ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନ୍ୟୁଜିଲାଣ୍ଡରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୫ ରେକର୍ଡ଼

Published By : Anindita Ratha | March 6, 2025 8:48 AM

ନୂଆଦିଲ୍ଲୀ,୦୬/୦୩: ନ୍ୟୁଜିଲାଣ୍ଡରେ ଭୂକମ୍ପ ଝଟକା । ଆଜି ସକାଳେ ଭୂମିକମ୍ପ ଝଟକା ଥରିଲା ନ୍ୟୁଜିଲାଣ୍ଡର ୩ଟି ସହର । ଏହାର ରିକ୍ଟର ସ୍କେଲରେ ତୀବ୍ରତା ୪.୫  ରେକର୍ଡ଼ କରାଯାଇଛି । କ୍ରାଇଷ୍ଟଚର୍ଚ୍ଚ, ରଙ୍ଗିଓରା ଏବଂ ଲୋବର୍ଣ୍ଣରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀର ଥିଲା । 

ସୂଚନା ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡ ଅଷ୍ଟ୍ରେଲିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଟେକ୍ଟୋନିକ୍ ପ୍ଲେଟର ସୀମାରେ ଅବସ୍ଥିତ।  ଯାହା ଦେଶର ଭୂକମ୍ପ ଗତିବିଧି ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ । ଲର୍ଣ୍ଣ ଏନଜେଡ୍ ଅନୁଯାୟୀ, ଦେଶରେ ପ୍ରତିବର୍ଷ ହଜାର ହଜାର ଭୂମିକମ୍ପ ହୋଇଥାଏ। ,ଯାହା ମଧ୍ୟରୁ ଅଧିକାଂଶ ଏତେ ଛୋଟ ଯେ ଏହାକୁ ଅନୁଭବ କରାଯାଇପାରେ ନାହିଁ। ଗତ ୧୦ ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ୨୦୧୬ରେ କାଇକୌରାର ଉପକୂଳବର୍ତ୍ତୀ ସହରରେ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିଲା। ଏହି ଭୂମିକମ୍ପ ଯୋଗୁଁ ୬.୯ ମିଟର ଉଚ୍ଚ ସୁନାମି ଆସିଥିଲା। ୱେଲିଂଟନ୍ ଏବଂ ଲୋୟରରେ କୋଠାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳେ ହୋଇଥିବା ଭୂମିକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନଥିଲେ ମଧ୍ୟ ଲୋକମାନେ ଭୟଭୀତ ଥିବା ଜଣାପଡ଼ିଛି ।  



ସେହିପରି ଗତକାଲି ମଧ୍ୟ ମଣିପୁର ଓ ମିଆଁମାରରେ ଭୂକମ୍ପ  ହୋଇଥିଲା।  ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୬ ଓ  ୪.୭ ରେକର୍ଡ କରାଯାଇଥିଲା । ଏଥିରେ ମଧ୍ୟ କ୍ଷୟକ୍ଷତି ହେବା ନେଇ କୌଣସି ସୂଚନା ନାହିଁ । ନିକଟ ଅତୀତରେ ଭାରତ ଏବଂ ବିଶ୍ବରେ ଅନେକ ଛୋଟ ବଡ଼ ଭୂମିକମ୍ପ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି ।  ଗତ ଦୁଇ ମାସରେ ଦିଲ୍ଲୀ-ଏନସିଆର, ହରିଆଣା, ଫରିଦାବାଦ,ଆଫଗାନିସ୍ତାନ, ପାକିସ୍ତାନ, ତିବ୍ବତ, ବିହାର ଓ ନେପାଳରେ ଭୂକମ୍ପ ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.