ପ୍ରମୂଖ ଖବର
  • ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ବିଶ୍ୱକପ୍, ଭାରତ-ଶ୍ରୀଲଙ୍କା କରିବେ ଆୟୋଜନ
  • ||
  • କଟକ: ରାଜ୍ୟ ଖାଉଟି କମିଶନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରୀ ନୀତି ନିର୍ଘଣ୍ଟ ନେଇ ବାଜିପାରେ ମୋହର
  • ||
  • ନବରଙ୍ଗପୁର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ
  • ||
  • ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ, ସରକାର ବର୍ଷେ ପୂର୍ତ୍ତି ଉତ୍ସବ ସହ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା
  • ||
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

France Open 2025: ମହିଳା ବର୍ଗ କ୍ୱାର୍ଟରରେ ସ୍ୱିଟେକ, ସାବାଲେଙ୍କା, ପୁରୁଷ ବର୍ଗ କ୍ୱାର୍ଟରରେ ଅଲ୍‌କାରାଜ, ପଲ୍‌

Published By : Prameya | June 2, 2025 10:29 AM

ପ୍ୟାରିସ୍‌,୦୨/୦୬: ଫେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ର ଅଷ୍ଟମ ଦିବସରେ ବିପର୍ଯ୍ୟୟ ଘଟିଥିଲେ ମଧ୍ୟ ପ୍ରମୁଖ ଖେଳାଳିମାନଙ୍କ ବିଜୟ ଜାରି  ରହିଛି । ମହିଳା ବର୍ଗରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଇଗା ସ୍ୱିଟେକ, ବିଶ୍ୱର ଏକ  ନମ୍ବର ଖେଳାଳି ଅର୍ନ୍ୟା ସାବାଲେଙ୍କା, ଅଷ୍ଟମ ସିଡ୍‌ କ୍ୱିନୱେନ ଝେଙ୍ଗ ଏବଂ ପୁରୁଷ ବର୍ଗରେ ଦ୍ୱିତୀୟ ସିଡ୍‌ କାର୍ଲୋସ  ଅଲ୍‌କାରାଜ, ଆମେରିକାର ଟମି ପଲ୍‌  କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।  ଚତୁର୍ଥ ସିଡ୍‌ ଇଟାଲୀର ଯସ୍ମିନ ପାଓଲିନି  ପ୍ରି-କ୍ୱାର୍ଟରରେ ହାରି ବିଦାୟ ନେଇଛନ୍ତି । 

ମହିଳା ସିଙ୍ଗଲ୍ସ: ପ୍ରି-କ୍ୱାର୍ଟରରେ  ଡିଫେଣ୍ଡିଂ ଚାମ୍ପିଅନ୍‌ ପୋଲାଣ୍ଡର ସ୍ୱିଟେକ  ୧-୬, ୬-୩, ୭-୫ ସେଟ୍‌ରେ ୧୨ତମ  ସିଡ୍‌ କାଜାଖସ୍ତାନର ଏଲେନା ରିବାକିନାଙ୍କୁ  ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବା  ପାଇଁ ତାଙ୍କୁ ୨ଘଣ୍ଟା ୩୨ମିନିଟ୍‌ ଲାଗିଥିଲା । ଟପ୍‌  ସିଡ୍‌ ବେଲାରୁଷର ସାବାଲେଙ୍କା ସିଧାସଳଖ  ୭-୫, ୬-୩ରେ ଆମେରିକାର ଆମାଣ୍ଡା  ଆନିସିମୋଭାଙ୍କୁ ପରାସ୍ତ କରିଥିଲେ । ସେ ଦେଢ଼  ଘଣ୍ଟା ମଧ୍ୟରେ ବିଜୟ ହାସଲ କରିଥିଲେ । ଅନ୍ୟ  ମ୍ୟାଚ୍‌ରେ ଚୀନର ଝେଙ୍ଗ ଅଢ଼େଇ ଘଣ୍ଟାର ସଂଘର୍ଷ  ପରେ ଲ୍ୟୁଡମିଲା ସାମସୋନୋଭାଙ୍କୁ ୭-୬  (୭-୫), ୧-୬, ୬-୩ରେ ହରାଇଥିଲେ ।  ୟୁକ୍ରେନର ସ୍ୱିତୋଲିନା ବିପର୍ଯ୍ୟୟ ଘଟାଇଥିଲେ ।  ସେ ୪-୬, ୭-୬ (୮-୬), ୬-୧ରେ  ଚତୁର୍ଥ ସିଡ୍‌ ପାଓଲିନିକୁ ପରାଜିତ କରିଥିଲେ । 

ପୁରୁଷ ସିଙ୍ଗଲ୍ସ: ପ୍ରି-କ୍ୱାର୍ଟର ମୁକାବିଲାରେ  ସ୍ପେନ ତାରକା ଅଲ୍‌କାରାଜ ୭-୬ (୧୦-୮),  ୬-୩, ୪-୬, ୬-୪ ସେଟ୍‌ର ଆମେରିକାର ବେନ୍‌ ସେଲଟନ୍‌ଙ୍କୁ ହରାଇଥିଲେ । ମ୍ୟାଚ୍‌  ଜିତିବା ପାଇଁ ତାଙ୍କୁ ୩ଘଣ୍ଟା ୨୨ମିନିଟ ଲାଗି  ଯାଇଥିଲା । ଅନ୍ୟ ମ୍ୟାଚ୍‌ରେ ଆମେରିକାର ପଲ  ୬-୩, ୬-୩, ୬-୩ ସେଟ୍‌ରେ ଅଷ୍ଟ୍ରେଲିଆର  ଆଲେକ୍ସି ପପିରିନଙ୍କୁ ପରାସ୍ତ କରିଥିଲେ ।  ୧୫ତମ ସିଡ୍‌ ଟିଆଫଏ ୬-୩, ୬-୪, ୭-୬ (୭-୪)ରେ ଜର୍ମାନୀର ଡାନିଏଲ୍‌ ଅଲ୍ଟମାୟରଙ୍କୁ  ହରାଇ କ୍ୱାର୍ଟରରେ ପ୍ରବେଶ କରିଥିଲେ । 

ପୂର୍ବରୁ ଅନୁଷ୍ଠିତ ତୃତୀୟ ରାଉଣ୍ଡ୍‌ ମ୍ୟାଚ୍‌ରେ  ଷଷ୍ଠ ସିଡ୍‌ ସର୍ବିୟାର ନୋଭାକ ଜୋକୋଭିକ  ୨ଘଣ୍ଟା ୧୦ମିନିଟ୍‌ର ଲଢ଼େଇରେ ଅଷ୍ଟ୍ରିୟାର ଫିଲିପ ମିସୋଲିକ୍‌ଙ୍କୁ ୬-୩, ୬-୪,  ୬-୨ ସେଟ୍‌ରେ ହରାଇ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ । ବୋପାନ୍ନା, ଭାମ୍ବ୍ରିଙ୍କ ବିଦାୟ ପୁରୁଷ ଡବଲ୍ସରେ ଭାରତର  ରୋହନ ବୋପାନ୍ନା ଓ ୟୁକି ଭାମ୍ବ୍ରିଙ୍କ ଅଭିଯାନ  ଶେଷ ହୋଇଛି । ପ୍ରି-କ୍ୱାର୍ଟରରେ ବୋପାନ୍ନା  ଓ ଆଡାମ ପାଭଲାସେକ ଯୋଡ଼ି ୨-୬,  ୬-୭ (୫-୭)ରେ ଦ୍ୱିତୀୟ ସିଡ୍‌ ହ୍ୟାରୀ  ହେଲିଓଭାରା-ହେନରୀ ପ୍ୟାଟେନ ଯୋଡ଼ିଙ୍କଠୁ  ଏବଂ ଭାମ୍ବ୍ରି ଓ ରୋବର୍ଟ ଗଲୋୱେ ଯୋଡ଼ି ୪-୬,  ୪-୬ରେ ନବମ ସିଡ୍‌ କ୍ରିଷ୍ଟିଆନ ହ୍ୟାରିସନ- ଇଭାନ କିଙ୍ଗ୍‌ଙ୍କଠୁ ହାରି ଯାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.