ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଆପଣ ବି ଖାଉଛନ୍ତି କି ପେନ୍‌ କିଲର୍‌? ଜାଣନ୍ତୁ କେତେ ସୁରକ୍ଷିତ...

Published By : Anindita Ratha | July 5, 2025 11:47 AM

ଏବେ ପ୍ରାୟ ଲୋକଙ୍କର ପସନ୍ଦର ଔଷଧ ସାଜିଛି ପେନ୍‌ କିଲର୍‌ । ସାମାନ୍ୟ ଯନ୍ତ୍ରଣା ହେଲେ ପେନ୍‌ କିଲର୍‌ ନେଉଛନ୍ତି । କିନ୍ତୁ ଜାଣନ୍ତି କି ଏହା କେତେ ସୁରକ୍ଷିତ? ଏହା ଏମିତି ଏକ ଔଷଧ, ଯାହା ହଠାତ୍‌ ଯନ୍ତ୍ରଣା ବା ପ୍ରଦାହକୁ କମ୍‌ କରିଦେଇଥାଏ । ଏହାହିଁ ପ୍ରମାଣିତ କରୁଛି ଯେ ଏଥିରେ କେତେ ମାତ୍ରାରେ କେମିକାଲ୍‌ ବ୍ୟବହାର ହେଉଛି । କେବେ କେବେ ଯନ୍ତ୍ରଣା ସମ୍ଭାଳି ନ ପାରିଲେ ପେନ୍‌ କିଲର୍‌ ଖାଇବା ଉଚିତ୍‌ । କାରଣ ଏହାର ଅନେକ ପାର୍ଶ୍ୱପ୍ରତିକ୍ରିୟା ରହିଥାଏ । 

ପ୍ରଭାବିତ ହୁଏ କିଡ୍‌ନୀ 

ବିଶେଷଜ୍ଞଙ୍କ ମତରେ ଏହା କିଡ୍‌ନୀକୁ କ୍ଷତି ପହଞ୍ଚାଇପାରେ । ପେନ୍‌କିଲର୍‌ ଭୁଲ୍‌ ଉପାୟରେ କିମ୍ବା ଲଗାତାର ଖାଇବା ଦ୍ୱାରା କିଡ୍‌ନୀ ଉପରେ ନକାରାସତ୍ମକ ପ୍ରଭାବ ପଡିଥାଏ । କିଡ୍‌ନୀ ରକ୍ତରୁ ଖରାପ ଓ ଭଲ ଜିନିଷ ଅଲଗା କରିଥାଏ । ଫ୍ଲୁଇଡ୍‌ ସନ୍ତୁଳନ ଓ ରକ୍ତଚାପ ନିୟନ୍ତ୍ରଣ କରିଥାଏ । କିନ୍ତୁ ପେନ୍‌ କିଲର୍‌ ଖାଇବା ଦ୍ୱାରା ଶରୀରର ବ୍ୟବସ୍ଥା ଅସନ୍ତୁଳିତ ହୋଇପଡେ । ଏହାର ଗମ୍ଭୀର ଓ ସ୍ଥାୟୀ ପରିଣାମ ଶରୀର ଉପରେ ପଡିଥାଏ । ପେନ୍‌କିଲର୍‌ ଶରୀରର ତାପମାତ୍ରା, ପ୍ରଦାହ କମ୍‌ କରିବା ଓ ଯନ୍ତ୍ରଣାରୁ ମୁକ୍ତି ପାଇଁ ଖିଆଯାଏ । କିନ୍ତୁ ଏହା ସାଇକୋଅକ୍ସିଜେନେଜ୍‌କୁ ମଧ୍ୟ ବ୍ଲକ୍‌ କରିଥାଏ, ଯାହା ପ୍ରୋଷ୍ଟେଗ୍ଲାଡିନ୍‌ କେମିକାଲ୍‌କୁ ଉତ୍ପାଦନ କରୁଥିବା ଏନ୍‌ଜାଇମ୍‌ । ଏହି କେମିକାଲ୍‌ ରକ୍ତ ପ୍ରବାହକୁ ନିୟନ୍ତ୍ରିତ କରିଥାଏ । ବିଶେଷକରି ବୟସ୍କ ଲୋକ ଓ କିଡ୍‌ନୀ ସମସ୍ୟା ଥିବା ଲୋକ ବେଶୀ ପ୍ରଭାବିତ ହୋଇଥାନ୍ତି ।

ଦୀର୍ଘଦିନ ପେନ୍‌ କିଲର୍‌ ଆଦୌ ନୁହେଁ 

କିଡ୍‌ନୀ ଡ୍ୟାମେଜ୍‌ କିମ୍ବା ଫଙ୍କସନ୍‌ରେ କୌଣସି ବାଧା ଆସିବା ହେଉଛି ପେନ୍‌ କିଲର୍‌ ଖାଇବା କୁପ୍ରଭାବ । କିଡ୍‌ନୀକୁ ରକ୍ତ ପ୍ରବାହ କମିବା କାରଣରୁ ସମସ୍ୟା ହୋଇଥାଏ । ଏହି ସ୍ଥିତିରେ ରୋଗୀକୁ ତୁରନ୍ତ ହସ୍ପିଟାଲ୍‌ ନେବାକୁ ପଡିଥାଏ । ଦୀର୍ଘଦିନ ପେନ୍‌ କିଲର୍‌ ନେବା ଦ୍ୱାରା କିଡ୍‌ନୀର ଟିସୁଗୁଡିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ବିଶେଷକରି ଜଳଶୁଷ୍କତା, ଉଚ୍ଚ ରକ୍ତଚାପ ଓ ହୃଦ୍‌ଘାତ ରୋଗୀଙ୍କ କ୍ଷେତ୍ରରେ ଏହାର ଆଶଙ୍କା ଖୁବ୍‌ ବଢିଯାଇଥାଏ । ଡାକ୍ତରଙ୍କ ପରାମର୍ଶ କ୍ରମେ ପେନ୍‌କିଲର୍‌ ନେବା ଉଚିତ୍‌

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.