ପ୍ରମୂଖ ଖବର
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ସ୍ୱର୍ଣ୍ଣ ଅଭିରୁଚି ଓ ଅର୍ଥନୀତି

Published By : Prameya | May 21, 2025 1:39 PM

ଭାରତୀୟମାନଙ୍କର ସୁନା ପ୍ରତି ଦୁର୍ବଳତାକୁ ନିରୀକ୍ଷଣ କଲେ ଜଣାଯାଏ ଯେ, କେଉଁ ଐତିହାସିକ କାଳରୁ ସାଂସ୍କୃତିକ ଦୃଷ୍ଟିକୋଣରୁ ସୁନାକୁ ଭଲ ପାଉଥିବା ଲୋକମାନେ ସମ୍ପତ୍ତିର ନିଦର୍ଶନ, ସମୃଦ୍ଧିର ଚିହ୍ନ ଓ ସଫଳତାର ମାପକାଠି ବୋଲି ବିବେଚନା କରିଥାନ୍ତି । ସେମାନେ ଗଭୀର ଭାବରେ ଐତିହ୍ୟ, ଧର୍ମ ଭାବନା ଏବଂ ସାମାଜିକ ସମୃଦ୍ଧିର ଫଳନ ବୋଲି ବିଶ୍ୱାସ ରଖନ୍ତି ।

ବିଶ୍ୱ ସ୍ୱର୍ଣ୍ଣବଜାରରେ ଲାଗିରହିଥିବା ଅନିଶ୍ଚିତତା ଯୋଗୁଁ ଅସ୍ଥିରତା ଅନୁଭୂତ ହେଉଅଛି । ସୁନାର ମୂଲ୍ୟ ଉଚ୍ଚ-ନୀଚ ହେଉଥିବାରୁ ଉଭୟ ଉପଭୋକ୍ତା ଓ ନିବେଶକ ଆଶଙ୍କା ଏବଂ ସମ୍ଭାବନା ମଧ୍ୟରେ ବୁଡ଼ି ରହୁଅଛନ୍ତି । ବିଶ୍ୱ ଅର୍ଥନୀତିର ଅବସ୍ଥା, ରାଜନୈତିକ ଦୃଶ୍ୟପଟ୍ଟ ଓ ଆମେରିକାର ଏକପାଖିଆ ବାଣିଜ୍ୟ ଓ ଶୁଳ୍କ ନୀତି ଭାରତ ସମେତ ସାରା ପୃଥିବୀର ସମସ୍ତ ଦେଶକୁ ପ୍ରଭାବିତ କରୁଅଛି । ଇଂଲଣ୍ଡ, ଜର୍ମାନୀ ଓ ଅନ୍ୟାନ୍ୟ ଦେଶସମୂହ ବିଶ୍ୱ ବାଣିଜ୍ୟର ଜଗତୀକରଣ ସ୍ଥିତି ସଂକଟରେ ଅଛି ବୋଲି ଚେତାଇ ଦେଲେଣି । ବର୍ତ୍ତମାନ ୨୪ କ୍ୟାରେଟ୍‌ ସୁନା ଦର ୯୩୦୦ ଟଙ୍କା ଛୁଇଁଲାଣି ଓ ଆହୁରି ବୃଦ୍ଧିହେବାର ସମ୍ଭାବନା ମଧ୍ୟ ଅଧିକ ଅଟେ । ସୁନା ଦାମ୍‌ ବଢ଼ିଲେ ଗହଣା ଦର ମଧ୍ୟ ବୃଦ୍ଧିହେବ । ଗ୍ରାହକମାନେ ଚିନ୍ତାରେ ଥିଲାବେଳେ ନିବେଶକମାନଙ୍କ ପାଇଁ ଅନୁକୂଳ ସମୟ ହେଲେ ମଧ୍ୟ ଗହଣା ଚାହିଦା ପ୍ରଭାବିତ ହେବାରେ ଲାଗିଛି । ସୁନା ଆମଦାନୀ ନିମ୍ନଗାମୀ ହୋଇଅଛି । 

ଭାରତ କଥା ଦେଖିଲେ, ନୂତନ ଭାବରେ ନିର୍ବାଚିତ ହୋଇଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଶୁଳ୍କ ନୀତିରେ ବିମୁଖତା ପାଇଁ ଆମ ଦେଶର ସୁନା ମୂଲ୍ୟ ଊଦ୍ଧ୍ୱର୍ମୁଖୀ ହେଉଅଛି । ଭାରତରେ ଭାରତୀୟମାନଙ୍କର ସୁନା ପ୍ରତି ଦୁର୍ବଳତା ବା ଆଗ୍ରହକୁ ନିରୀକ୍ଷଣ କଲେ ଜଣାଯାଏ ଯେ, କେଉଁ ଐତିହାସିକ କାଳରୁ ସାଂସ୍କୃତିକ ଦୃଷ୍ଟିକୋଣରୁ ସୁନାକୁ ଭଲ ପାଉଥିବା ଲୋକମାନେ ସମ୍ପତ୍ତିର ନିଦର୍ଶନ, ସମୃଦ୍ଧିର ଚିହ୍ନ ଓ ସଫଳତାର ମାପକାଠି ବୋଲି ବିବେଚନା କରିଥାନ୍ତି । ସେମାନେ ଗଭୀର ଭାବରେ ଐତିହ୍ୟ, ଧର୍ମ ଭାବନା ଏବଂ ସାମାଜିକ ସମୃଦ୍ଧିର ଫଳନ ବୋଲି ବିଶ୍ୱାସ ରଖନ୍ତି । କଥାରେ ଅଛି, ସବୁ ଚିକ୍‌ଚିକ୍‌ କରୁଥିବା ବସ୍ତୁ ସୁନା ନହୋଇପାରେ, ମାତ୍ର ଭାରତୀୟମାନେ ସ୍ୱର୍ଣ୍ଣ ଅଳଙ୍କାରରେ ନିଜକୁ ସଜ୍ଜିତ ଓ ଝଟକେଇବା ପାଇଁ ବ୍ୟବହାର କରିଥାନ୍ତି । ବିଭାଘର ସମୟରେ କନ୍ୟା ପରିବାର, କନ୍ୟାକୁ ସୁନା ଅଳଙ୍କାର ଦାନ କରିବା ସ୍ନେହ, ଭଲପାଇବା ଓ ଦାମ୍ପତ୍ୟ ଜୀବନର ସୁଖ ମନାସିବାର ନିଦର୍ଶନ ଅଟେ । ସେହିଭଳି ବରପକ୍ଷ ମଧ୍ୟ ସୁନାଗହଣା କନ୍ୟାକୁ ଦାନ କରିବା ବନ୍ଧୁତ୍ୱ ଗ୍ରହଣୀୟତା ଏବଂ ସ୍ୱାଗତ କରିବାର ମାଧ୍ୟମ ଅଟେ । 

ଏହି ସ୍ୱର୍ଣ୍ଣ ଅଳଙ୍କାର ଉଭୟଙ୍କ ବିବାହିତ ଜୀବନରେ ସୁଖ ସମୃଦ୍ଧିର ସ୍ମୃତି ସହ ହର୍ଷୋଲ୍ଲାସର ମୂକସାକ୍ଷୀ ଭାବେ ମନେରହେ । ଏହି ସୁନା ଅଳଙ୍କାର ପରିବାର, ସଂସ୍କୃତି, ରୁଚି, ଧର୍ମ ଓ ସାମାଜିକ ଚଳଣି ଅନୁସାରେ ଭିନ୍ନ ହୋଇଥାଏ । ମନରେ ସ୍ୱତଃ ପ୍ରଶ୍ନଉଠେ ଯେ, ଭାରତୀୟ କାହିଁକି ସୁନାକୁ ପସନ୍ଦ କରନ୍ତି? ଏହାକୁ ବିଭିନ୍ନ ଦୃଷ୍ଟିରୁ ବିଚାର- ଆଲୋଚନା କରାଯାଇପାରେ । ଧର୍ମ ଓ ସାଂସ୍କୃତିକ ଦୃଷ୍ଟିରୁ ପ୍ରଥମତଃ ଭାରତୀୟମାନଙ୍କର ସୁନା ପ୍ରତି ଏତେ ଦୁର୍ବଳତା ଯେ ସମ୍ମାନ-ସମୃଦ୍ଧି ପାଇଁ କୌଣସି ବାହାଘର କିମ୍ବା ସାମାଜିକ ଉତ୍ସବରେ ଏହାକୁ ଉପହାରର ପ୍ରଥମ ପସନ୍ଦ ଭାବରେ ଗ୍ରହଣ କରାଯାଏ । ହିନ୍ଦୁ ସଂସ୍କୃତିରେ ସୁନା ମା’ ଲକ୍ଷ୍ମୀଙ୍କର ପ୍ରିୟ ଓ ପ୍ରତୀକ ବୋଲି ଧରିନିଆଯାଏ ଏବଂ ତାଙ୍କର ଆଶୀର୍ବାଦ ସ୍ୱରୂପ ଏହାକୁ ବ୍ୟବହାର କଲେ ଧନ-ଧାନ୍ୟ ଓ ସମୃଦ୍ଧିପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ଅଛି । ସୁନା ନିର୍ମିତ ଅଳଙ୍କାର ଦ୍ୱାରା ଭବିଷ୍ୟତ ସୁରକ୍ଷିତ ଏବଂ ଆର୍ôଥକ ଦୃଷ୍ଟିରୁ ଲାଭବାନ ମଧ୍ୟ ହୋଇଥାନ୍ତି । ସ୍ୱର୍ଣ୍ଣ- ଅଳଙ୍କାର ଗୁଡ଼ିକ ପିଢ଼ି ପରେ ପିଢ଼ି ହସ୍ତାନ୍ତରଯୋଗ୍ୟ ହୋଇଥିବାରୁ ପରିବାରର ସମ୍ପତ୍ତି ହିସାବରେ ପରିଗଣନା କରାଯାଏ ଏବଂ ପରମ୍ପରାକୁ ମଧ୍ୟ ସମୃଦ୍ଧି କରିଥାଏ । 

ଦ୍ୱିତୀୟତଃ, ଅର୍ଥ ବିନିଯୋଗ ଓ ସମ୍ପତ୍ତି ସଂରକ୍ଷଣ ଦୃଷ୍ଟିରୁ ଆଲୋଚନା କଲେ ଜଣାଯାଏ ଯେ ସୁନା ଏକ ନିରାପଦ ସମ୍ପତ୍ତି ବିନିଯୋଗର ମାଧ୍ୟମ ଅଟେ । ବିଶେଷ ଭାବରେ ଅର୍ଥନୈତିକ ସଂକଟ ସମୟରେ ଏହା ସାହାଯ୍ୟକାରୀ ହୋଇଥାଏ । ହିସାବ ରଖିବାରେ ଆର୍ôଥକ ସ୍ପଷ୍ଟତା ଥିବାରୁ ଏବଂ ଟଙ୍କା ଆକାରରେ ସହଜରେ ପରିବର୍ତ୍ତନ କରି ହେଉଥିବାରୁ ଭବିଷ୍ୟତରେ ନିରାପତ୍ତା ଆଣିଦେଇଥାଏ । ତୃତୀୟରେ, ସାମାଜିକ ସମ୍ମାନ ଓ ପରମ୍ପରାକୁ ଦେଖିଲେ ଯାହା ପାଖରେ ବେଶି ସ୍ୱର୍ଣ୍ଣ ବା ଅଳଙ୍କାର ଥାଏ ସେ ରହୁଥିବା ସମାଜରେ ତାର ସ୍ଥାନ ଉଚ୍ଚରେ ଏବଂ ଜଣେ ସଫଳ ବ୍ୟକ୍ତିତ୍ୱର ପରିଚୟ ଆଣିଦିଏ । ଭାରତରେ ବିଭାଘର, ବ୍ରତଘର ଓ ଅନ୍ୟାନ୍ୟ ଉତ୍ସବ ସମୟରେ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବହାର ମାନ-ସମ୍ମାନ ବୃଦ୍ଧି କରିଥାଏ । ତେଣୁ କନ୍ୟାଘର ପକ୍ଷରୁ ଯେତେ ଅଧିକା ସୁନାଗହଣା ଦେଇହେବ, ସେତିକି ତାଙ୍କ ପରିବାର ସମୃଦ୍ଧ ଓ ସମ୍ମାନୀୟ ବୋଲି ଗ୍ରହଣ ହୋଇଥାଏ । 

ଚତୁର୍ଥରେ, "ସ୍ତ୍ରୀ ଧନ', ଯାହାକି କନ୍ୟାକୁ ସୁନାଗହଣା ପ୍ରଦାନ ଏକ ପ୍ରଥା ହୋଇଥିବାରୁ ସ୍ତ୍ରୀର ଆର୍ôଥକ ସ୍ୱାଧୀନତା ଓ ନିରାପତ୍ତାର ପ୍ରତୀକ ଅଟେ । ପଞ୍ଚମରେ, ଭାରତରେ ଭାରତୀୟଙ୍କର ଚାହିଦା ଅନୁସାରେ ସୁନା ସହଜ ପ୍ରାପ୍ୟ ହୋଇଥିବାରୁ ବିଭିନ୍ନ ମାଧ୍ୟମରେ ଯଥା ମୁଦ୍ରା, ଖଣ୍ଡ ଏବଂ ଗହଣା ଆକାରରେ ବଜାରରୁ କ୍ରୟ କରାଯାଇପାରେ । ଶେଷରେ ଆମେ କହିପାରିବା ଯେ, ଭାରତୀୟଙ୍କର ସୁନା ପ୍ରତି ସର୍ବଦା ଭାବପ୍ରବଣତା ମୂଲ୍ୟ, ପରିବାର ମଧ୍ୟରେ ପିଢ଼ି ପରେ ପିଢ଼ି ଦେଖାଦେଇଥାଏ ଏବଂ ସେମାନେ ମଧ୍ୟ ପସନ୍ଦ କରିଥାନ୍ତି । ବିଶ୍ୱରେ ସୁନା ବ୍ୟବହାରକାରୀ ଦେଶ ହିସାବରେ ଭାରତ ସର୍ବବୃହତ ଅଟେ । ପୁରାତନ କାଳରୁ, ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ୨୫୦୦ ପୂର୍ବରୁ ଇଣ୍ଡସ୍‌ ସଭ୍ୟତା ବେଳେ ସୁନା ଅଳଙ୍କାରର ବ୍ୟବହାର ପ୍ରତୀୟମାନ ହୋଇଥିଲା । ଆକଳନ ଅନୁଯାୟୀ ପ୍ରାୟ ୭୦୦ ଟନ୍‌, ଯାହାକି ମୋଟ୍‌ ବିଶ୍ୱରେ ସୁନା ଖଣି ଉତ୍ପାଦନର ୩୩% ଭାରତରେ ବ୍ୟବହାର ହୋଇଥାଏ । ତେଣୁ ସୁନା ଚାହିଦା ଓ ବ୍ୟବସାୟ ଦୃଷ୍ଟିରୁ ବିଶ୍ୱରେ ପ୍ରଥମ ଗ୍ରାହକ ଭାବରେ ଅନ୍ୟ ଦେଶରୁ ଆମଦାନୀ ବିପୁଳ ମାତ୍ରାରେ କରିଥାଏ ଏବଂ ସୁନା ବ୍ୟବହାରକାରୀ ହିସାବରେ ଅନ୍ତର୍ଜାତୀୟ କ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ଅଟେ । 

ଯେହେତୁ ଦେଶରେ ସୁନାର ଚାହିଦା ଅଧିକ ଅଟେ ଏବଂ ବିଶ୍ୱ ସୁନା ଉତ୍ପାଦନର ଏକ ବୃହତ୍‌ ଭାଗ ଭାରତୀୟମାନେ ବ୍ୟବହାର କରିଥାନ୍ତି, ସୁନା ଆମଦାନୀ ଦେଶକୁ ଅଧିକ ଥାଏ, ଯାହାକି ଅଳଙ୍କାରରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଅର୍ଥନୀତି ଦୃଷ୍ଟିରୁ ତର୍ଜମା କଲେ ଜଣାଯାଏ ଯେ, ସୁନା ଆମଦାନୀ ବାଣିଜ୍ୟ ନିଅଣ୍ଟକୁ ପ୍ରୋତ୍ସାହନ ଯୋଗାଉଥିଲେ ମଧ୍ୟ ଅଳଙ୍କାର ଓ ସୁନା-ଗହଣା ଶିଳ୍ପ ଉପରେ ଗଭୀର ପ୍ରଭାବ ପକାଇଥାଏ । ସୁନା ଭାରତୀୟମାନଙ୍କ ମଧ୍ୟରେ ଏକ ମୁଖ୍ୟ ପ୍ରସଙ୍ଗ ଅଟେ ଏବଂ ନିଜସ୍ୱ ବିତ୍ତବ୍ୟବସ୍ଥା, ମୁଦ୍ରାସ୍ଫୀତି ଏବଂ ଆର୍ôଥକ ଅନିୟମତା ସମୟରେ ସୁନା ଆମଦାନୀ ଚଳନ୍ତି ଜମା ନିଅଣ୍ଟ ଉପରେ ପ୍ରତ୍ୟକ୍ଷ ଭାବରେ ପ୍ରଭାବ ପକାଇଥାଏ । ଏହି ଚଳନ୍ତି ଜମା ନିଅଣ୍ଟ ଯେତେ ଅଧିକ ହେବ ଜାତୀୟ ଅର୍ଥନୀତି ସେତିକି ବିପଦ ହେବ । ଯେତେବେଳେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁନା କ୍ରୟ କରେ, ଏହା ଘରୋଇ ମୁଦ୍ରାର ଚାହିଦା ଓ ମୁଖ୍ୟତଃ ବ୍ୟାଙ୍କ ସୁନା କ୍ରୟ କରିବା ପାଇଁ ଅଧିକ ଟଙ୍କା ଛପାଇବାକୁ ପଡ଼ିଥାଏ, ଫଳରେ ଟଙ୍କା ଯୋଗାଣ ଅଧିକା କରିବାକୁ ହୋଇଥାଏ । 

ତଥ୍ୟ ଅନୁଯାୟୀ, ଭାରତୀୟ ସୁନା-ରତ୍ନ ଅଳଙ୍କାର ଜି.ଡି.ପି.ର ୭% ହୋଇଥାଏ, ଯାହାକି ମୋଟ୍‌ ଦେଶ ରପ୍ତାନିର ୧୩.୩୦% ଅଟେ । ଭାରତୀୟମାନଙ୍କର ନିଜସ୍ୱ ବ୍ୟବହାର ଓ ଅଳଙ୍କାର ତିଆରି ପାଇଁ ସୁନାର ଆବଶ୍ୟକତା ଅନୁଯାୟୀ ଏହାର ନିୟନ୍ତ୍ରଣ ବଜାର ଉପରେ ରହିଥାଏ । ମୂଲ୍ୟବୃଦ୍ଧି ସମୟରେ ସୁନା ଏକ ମୁଖ୍ୟ ଭୂମିକା ନିଭାଇଥାଏ, କାରଣ କ୍ରୟ କରିବାର କ୍ଷମତାକୁ ନିୟନ୍ତ୍ରଣରେ ରଖିଥାଏ । ଆମ ଦେଶରେ ମାସିକ ମୁଣ୍ଡପିଛା ସୁନା- ଅଳଙ୍କାର ଖର୍ଚ୍ଚ ଦେଖିଲେ କେରଳ ରାଜ୍ୟ ପ୍ରଥମ ଅଟେ । ତା’ ପଛକୁ ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଅଛନ୍ତି । ବିଶେଷ ଭାବରେ ଦେଖିଲେ, ବାସ୍ତବରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ସାଂସ୍କୃତିକ ଓ ଐତିହାସିକ ଦୃଷ୍ଟିରୁ ସୁନା-ଗହଣା କ୍ରୟ ଓ ବ୍ୟବହାର ଅଧିକ କରନ୍ତି, କାରଣ ସେଠାରେ ଦାରିଦ୍ରତା ହାର କମ୍‌ ଥାଏ । ଦେଶ ହିସାବରେ ସୁନା ଗଚ୍ଛିତ ପରିମାଣ ଦେଖିଲେ ଆମେରିକା ୮୧୩୩.୫ ମେଟ୍ରିକ୍‌ ଟନ୍‌, ଜର୍ମାନ ୩୩୫୧.୫, ଇଟାଲୀ ୨୪୫୧.୮୪ ଓ ଭାରତର ମାତ୍ର ୮୭୬.୧ ମେଟ୍ରିକ୍‌ ଟନ୍‌ ଅଟେ । 

ଭାରତର କେନ୍ଦ୍ରୀୟ ବ୍ୟାଙ୍କ ସୁନାର ଚାହିଦା ଓ ଗଚ୍ଛିତ ପରିମାଣକୁ ସ୍ୱୀକୃତି ପ୍ରଦାନ କରି ଆର୍ଥିକ ସ୍ରୋତକୁ ସୁଦୃଢ଼ କରିଥାଏ । ଏହା ନଗଦୀକରଣ, ସହଜରେ କିଣାବିକା ଏବଂ ନିଜସ୍ୱ ଆର୍ôଥକ ନିରାପତ୍ତା ସୃଷ୍ଟି କରୁଥିବାରୁ ବ୍ୟାଙ୍କ୍‌ ପଦ୍ଧତିରେ ସାହାଯ୍ୟ ହୋଇଥାଏ । ଦେଶର ମୁଦ୍ରା ମୂଲ୍ୟର ସ୍ଥିତି ପ୍ରତ୍ୟକ୍ଷ ଭାବରେ ସୁନା ଗଚ୍ଛିତ ପରିମାଣ ସହିତ ସମ୍ପୃକ୍ତ ଅଟେ, ଯାହାକୁ ଗୋଲ୍‌ଡ ଷ୍ଟାଣ୍ଡାର୍ଡ କୁହାଯାଏ । ଏହାଦ୍ୱାରା ପ୍ରତ୍ୟେକ ଦେଶ କାଗଜ ଟଙ୍କାକୁ ନିର୍ଦ୍ଦିଷ୍ଟ ପରିମାଣର ସୁନାରେ ପରିବର୍ତ୍ତନ କରିଥାନ୍ତି । ଦେଶମାନେ ଏହି ଗୋଲ୍‌ଡ ଷ୍ଟାଣ୍ଡାର୍ଡକୁ ବ୍ୟବହାର କରି ସୁନାର ମୂଲ୍ୟ ନିର୍ଦ୍ଧାରଣ କରନ୍ତି ଏବଂ ସେହି ମୂଲ୍ୟରେ କ୍ରୟ-ବିକ୍ରୟ ହୋଇଥାଏ । ଭାରତରେ ଅର୍ଥ ବିନିଯୋଗ ଦୃଷ୍ଟିକୋଣରୁ ବିଚାର କରି ଭାରତୀୟମାନଙ୍କର ଅଭିରୁଚି ସୁନାରେ ଥାଏ, କାରଣ ସମ୍ପତ୍ତି ହିସାବରେ ସାଇତି ରଖିଲେ ମଧ୍ୟ ନିରାପତ୍ତା ଥାଏ ଏବଂ ମୂଲ୍ୟବୃଦ୍ଧି ଘଟୁଥିବାରୁ କ୍ଷତିର ସମ୍ଭାବନା ମଧ୍ୟ କମ୍‌ ଥାଏ । ସୁନା ଏକ ବିଳାସପୂର୍ଣ୍ଣ ବସ୍ତୁ ହୋଇଥିବାରୁ ଏଥିରେ ଅର୍ଥ ବିନିଯୋଗ କରିବା ଦ୍ୱାରା ମାନସିକ ଆଶ୍ୱସ୍ତି ସହ ପରିବାରର ପ୍ରସିଦ୍ଧି ଆଣିଦିଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.