁ ଅଧିକରୁ ରିଫଣ୍ଡ ଜାରି କରାଯାଇଛି। ଏହାର ଗୋଟିଏ ବର୍ଷ ପୂର୍ବରୁ ସମାନ ଅବଧିରେ ୩.୪୭ ଲକ୍ଷ କୋଟିର ରିଫଣ୍ଡ ଜାରି କରାଯାଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ସଂଶୋଧିତ ପୂର୍ବାନୁମାନରେ ସରକାର ଆୟକର ସଂଗ୍ରହ ୧୨.୫୭ ଲକ୍ଷ କୋଟି ଟଙ୍କା ରହିବାର ଅନୁମାନ କରିଛନ୍ତି, ଯାହାକି ବଜେଟ ଅନୁମାନ ୧୧.୮୭ କୋଟି ଟଙ୍କାରୁ ଅଧିକ ଅଟେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.