ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୩୧ ବର୍ଷ ବୟସରେ ଅବସର ନେଲେ ଦୀପା କର୍ମାକର, ରିଓ ଅଲିମ୍ପିକ୍ସରେ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ

Published By : Prameya | October 8, 2024 8:01 AM

ନୂଆଦିଲ୍ଲୀ,୦୮/୧୦: ପ୍ରଥମ ଭାରତୀୟ ମହିଳା ଅଲିମ୍ପିଆନ ଜିମ୍ନାଷ୍ଟ ଦୀପା କର୍ମାକର ସୋମବାର  ମାତ୍ର ୩୧ ବର୍ଷ ବୟସରେ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ସେ ଏ ବିଷୟରେ ଜଣାଇଛନ୍ତି । ଅଗରତାଲାରୁ ରିଓ ଅଲିମ୍ପିକ୍ସ (୨୦୧୬)  ତାଙ୍କ ଯାତ୍ରା ବେଶ କଠିନ ଥିଲା । ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସର ଜିମ୍ନାଷ୍ଟିକ୍‌ରେ ପ୍ରୋଡୁନୋଭା ଭଲ୍ଟରେ ଚମତ୍କାର ପ୍ରଦର୍ଶନ  କରି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଚତୁର୍ଥ ସ୍ଥାନରେ ରହି ଦୀପା ଅଭିଯାନ ଶେଷ  କରିଥିଲେ । ଆହତ, ଡୋପ୍‌ ପରୀକ୍ଷାରେ ବିଫଳ  ହୋଇ ବାସନ୍ଦ ଏବଂ ପୁଣି ପ୍ରତ୍ୟାବର୍ତ୍ତନ କରି ଶେଷରେ ସେ ଅବସରନେଇଛନ୍ତି । 

ଦୀପା ସୋସିଆଲ ମିଡିଆରେ ଲେଖିଛନ୍ତି, ‘ବହୁତ ଚିନ୍ତା କରିବା ପରେ ଏହି ନିଷ୍ପତ୍ତି ନେଇଛି । ଏ ନିଷ୍ପତ୍ତି ମୋ ପାଇଁ ସହଜ ନଥିଲା ।  କିନ୍ତୁ ଏହା ସନ୍ନ୍ୟାସ ନେବାର ପ୍ରକୃତ ସମୟ । ଜିମ୍ନାଷ୍ଟିକ୍‌ ମୋ ଜୀବନର ଏକ ପ୍ରମୁଖ ଅଂଶ । କ୍ୟାରିୟରର ଉତ୍‌ଥାନ ଓ ପତନର ପ୍ରତି ମୁହୂର୍ତ୍ତକୁ ନେଇ ମୁଁ କୃତଜ୍ଞ । 

ମୋତେ ସେହି ୫ ବର୍ଷର ଦୀପା କଥା  ମନେ ପଡ଼ି ଯାଉଛି, ଯାହାକୁ  କୁହାଯାଇଥିଲା ପାଦ ସମତଳ ଥିବାରୁ ସେ ଜିମ୍ନାଷ୍ଟ ହୋଇପାରିବ ନାହିଁ। ମୋର ସଫଳତା  ଦେଖି ଗର୍ବ ଅନୁଭବ କରୁଛି ।  ଦେଶକୁ ପ୍ରତିନିଧିତ୍ୱ କରି ପଦକ  ଜିତିବା, ସବୁଠୁ ସ୍ୱତନ୍ତ୍ର ହେଉଛି ରିଓ  ଅଲିମ୍ପିକ୍ସରେ ପ୍ରୋଡୁନୋଭା ଭଲ୍ଟରେ  ଶ୍ରେଷ୍ଠ ପ୍ରଦର୍ଶନ ଦେବା ମୋ କ୍ୟାରିୟରରେ  ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଛି ।’ 

ଦୀପା କ୍ୟାରିୟରରେ ଅଲିମ୍ପିକ୍ସ ପଦକ  ଜିତି ପାରିନଥିଲେ ବି ବିଶ୍ୱକପ୍‌,ରାଜ୍ୟଗୋଷ୍ଠୀ  କ୍ରୀଡ଼ା ଏବଂ ଏସିଆନ ଚାମ୍ପିଅନସିପ୍‌ରେ ପଦକ ଜିତିଥିଲେ । ୨୦୧୮ ବିଶ୍ୱକପ୍‌ରେ ଗୋଟିଏ ସ୍ୱର୍ଣ୍ଣ ଓ  ଗୋଟିଏ ବ୍ରୋଞ୍ଜ ଜିତିଥିଲେ । ୨୦୧୪ ରାଜ୍ୟଗୋଷ୍ଠୀ  କ୍ରୀଡ଼ାରେ ବ୍ରୋଞ୍ଜ ଏବଂ ୨୦୧୫ ଏସିଆନ  ଚାମ୍ପିଅନସିପ୍‌ରେ ମଧ୍ୟ ବ୍ରୋଞ୍ଜ ପାଇଥିଲେ ।  ଚଳିତ ବର୍ଷ ତାସ୍କେଣ୍ଟରେ ଆୟୋଜିତ ଏସିଆନ  ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ  କରିଥିଲେ । 

ଦୀପାଙ୍କ କ୍ୟାରିୟରରେ ସବୁଠୁ  ଖରାପ ସମୟ ଥିଲା ଡୋପ୍‌ ପରୀକ୍ଷାରେ  ବିଫଳ ହେବା । ୨୧ ମାସ ସେ ଏଥିପାଇଁ  ବାସନ୍ଦ ହୋଇଥିଲେ। ୨୦୨୩ ଜୁଲାଇ  ମାସରେ ତାଙ୍କର ବାସନ୍ଦାଦେଶ  ପୂରଣ ହେବା ପରେ ପୁଣି ସେ  ଜିମ୍ନାଷ୍ଟିକକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।  ବହୁ ସମ୍ମାନ ଓ ପୁରସ୍କାରରେ  ଦୀପା ଅଧିକାରିଣୀ ହୋଇଛନ୍ତି । ୨୦୧୫ରେ ଅର୍ଜୁନ ପୁରସ୍କାର, ୨୦୧୬ରେ  ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଏବଂ ୨୦୧୭ରେ ପଦ୍ମଶ୍ରୀ ସମ୍ମାନରେ ଭୂଷିତ  ହୋଇଥିଲେ । ତାଙ୍କ ଅବସର ଭାରତୀୟ  ଜିମ୍ନାଷ୍ଟିକ୍‌ରେ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.