ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବଢିଲା ଆପ୍ ଟେନସନ; କେଜ୍ରିୱାଲଙ୍କ ବିରୋଧରେ ଚାଲିବ ମନି ଲଣ୍ଡ୍ରିଂ ମାମଲା, ଇଡିକୁ ଗୃହ ମନ୍ତ୍ରଣାଳୟର ଅନୁମତି

Published By : Ankita S | January 15, 2025 10:33 AM

ନୂଆଦିଲ୍ଲୀ,୧୫/୧: ବଢିଲା ଆମ୍ ଆଦମୀ ପାର୍ଟିର ଟେନସନ୍ । ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟରେ ଶାସକ ଆପର ଆଡୁଆରେ ପଡିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସୁପ୍ରମୋ ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କ ଅଡୁଆ ବଢିଛି । ଉଭୟଙ୍କ ନାମରେ ମନି ଲଣ୍ଡ୍ରିଂ ମାମଲା ଚାଲିବ । ଏ ନେଇ ଇଡିକୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ଅନୁମତି ମିଳିଛି ।

ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଶାସକ ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ମୁସ୍କିଲରେ ପଡିଛନ୍ତି । ଉଭୟଙ୍କ ନାମରେ ମଜ ଦୁର୍ନୀତିରେ ଜଡିତ ମନିଂ ଲଣ୍ଡ୍ରିଂ ମାମଲା ଚାଲିବ । ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛି । ପୂର୍ବତନ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ପିଏମଏଲଏ ଆକ୍ଟ ଜରିଆରେ ମାମଲା ଚଲାଇବାକୁ ଅନୁମତି ଦେଇଛି ଗୃହ ମନ୍ତ୍ରଣାଳୟ ।

ଏହା ବି ପଢନ୍ତୁ...ଏଆଇ ଭିଡିଓରେ ଫସିଲା ଆପ୍ ; ନିର୍ବାଚନ ପୂର୍ବରୁ ଡବଲ ଝଟକା, ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ନାମରେ ଏଫଆଇଆର


ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅବକାରୀ ଦୁର୍ନୀତିରେ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଇଡିକ ଅରବିନ୍ଦ କେଜ୍ରିୱାଲ ଓ ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପରେ ମାମଲା ଚଲାଇବାକୁ ଅନୁମତି ଦେଇଛି । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ପୂର୍ବରୁ ଦିଲ୍ଲୀ ସ୍ପେଶାଲ ପିଏମଏଲଏ ଅଦାଲଦ କେଜ୍ରିୱାଲଙ୍କ ବିରୋଧରେ ରାୟ ଶୁଣାଇବା ପରେ  ରୋକ ଲଗାଇଥିଲେ । ଏହା ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନା ଅରିବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାମଲା ଚଲାଇବାକୁ ମଞ୍ଜୁରୀ ଦେଇଥିଲେ । ଗତ ବର୍ଷ ନଭେମ୍ବରରେ ସୁପ୍ରିମକୋର୍ଟ କହିଥିଲେ ସରକାରୀ କର୍ମଚାରୀଙ୍କ ଉପରେ ମୁକଦ୍ଦମା ଚଳାଇବାକୁ ହେଲେ ପ୍ରଥମେ ଇଡିକୁ ଅନୁମତି ନେବାକୁ ହେବ ।

ଦିଲ୍ଲୀ ହାଇକୋର୍ଟ ଯାଚିକା  ଅରବିନ୍ଦ କେଜ୍ରିୱାଲ କହିଥିଲେ, ତାଙ୍କ ବିରୋଧରେ ଚାର୍ଜସିଟ ଅବୈଧ । ତାଙ୍କ ନାମରେ ଅଭିଯୋଗ କରିବା ପୂର୍ବରୁ ଅଧିକାରୀଙ୍କ ଅନୁମତି ନେଇଥିଲେ ଅଭିଯୋଗକାରୀ । ୨୦୨୪ ଡିସେମ୍ବରେ ଇଡି ଏଲଜିଙ୍କୁ ଏକ ଚିଠି ଲେଖିଥିଲେ । ଯେଉଁଥିରେ କହିଥିଲେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ମୁଖ୍ୟ । ବିଜେପି ସିଏଜି ରିପୋର୍ଟରେ କହିଥିଲା ମଦ ଦୁର୍ନୀତିରେ ୨୦୨୬ କୋଟ ଟଙ୍କାର ରାଜସ୍ବ କ୍ଷତି ହୋଇଥିବା କହିଥିଲା । ଏଥିରେ ଆପର ବଡ ବଡ ନେତାଙ୍କୁ ଲାଞ୍ଚ ଦିଆଯାଇଥିବା କହିଥିଲା ବିଜେପି ।

ଦିଲ୍ଲୀ ଅବକାରୀ ଦୁର୍ନୀତି କଣ- ୨୦୨୧ ନଭେମ୍ବର ୧୭ ତାରିଖରେ କେଜ୍ରିୱାଲ ସରକାର ନୂଆ ଏକ୍ସସାଇଜ ପିଲିସି ୨୦୨୧-୨୨ ଲାଗୁ କରିଥିଲା । ନୂଆ ପିଲିସି ଆଧାରରେ ମଦ କାରବାରରେ ସବୁ କାମ ଦୋକାନୀଙ୍କ ହାତକୁ ଯାଇଥିଲା । ୮୪୯ଟି ମଦ ଦୋକାନକୁ ଘରୋଇ କମ୍ପାନୀକୁ ଟେକି ଦେଇଥିଲେ । ଲାଇସେନ୍ସ ଫି ବଢାଇଦେଇଥିଲେ । ଏହାକୁ ବିବାଦ ବଢିଥିଲା । ତମ୍ପିତୋଫାନ ହୋଇଥିଲା । ତେଣୁ ୨୦୨୨ ଜୁଲାଇ ୨୮ରେ ଏହାକୁ ରଦ୍ଦ କରିଥିଲେ ସରକାର । ଏହି ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.