ନୂଆଦିଲ୍ଲୀ,୦୭/୦୩: ଦକ୍ଷିଣ ଆମରିକାର ଚିଲିରେ ଭୂକମ୍ପ ଝଟକା । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ଼ କରାଯାଇଛି । ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ସେଠାରେ ଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ଜୀବନହାନିର ସୂଚନା ନାହିଁ।
EQ of M: 6.1, On: 06/03/2025 21:51:37 IST, Lat: 23.28 S, Long: 68.99 W, Depth: 71 Km, Location: Northern Chile.
— National Center for Seismology (@NCS_Earthquake) March 6, 2025
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/iPIZpsm42P
ନିରନ୍ତର ଭୂମିକମ୍ପ ଯୋଗୁଁ ଚିନ୍ତାରେ ସମଗ୍ର ବିଶ୍ୱ । ଗତକାଲି, ଦକ୍ଷିଣ ଆମେରିକାର ଚିଲିରେ ଏକ ଶକ୍ତିଶାଳୀ ଭୂମିକମ୍ପର ଝଟକା ଯୋଗୁଁ ପୃଥିବୀ ଥରି ଉଠିଥିଲା। ଏହାର କେନ୍ଦ୍ରସ୍ଥଳ ସାନ ପେଡ୍ରୋ ଡି ଅଟାକାମା ସହରରୁ ୧୦୪ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିଲା। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ ରୁ ମିଳିଥିବା ସୂଚନା ଅନୁସାରେ, ଏହା ବୋଲିଭିଆ ସୀମା ନିକଟରେ ଅବସ୍ଥିତ ଏକ ସହର। ସେହିପରି ଭୂମିକମ୍ପର ଗଭୀରତା ୯୩ କିଲୋମିଟର ଥିଲା। ଭୂମିକମ୍ପର ଝଟକା ଆର୍ଜେଣ୍ଟିନାରେ ମଧ୍ୟ ଅନୁଭୂତ ହୋଇଥିଲା।
ଏହା ମଧ୍ୟ ପଢନ୍ତୁ- ଭାରତ ଆସିଲେ ମୋତେ ଟର୍ଚର କରାଯିବ, ଆମେରିକା ସୁପ୍ରିମକୋର୍ଟରେ ଅପିଲ କଲା ୨୬/୧୧ ମୁଖ୍ୟ ଅଭିଯୁକ୍ତ ରାଣା
୧୫ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୦ ମସିହାରେ ଦକ୍ଷିଣ ଆମେରିକାର ଚିଲିରେ ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା। ସେହି ସମୟରେ ଭୂମିକମ୍ପର ତୀବ୍ରତା ୮.୮ ରେକର୍ଡ କରାଯାଇଥିଲା। ଏହି ଭୂମିକମ୍ପ ପରେ, ଦେଶରେ ସୁନାମି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା ଯେଉଁଥିରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ। ହଜାର ହଜାର ଲୋକ ବାସହୀନ ହୋଇଯାଇଥିଲେ।