ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଘିବଲି କରୁଛି ଫେକ୍ ଆଧାର ଓ ପାନ କାର୍ଡ, ଅସଲି ଓ ନକଲି କେଉଁଟି ଚିହ୍ନିବା ବି ମୁସ୍‌କିଲ୍ !

Published By : Swapna Ray | April 9, 2025 8:01 PM

ନୂଆଦିଲ୍ଲୀ, ୯।୪: ଲୋକଙ୍କୁ ଘାରିଛି ଘିବଲି ନିଶା । ଘିବଲି ସବୁ କିଛି କରୁଛି । ଲୋକଙ୍କର ଫଟୋକୁ କାଟୁର୍ନ ବନଉଛି, ଭିଡିଓ ବି କରୁଛି । ଯାହା ପରେ ସେସବୁ ଫଟୋକୁ ଲୋକେ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ହେଲେ ଲୋକଙ୍କ ଫଟୋକୁ କାର୍ଟୁନ ବନାଉଥିବା ଏହି ଘିବଲି ଯେ କେତେ ବିପଦପୂର୍ଣ୍ଣ, ତାହା ଚିନ୍ତା କରିବା କଳ୍ପନା ବାହାରେ । ଥରେ ଭାବିଛନ୍ତି କି ? ଏହି ଘିବଲିରେ ଆମେ ଯେଉଁ ଫଟୋ, ଭିଡିଓ ଦେଉଛେ ସେସବୁ ବ୍ୟକ୍ତିଗତ ତଥ୍ୟ ଲିକ୍ ହେଉନି ତ ? ଏସବୁ ପ୍ରଶ୍ନକୁ ନେଇ ଏବେ ଚିନ୍ତାରେ ୟୁଜର୍ସ । ଆସନ୍ତୁ ଜାଣିବା ଘିବଲି ଜରିଆରେ ଆପଣଙ୍କର କେଉଁ କେଉଁ ତଥ୍ୟ ଲିକ୍ ହେଉଛି ଏବଂ କେଉଁ ପ୍ରକାରର ବିପଦ ରହିଛି ?   

ବଢ଼ିଲା AI ଭୟ । ChatGPT ଜରିଆରେ ଏବେ ସହଜରେ ହୋଇପାରୁଛି ଘିବଲି ଇମେଜ୍ । ChatGPT ପାଖରେ ଆପଣଙ୍କର ମାତ୍ର, ଗୋଟିଏ ଫଟୋ ଥିଲେ ବି ଏହା ମାଧ୍ୟମରେ ଖୁବ୍ ସହଜରେ ହୋଇପାରିବ ଫେକ ଅଧାର ଓ ପାନ କାର୍ଡ । ଏହି ଆଧାର କାର୍ଡଗୁଡ଼ିକ ମୂଳ କାର୍ଡ ସହିତ ଏତେ ମେଳ ଖାଉଛି ଯେ ଏହା ଭିତରୁ କେଉଁଟି ଅସଲି ଓ କେଉଁଟି ନକଲି ଡକ୍ୟୁମେଣ୍ଟ ଜାଣିବା ବି ମୁସ୍କିଲ ହେବ । ଏକ ଜାତୀୟ ଗଣମାଧ୍ୟମ ଦ ଇକୋନୋମିକ୍ସ ଟାଇମ୍ସ ଅନୁସାରେ, Chat GPT ଜରିଆରେ ସୋସିଆଲ ମିଡିଆରେ ଏକାଧିକ ସୋସିଆଲ ମିଡିଆ ୟୁଜର୍ସ ଏଭଳି ଫେକ୍ ଆଧାରକାର୍ଡ ଓ ପାନ କାର୍ଡକୁ ସେୟାର କରିଛନ୍ତି । ଜଣେ ୟୁଜର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବ୍ରାଜିଲର ଫୁଟବଲ ଖେଳାଳି ଖ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଆଧାର କାର୍ଡ ପାଇଁ ଅନୁରୋଧ କରିଥିଲା । ମାତ୍ର, କିଛି ମିନିଟ ମଧ୍ୟରେ ଉଭୟଙ୍କ ଆଧାର କାର୍ଡ ଜେନେରେଟ ହୋଇଥିଲା । ଯାହାକି ଅବିକଳ ଆଧାର କାର୍ଡ ଭଳି ଦେଖାଯାଉଛି ।

ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ପରିଚୟ ଏବଂ ନାଗରିକତା ଡକ୍ୟୁମେଣ୍ଟକୁ ନକଲି କରିବା ଏବେ ସହଜ ହେଲାଣି । ଏହି କାର୍ଯ୍ୟକୁ ଅତ୍ୟନ୍ତ ସହଜ କରିଦେଇଛି OpenAIର ChatGPT । ଫଳରେ ଆହୁରି ସାଇବର କ୍ରାଇମ ବଢ଼ିବାର ଆଶଙ୍କା ଦେଖାଦେଇଛି । କେବଳ ଆଧାର କି ପାନ କାର୍ଡ ନୁହେଁ Chat GPT ଜରିଆରେ ପାସପୋର୍ଟ ଓ ଭୋଟର ଆଇଡି ବି କରିହେବ । GPT-40 ନକଲି ପେମେଣ୍ଟ ରସିଦ ମଧ୍ୟ ତିଆରି କରିପାରୁଛି । ଯାହା ଦ୍ବାରା ଅସଲ ରସିଦ ଏବଂ ନକଲ ମଧ୍ୟରେ ପାର୍ଥକ୍ୟ ଜଣାପଡ଼ୁନାହିଁ । 

କହିରଖୁ କି, ଗତ ସପ୍ତାହ ମଧ୍ୟରେ, ଏଆଇ ଇମେଜ୍ ଜେନେରେଟର ବ୍ୟବହାର କରି ଲୋକମାନେ ୭୦୦ ନିୟୁତ ‘ଘିବ୍‌ଲୀ’ ଫଟୋ ସୃଷ୍ଟି କରିଛନ୍ତି । ଠକମାନେ ଲୋକଙ୍କ ବିଶ୍ବାସ ଜିତିବା ଏବଂ ସେମାନଙ୍କୁ ଠକିବା ପାଇଁ ଡକ୍ୟୁମେଣ୍ଟ ଜାଲିଆତିକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରିଆସୁଛନ୍ତି । ନକଲି ଡକ୍ୟୁମେଣ୍ଟ ତିଆରି କରିବା ଏବେ ପୂର୍ବ ଅପେକ୍ଷା ଦ୍ରୁତ ଏବଂ ସହଜ ହୋଇଯାଇଛି । ଅପବ୍ୟବହାରକୁ ରୋକିବା ପାଇଁ GPT-40ରେ ତିଆରି ହେଉଥିବା ଫଟୋରେ C2PA ମେଟାଡେଟାକୁ ଯୋଡ଼ିଛି OpenAI । ଯାହା ଦ୍ବାରା ଜଣାପଡ଼ିବ ସେହି ଫଟୋ ଏଆଇ ଦ୍ବାରା ପ୍ରସ୍ତୁତ କରାଯାଇଛି କି ନାହିଁ ।   

ଷ୍ଟୁଡିଓ ଘିବଲିରେ ଫଟୋ ଦେଉଥିଲେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦିଅନ୍ତୁ । ଯଦି ଆପଣଙ୍କର ସମସ୍ତ ତଥ୍ୟ କୌଣସି ଆପ୍ କିମ୍ୱା ଚାଟ୍ ଜିପିଟିରେ ସବୁଦିନ ପାଇଁ ରହିଯାଏ, ତେବେ ଭବିଷ୍ୟତରେ ବଡ଼ ଅସୁବିଧାର ସମ୍ମୁଖୀନୱ ହୋଇପାରନ୍ତି । ଏଥିପାଇଁ ସେଟିଂରେ ୟୁଜ୍ ମାଇ ଡାଟାକୁ ଅଫ୍ କରିଦିଅନ୍ତୁ । ଏହାପରେ ଘିବିଲିରେ ଫଟୋ ଏଡିଟ୍ କଲେ ଏହାର ଦୁରୁପୋଯୋଗପ ଆଶଙ୍କା କମିଯିବ । ଆପଣଙ୍କ ଫୋନରେ ଥିବା ଯେ କୌଣସି ଆପ୍‌ରେ ୟୁଜ୍ ମାଇ ଡାଟାକୁ ଅଫ୍ କରିଦିଅନ୍ତୁ । ଏସବୁ ସତ୍ତ୍ୱେ, ChatGPT ଭଳି ଏଆଇ ଆପ୍‌ରେ ନିଜ ଫଟୋ ଏଡିଟ୍ କରିବା ପୂର୍ବରୁ ସତର୍କତା ଅବଲମ୍ୱନ କରିବା ଆବଶ୍ୟକ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.