ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ରାଜଧାନୀରେ ଆସ୍ଥାନ ଜମାଇଛି ସିଲିଗୁଡ଼ି ଓ ଦାର୍ଜିଲିଂ ମାଟିପାତ୍ର, ଓଡ଼ିଆ କାରିଗର ନିରାଶ

Published By : Rasmita Pradhan | April 30, 2025 2:06 PM

ଭୁବନେଶ୍ୱର, ୩୦/୦୪ : ମାଟିପାତ୍ର ତିଆରି କରିବା ପାଇଁ ଆମ ରାଜ୍ୟରେ କାରିଗରଙ୍କର ଅଭାବ ନାହିଁ । ହେଲେ ମାଟି ଓ ଜାଳେଣିର ଅଭାବ କାରଣରୁ କୁମ୍ଭାର ପରିବାର ଏଥିପ୍ରତି ମୁହଁ ଫେରାଉଛନ୍ତି । ଫଳରେ ରାଜଧନୀରେ ଆସ୍ଥାନ ଜମାଇଛି ସିଲିଗୁଡ଼ି, ଦାର୍ଜିଲିଂ, ଅହମଦାବାଦ୍‌, ରାଜସ୍ଥାନରୁ ଆସୁଥିବା ମାଟିପାତ୍ର । ବାହାର ରାଜ୍ୟର ମାଟିପାତ୍ର ବଜାରରେ ଭଲ ଆଦର ପାଉଛି । ଏପଟେ ରାଜ୍ୟର କୁମ୍ଭାର ପରିବାର ନିରାଶ ହେଉଛି। କିଛି କୁମ୍ଭାର ପରିବାରଙ୍କ ଘରେ ଆଉ ସେ ଚକ ଦେଖୁବାକୁ ମିଳୁନି । ବର୍ତ୍ତମାନ ଖରାଦିନ ଚାଲିଥିବାରୁ ମାଟିପାତ୍ରର ଚାହିଦା ବଢିଯାଇଛି । ମାଟିପାତ୍ରରେ ପାଣି ଥଣ୍ଡା ରହିବା ସହିତ ସ୍ୱାସ୍ଥ୍ୟକର ହୋଇଥିବାରୁ ଲୋକମାନେ ମାଠିଆ, ମାଟି ଫିଲଟର ଆଦି ବହୁ ମାତ୍ରାରେ କିଣୁଛନ୍ତି । ରାଜଧାନୀର ବିଭିନ୍ନ ଛକ, ରାସ୍ତା କଡ଼ ଏବଂ ହାଟରେ ଏହି ପାତ୍ର ବିକ୍ରିହେଉଛି। 

ବାହାର ରାଜ୍ୟରୁ ଆସୁଥିବା ପାତ୍ରଗୁଡ଼ିକରେ ରଙ୍ଗିନ୍‌ ଚିତ୍ର ଥିବା ସହିତ ବେଶ୍‌ ଚିକ୍କଣ ରହୁଛି । ଏହା ଖୁବ୍‌ ଅକର୍ଷଣୀୟ ଦେଖାଯାଉଥିବାରୁ ଲୋକମାନେ ମଧ୍ୟ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି । କେବଳ ପାଣି ରଖିବା ପାତ୍ର ନୁହେଁ, ତା ସହିତ ମାଟିରେ ତିଆରି ପ୍ରେସର କୁକର୍‌, କଡ଼େଇ, ଥାଳି, ଗିନା, ପିଠା ପାତିଆ ଭଳି ବିଭିନ୍ନ ପ୍ରକାର ପାତ୍ର ଦେଖାଯାଉଛି । ମାଟି ଫିଲଟର ଓ ମାଠିଆ ୫ ଲିଟରରୁ ଆରମ୍ଭକରି କରି ୨୦ ଲିଟର ପର୍ଯ୍ୟନ୍ତ ରହୁଛି । ଯାହାର ମୂଲ୍ୟ ୨୦୦ ଟଙ୍କାରୁ ଆରମ୍ଭ । ସେହିପରି ମାଟି ପାଣି ବୋତଲର ମୂଲ୍ୟ ୧୦୦ ଟଙ୍କା, କଡ଼େଇ ୮୦ ଟଙ୍କା, ପିଠା ପାତିଆ ୫୦ ଟଙ୍କା, ଗିନା ୬୦ ଟଙ୍କା ରହୁଛି । ଖୁବ୍‌ କମ୍‌ ସ୍ଥାନରେ ଆମ ରାଜ୍ୟର କାରିଗରଙ୍କର ସାମଗ୍ରୀ ବିକ୍ରି ହେଉଛି । ହେଲେ ଲୋକମାନଙ୍କର ଆଦର ବାହାର ରାଜ୍ୟର ସାମଗ୍ରୀରେ ରହୁଛି । କୁମ୍ଭାରସାହିର ବେପାରୀ ଆଶିଷ ରାଉତ କୁହନ୍ତି, ମାଟି ପାତ୍ର ତିଆରି କରିବା ପାଇଁ ସବୁଠି ମାଟି ସମସ୍ୟା ଦେଖାଯାଉଛି । 

ବିଶେଷକରି ଭୁବନେଶ୍ୱରରେ ମାଟିର ଅଭାବ ଅଧିକ ରହୁଛି । ପୂର୍ବରୁ ଯେଉଁ ମାଟିକୁ ଆମେ ୧୦୦୦ ଟଙ୍କା ୧୨୦୦ ଟଙ୍କା ଟ୍ରିପ୍‌ରେ କିଣୁଥିଲୁ ବର୍ତ୍ତମାନ ତାହା ଏବେ ସାଢ଼େ ୪ ହଜାରରୁ ୫୨୦୦ ଟଙ୍କା ହୋଇଗଲାଣି । ମାଟି କିଣି ତିଆରି କରି ବିକିଲା ବେଳକୁ ଭଲ ଲାଭ ମିଳୁନି । ତା ଅପେକ୍ଷା ମାଟିପାତ୍ର କିଣି ବିକିଲେ ଲାଭ ଅଧିକା ରହୁଛି । ସେଥିପାଇଁ ମାଟିସାମଗ୍ରୀ ତିଆରିକରିବା ଛାଡ଼ିଦେଇଛୁ । ବିଶେଷକରି ସିଲିଗୁଡ଼ି, ଦାର୍ଜିଲିଂ, ରାଜସ୍ଥାନ, ଅହମଦାବାଦ୍‌ ଭଳି ବାହାର ସ୍ଥାପରୁ ମାଟିପାତ୍ରଗୁଡ଼ିକ ଆମଦାନୀ ହେଉଥିବା ବେଳେ ଓଡ଼ିଶାର ସୋନପୁର, ନୟାଗଡ଼, ବାରଙ୍ଗରୁ ଆସୁଛି । ବାହାର ରାଜ୍ୟରୁ ଆସୁଥିବା ପାତ୍ରଗୁଡ଼ିକ ଆଖିକୁ ସୁନ୍ଦର ଓ ଚିକ୍କଣ ଦେଖାଯାଉଥିବାରୁ ଲୋକମାନଙ୍କର ଆଦର ଅଧିକ ରହୁଛି । କିନ୍ତୁ ଆମ କୁମ୍ଭକାର ଦ୍ୱାରା ପ୍ରସ୍ତୁତ ମାଠିଆ ପାଣି ଅଧିକ ଥଣ୍ଡା ରହୁଛି । 

ଅନେକ କୁମ୍ଭାର ପରିବାର ଦୁଃଖ ପ୍ରକାଶ କରି କହିଛନ୍ତି, ରାଜ୍ୟରେ କୁମ୍ଭାରମାନଙ୍କ ବୃତ୍ତି ବଞ୍ଚାଇବା ତଥା ତାଙ୍କ ଦକ୍ଷତାର ବିକାଶ ଦିଗରେ କୌଣସି କାମ କରାଯାଉ ନାହିଁ । ଫଳରେ ଅନ୍ୟ ରାଜ୍ୟର କାରିଗର ଓ ଶିଳ୍ପୀମାନଙ୍କ ତୁଳନାରେ ଆମେ ବହୁତ ପଛରେ ପଡ଼ିଯାଇଛୁ । ଏପରିକି ନିଜ କୌଳିକ ବୃତ୍ତି ବଦଳାଇବାକୁ ବାଧ୍ୟ ହେଉଛୁ । ଯେଉଁ ମାଟିପତ୍ରଗୁଡ଼ିକ ବାହାର ରାଜ୍ୟରୁ ଅସୁଛି ଏଠି ସେଗୁଡ଼ିକ ତିଆରି ହେଲେ ତାହାର ମୂଲ୍ୟ କମିଯିବ । ଲୋକମାନେ ଶସ୍ତାରେ ପାଇପାରିବେ । ଆମ କାରିଗରମାନେ ବି ଏଥିରୁ ଉପକୃତ ହେବେ ।

ଏହି ଖବରଟିକୁ ପଢନ୍ତୁ-

ନେରେଡ଼ି ପ୍ରକଳ୍ପ ବିବାଦ ଏଯାଏଁ ତୁଟିନି, ଓଡ଼ିଶା ସୀମାରେ ଆଉ ଗୋଟେ ବ୍ୟାରେଜ୍ କରିବ ଆନ୍ଧ୍ର : ପ୍ରଭାବିତ ହେବ ରାୟଗଡ଼ା ଓ କୋରାପୁଟ ଜିଲ୍ଲା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.