ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆପଣ ଯେଉଁ ପନିର୍ କିଣୁଛନ୍ତି ତାହା ଅସଲି ତ ? ଆସନ୍ତୁ ଜାଣିବା

Published By : Anindita Ratha | October 6, 2024 3:17 PM

ନିରାମିଷ ଲୋକଙ୍କ ପ୍ରଥମ ପସନ୍ଦ ପନିର । ହେଲେ ଆପଣ ଯେଉଁ ପନିର୍ କିଣୁଛନ୍ତି ତାହା ଅସଲି ତ ? କାରଣ ବଜାରରେ ମିଳୁଥିବା ସବୁ ପନିର୍ ଅସଲି ନ ହୋଇପାରେ । ଆପଣ ଭାବୁଥିବେ ପନିର୍ କେମିତି ନକଲି ହୋଇପାରିବ ! କିନ୍ତୁ ଆଜିକାଲି କିଛି ଅସାଧୁ ବ୍ୟବସାୟୀ ସହଜରେ ଟଙ୍କା ରୋଜଗାର ପାଇଁ ଖାଦ୍ୟ ନାଁରେ ଜହର ସପ୍ଲାଏ କରୁଛନ୍ତି । ତେଣୁ ଖାଦ୍ୟ ସାମଗ୍ରୀ କିଣିବା ପୂର୍ବରୁ ଭଲ ଭାବେ ଏହାର ଯାଞ୍ଚ କରିବା ଉଚିତ୍ । ବେଳେବେଳେ ଆମେ ଯାଞ୍ଚ ନ କରି ବଜାରରୁ ପନିର କିଣି ଆଣୁ । ଏହାକୁ ଖାଇବା ପରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଏଥିପାଇଁ ପନିର୍ କିଣିବା ପୂର୍ବରୁ ଏହି ଉପାୟରେ ଅସଲି କିମ୍ବା ନକଲି ଜାଣନ୍ତୁ । 

ବଜାରରୁ ଆସିଥିବା ପନିର୍ ଏକ ପ୍ଲେଟରେ ବାହାର କରନ୍ତୁ । ଏହାପରେ ହାତରେ ଏହି ପନିର ଦବାଇବାକୁ ଚେଷ୍ଟା କରନ୍ତୁ । ଯଦି ପନିର୍ ଭାଙ୍ଗିଯାଏ କିମ୍ବା ଖେଳେଇ ହୋଇଯାଏ ଏହାର ଅର୍ଥ କୌଣସି ଅପମିଶ୍ରିତ ହୋଇନାହିଁ । ଯଦି ପନିର ନ ଭାଙ୍ଗେ ତାହେଲେ ବୁଝିଯାଆନ୍ତୁ ଏହା ଅପମିଶ୍ରିତ । ସେହିପରି ପନିରର ଏକ ଟୁକୁଡା ନେଇ ପାଖାପାଖି 5 ମିନିଟ୍ ଯାଏଁ ଫୁଟାନ୍ତୁ । ଏହାକୁ ପ୍ଲେଟରେ ବାହାର କରି ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏବେ ଏହା ଉପରେ ଆୟୋଡିନ ଟିଙ୍କଚର କିଛି ବୁନ୍ଦା ପକାନ୍ତୁ । ଯଦି ପନିର ରଙ୍ଗ ସେମିତ ରହେ ତାହେଲେ ଏହା ଭଲ ପନିର୍ । କିନ୍ତୁ ରଙ୍ଗ ନୀଳ ପଡିଲେ ଏହାର ଅର୍ଥ କ୍ଷୀରରେ କିଛି କୃତ୍ରିମ ସାମଗ୍ରୀ ମିଶାଯାଇ ପ୍ରସ୍ତୁତ କରାଯାଇଛି । 

ପନିର ଚିହ୍ନଟ କରିବାର ଅନ୍ୟ ଏକ ଉପାୟ ହେଲା ହରଡ ଡାଲି ସହ ଫୁଟାଇବା । ବଜାରରୁ ପନିର୍ ଆଣି ଗ୍ୟାସ ଉପରେ ଏକ ପାତ୍ରରେ ରଖନ୍ତୁ । ଏଥିରେ ଗୋଟିଏ ଚାମଚ ହରଡ ଡାଲି ମିଶାଇ ୧୦ ମିନିଟ୍ ଯାଏଁ ଫୁଟାନ୍ତୁ । ଯଦି ପନିର ରଙ୍ଗ ହାଲ୍‌କା ଲାଲ୍ ଦେଖାଯାଉଛି ତାହାର ଅର୍ଥ ଏଥିରେ ଡିଟରଜେଣ୍ଟ କିମ୍ବା ୟୁରିଆ ଥାଇପାରେ । କୌଣସି ଦୋକାନରୁ ପନିର କିଣୁଥିଲେ, ପ୍ରଥମେ ଦୋକାନୀ ଠାରୁ ଏକ ଛୋଟ ପନିର ଟୁକୁଡା ଆଣି ଚାଖନ୍ତୁ । ଯଦି ଏହା ପାଟିକୁ କଠିନ କିମ୍ବା ଖଟା ଲାଗୁଥାଏ, ତାହେଲେ ଏଥିରେ କୃତ୍ରିମ ଉପାଦାନ ରହିଥାଇପାରେ । କାରଣ ପନିର ଭଲ ଥିଲେ କିମ୍ବା କ୍ଷୀରରୁ ପ୍ରସ୍ତୁତ ହୋଇଥିଲେ ଏହାକୁ ପାଟିରେ ଦେଉ ଦେଉ ମିଳେଇ ଯାଏ ।









Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.