ନୂଆଦିଲ୍ଲୀ : ଅନଲାଇନ୍ ସ୍କାମ୍‌ ମାମଲା ଖୁବ୍‌ ଜୋରରେ ବଢି ଚାଲିଛି। ସାଇବର କ୍ରିମିନାଲ ନୂଆ ନୂଆ ଉପାୟରେ ୟୁଜର୍ସଙ୍କୁ ନିଜର ଜାଲରେ ଫସାଉଛନ୍ତି। ୟୁଜରମାନେ ସ୍କାମରଙ୍କର ଚାଲକୁ ଚିହ୍ନଟ କରିବାରେ ସକ୍ଷମ ହୋଇ ପାରନ୍ତି ନାହିଁ ଏବଂ ଫେକ୍ ସ୍କିମ୍‌ ଓ ଅଫର ଲୋଭରେ ନିଜର ବଡ଼ କ୍ଷତି କରାଇ ବସନ୍ତି। ସଦ୍ୟ ମାମଲାଟି ତାମିଲନାଡୁରେ ଘଟିଛି, ଯେଉଁଠି ଜଣେ ଡାକ୍ତରଙ୍କୁ ୟୁଟ୍ୟୁବ୍‌ ଆଡ୍‌ରେ କ୍ଲିକ୍‌ କରିବା କାରଣରୁ ୭୬. ୫ ଲକ୍ଷ ଟଙ୍କାର କ୍ଷତି ହୋଇଛି। 

ଦ ହିନ୍ଦୁର ରିପୋର୍ଟ ଅନୁସାରେ, ସରକାରୀ ମେଡିକାଲ କଲେଜ୍‌ର ଜଣେ ଆସୋସିଏଟ୍‌ ପ୍ରଫେସର ଷ୍ଟକ୍‌ ମାର୍କେଟ୍‌ ଓ ଅନ୍‌ଲାଇଟ୍‌ ଟ୍ରେଣ୍ଡିଂର ଗାଇଣ୍ଡେନ୍ସ ଦେଉଥିବା ଏକ ୟୁଟ୍ୟୁବ୍‌ ଆଡ୍‌ରେ କ୍ଲିକ୍‌ କରି ଥିଲେ। 

ସ୍କାମରମାନେ କରିଥିଲେ ଫେକ୍‌ ହ୍ୱାଟ୍ସଆପ୍‌ ଗ୍ରୁପ୍‌ –

ଏହି ବିଜ୍ଞାପନକୁ କ୍ଲିକ୍ କରିବା ପରେ ସେ ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ପହଞ୍ଚି ଗଲେ। ଏହି ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଅନେକ ମେମ୍ୱର ପ୍ରଥମରୁ ଥିଲେ, ଯେଉଁମାନେ ନିଜକୁ ଇନଭେଷ୍ଟର ଦର୍ଶାଇ ଷ୍ଟକ୍‌ ମାର୍କେଟ୍‌ ସହ ଜଡ଼ିତ ଜିନିଷ ବିଷୟରେ କାଥାବାର୍ତ୍ତା କରୁଥିଲେ ଏବଂ ପ୍ରଫିଟ୍ସର ସ୍କ୍ରିନସଟ୍‌କୁ ମଧ୍ୟ ସେୟାର କରୁଥିଲେ। ଡାକ୍ତର ଏହି ଗ୍ରୁପ୍‌ରେ ସେୟାର କରାଯାଉ ଥିବା ଟିପ୍‌ସରେ ଖୁବ୍ ପ୍ରଭାବିତ ହୋଇ ଥିଲେ ଏବଂ ସେ ଭାବିଲେ ଯେ ଏଥିରେ ଏହି ଫିଲ୍ଡରେ ଅଭିଜ୍ଞ ଲୋକଙ୍କ ସହ କାମ କରିବାର ଭଲ ସୁଯୋଗ ରହିଛି।

ରିପୋର୍ଟ ଅନୁସାରେ ,ପ୍ରାରମ୍ଭିକ ଦିନ ଗୁଡ଼ିକରେ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଡାକ୍ତର ଅର୍ଥାତ୍‌  ପୀଡ଼ିତ ୟୁଜରଙ୍କୁ ଅନଲାଇନ୍‌ ଟ୍ରେଡିଂ ବିଷୟରେ ବେସିକ୍‌ ସୂଚନା ଦିଆଗଲା। ଏଥିରେ ଏହି ଗ୍ରୁପ୍‌ ଉପରେ ଡାକ୍ତରଙ୍କର ଭରସା ଆହୁରି ବଢିଗଲା । ଏହି ହ୍ୱାଟ୍ସଆପ୍‌ ଗ୍ରୁପ୍‌କୁ ଦିବାକର ସିଂହ ନାମକ ଜଣେ ବ୍ୟକ୍ତି ପରିଚାଳନା କରୁ ଥିଲେ। ଦିବାକର ସିଂହ ଗ୍ରୁପ୍‌ରେ ସର୍ଟ ଓ ଲଙ୍ଗ୍‌ ଟର୍ମ ଇନଭେଷ୍ଟମେଣଟ୍ ଟିପ୍ସକୁ ସେୟାର କରୁ ଥିଲେ। ଧିରେ ଧିରେ ଡାକ୍ତରଙ୍କର ଏହି ଗ୍ରୁପ୍‌ ଉପରେ ବିଶ୍ୱାସ ଖୁବ୍ ବଢି ଗଲା, ସେ ଆହୁରି ବଡ଼ ସ୍ତରର ଟ୍ରେଡିଂ କରିବାକୁ ନିଷ୍ପତ୍ତି ନେଲେ।

ହ୍ୱାଟ୍ସଆପ୍‌ ଗ୍ରୁପ୍ ଚଲାଉ ଥିବା ସ୍କାମର୍ସ ଡାକ୍ତରଙ୍କୁ ବଡ଼ ସ୍ତରରେ ଷ୍ଟକ୍‌ ଟ୍ରେଡିଂ କରିବା ପାଇଁ ଏକ  ଅନଲାଇନ୍‌ ପ୍ଲାଟଫର୍ମରେ ଏକ ଅଲଗା ଆକାଉଣ୍ଟ ଖୋଲିବା ପାଇଁ କହି ଥିଲେ। ଗ୍ରୁପ୍‌ର ମେମ୍ୱର୍ସ ମଧ୍ୟ ଡାକ୍ତରକୁ ଭରସା ଦେଇଥିଲେ କି ଇନଭେଷ୍ଟମେଣ୍ଚର ବଦଳରେ ତାଙ୍କୁ ବଡ଼ ଫାଇଦା ହେବ , କାରଣ  ତାଙ୍କର ଫଣ୍ଡକୁ ଭାରତ ଓ ୟୁଏସ୍‌ର ଷ୍ଟକ୍ସରେ ଇନଭେଷ୍ଟ କରାଯିବ। ସ୍କାମର ଡାକ୍ତରଙ୍କୁ ୩୦ ପ୍ରତିଶତର ମାର୍ଜିନରେ ଷ୍ଟକ୍‌ ଓ ଆଇପିଓର ପରାମର୍ଶ ଦେଉ ଥିଲେ।

ଅଧିକ ପ୍ରଫିଟ୍‌ ଲୋଭରେ ଡାକ୍ତର ସ୍କାମର୍ସଙ୍କର ଦିଆ ଯାଇ ଥିବା ଲିଙ୍କ୍‌ ଜରିଆରେ ଟଙ୍କା ଟ୍ରାନ୍ସଫର କରିବା ଆରମ୍ଭ କରିଦେଇ ଥିଲେ। ଡାକ୍ତର କହିଛନ୍ତି କି, ସେ ଅକ୍ଟୋବରରେ ୩ ସପ୍ତାହ ଭିତରେ ଏହି ଲିଙ୍କ୍‌ ପାଇଁ ପାଖାପାଖି ୭୬.୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ଦେଲେ। କିଛି ଦିନ ପରେ ଡାକ୍ତର ଏହି ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ୱିଡ୍ର କରିବାକୁ ଚେଷ୍ଟା କଲେ , କିନ୍ତୁ ୱେବସାଇଟ୍‌ରେ ଟ୍ରାଜାକ୍ସନ ଡିକ୍ଲାଇନ୍‌ ହୋଇ ଯାଇଛି। ଆଶ୍ଚର୍ଯ୍ୟ କରିବାର କଥା ଏହା ଯେ, ୱିଡ୍ରକୁ ପ୍ରୋସେସ୍‌ କରିବାକୁ ୱେବସାଇଟ୍‌ ୫୦ ଲକ୍ଷ ଟଙ୍କାର ଆଡିସନାଲ ଚାର୍ଜ ମାଗୁ ଥିଲା। ଏହାପରେ ଡାକ୍ତର ଜାଣି ପାରିଲେ କି ତାଙ୍କ ସହ ବଡ଼ ଠକେଇ (ଫ୍ରଡ୍‌) ହୋଇ ଯାଇଛି। 

ପୁଲିସ ଓ ସାଇବର ଅଥୋରିଟିଜ୍‌ ତୁରନ୍ତ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଇଥିବା ଫେକ୍‌ ଅନଲାଇନ୍‌ ଆଡ୍ସରେ ସାବଧାନ ରହିବାକୁ କହିଛନ୍ତି। ଏହିଭଳି ସ୍କାମରୁ ରକ୍ଷା ପାଇବା ପାଇଁ କୌଣସି ଅଜଣା ଗ୍ରୁପ୍‌ରେ ନିଜର ଫାଇନାନ୍ସିଆଲ ଡିଟେଲ୍‌କୁ ସେୟାର କରନ୍ତୁ ନାହିଁ।