ଭୁବନେଶ୍ୱର, ୧୭/୦୭ : ତେଲ ଚୋରଙ୍କ ପାଇଁ ବର୍ଷା ପାଗରେ ଏକାମ୍ର ପାର୍କ ନିକଟରେ ପ୍ରେମୀଯୁଗଳଙ୍କୁ ବେଶ୍ ହଟହଟା ହେବାକୁ ପଡ଼ିଛି । ଲୁଚିଛପି ଘରୁ ପଳାଇ ଆସି ପାର୍କରେ ନିରୋଳାରେ ପ୍ରେମ କରିବା ମହଙ୍ଗା ପଡ଼ିଛି । ବାଇକ୍ ଠେଲିଠେଲି ସେମାନେ ହାଲିଆ ହୋଇ ପଡ଼ିଛନ୍ତି ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁଇ ପ୍ରେମୀଯୁଗଳ ଗୁରୁବାର ଅପରାହ୍ଣ ୪ଟାରେ ଏକାମ୍ର ପାର୍କକୁ ବୁଲିବାକୁ ଆସିଥିଲେ। ଗେଟ୍ ନିକଟରେ ବାଇକ୍ ରଖି ସେମାନେ ଭିତରେ ପଶିଥିଲେ । ଘଣ୍ଟାଏ ପରେ ପ୍ରେମୀଯୁଗଳ ଝିପି ଝିପି ବର୍ଷାରେ ଓଦା ହୋଇ ପାର୍କରୁ ବାହାରିଥିଲେ । ବାଇକ୍ ଷ୍ଟାର୍ଟ କରି ୫୦ ମିଟର ଆସିଛନ୍ତି କି ନାହିଁ ବାଇକ୍ ଷ୍ଟାର୍ଟ ବନ୍ଦ ହୋଇ ଯାଇଥିଲା । ପାଖାପାଖି ଶହେରୁ ଅଧିକ କିକ୍ ମାରି ପ୍ରେମିକ ଜଣକ ଝାଳନାଳ ହୋଇ ପଡ଼ିଥିଲେ । ସେହିବାଟ ଦେଇ ଯାଉଥିବା ଦୁଇ ଯୁବକ ସହାୟତା କରିବାକୁ ଯାଇ ସେମାନେ ମଧ୍ୟ ବାଇକ୍କୁ ଜଣକ ପରେ ଜଣେ ଷ୍ଟାର୍ଟ ମାରି ଚାଲିଥିଲେ । ହେଲେ ବାଇକ୍ ଷ୍ଟାର୍ଟ ହୋଇ ନଥିଲା । ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଦେଖିବା ବେଳକୁ ବାଇକ୍ ର ତେଲ ପାଇପ୍ କଟି ଯାଇଛି । କେହି ତେଲ ଚୋର ପାର୍କ ସମ୍ମୁଖରୁ ବାଇକ୍ ତେଲ ପାଇପ୍ କାଟି ତେଲ ଚୋରି କରି ନେଇଥିବା ଜଣା ପଡ଼ିଥିଲା । ଏନେଇ ପ୍ରେମୀଯୁଗଳ ପାର୍କ ନିକଟରେ ପହଞ୍ଚି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିଥିଲେ । ତେବେ ତାଙ୍କ ଉତ୍ତର ମିଳିଥିଲା ଏତେ ସଂଖ୍ୟକ ଲୋକ ପାର୍କକୁ ଆସୁଛନ୍ତି, ତେଣୁ ଏସବୁ ତଦାରଖ କରିବା ସମ୍ଭବ ନୁହେଁ । ନିରାଶ ହୋଇ ପ୍ରେମୀଯୁଗଳ ବାଇକ୍ ଠେଲି ଠେଲି ଫେରିଥିଲେ । ଏହି ଘଟଣା ଏକାମ୍ର ପାର୍କ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଆହୁରି ପଢନ୍ତୁ- Ratha yatra 2026 : ସକାଳ ସାଢେ ୯ଟାରେ ପୁଣି ରଥଟଣା, ବିଧିରକ୍ଷା ପାଇଁ ହାତେ ଗଡିଥିଲା ନନ୍ଦିଘୋଷ

🔴NonStop LIVE |ଆରମ୍ଭ ହେଲା ଶ୍ରୀକ୍ଷେତ୍ରରେ ରଥଟଣା | Shree Jagannath Rath Yatra Puri 2026