ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ସଠିକ ଭାବରେ ନିଜର ଯତ୍ନ ନେଇ ପାରୁନେ । ଯାହା ଫଳରେ ଅନେକ ଗୁଡିଏ ରୋଗର ଶୀକାର ମଧ୍ୟ ହେଉଛେ । ସେଥି ମଧ୍ୟରୁ ଷ୍ଟୋନ୍‌ ହେବା ବର୍ତ୍ତମାନ ଅତି ସାଧାରଣ ହୋଇଯାଇଛି । ତେବେ ଆପଣ ଜାଣିଥିବେ ଯେ, ଷ୍ଟୋନ୍‌ କିଡ୍‌ନୀରେ ହୋଇଥାଏ । ହେଲେ କଣ ଆପଣ ଜାଣିଛନ୍ତି, କେବଳ କିଡ୍‌ନୀରେ ନୁହେଁ ତଣ୍ଟିରେ ମଧ୍ୟ ହୋଇପାରେ ଷ୍ଟୋନ୍‌ । ଗଳାରେ ହେଉଥିବା ଏହି ଷ୍ଟୋନ୍‌କୁ ଟନ୍ସିଲ୍‌ ଷ୍ଟୋନ୍‌ କୁହାଯାଇଥାଏ । ଏ ବିଷୟରେ କମ୍‌ ଲୋକ ଜଣିଥିଲେ ମଧ୍ୟ ଏହା ଅତି ସାଧାରଣ ରୋଗରେ ପରିଣତ ହେଲାଣି । ଏହି ଷ୍ଟୋନ୍‌ କିମ୍ୱା ପଥର ଖାଦ୍ୟରେ ଥିବା ପୁଷ୍ଟିକର ପଦାର୍ଥ ତଥା ମୃତ କୋଷରୁ ଗଠିତ ହୁଏ ଏବଂ ଗଳାରେ ଥିବା ଟନସିଲ୍ ଗ୍ରନ୍ଥି ନିକଟରେ ଜମା ହୁଏ । ଯେଉଁଥିରେ ପରେ ଜୀବାଣୁ ଏବଂ ଭାଇରସ୍‌ ମଧ୍ୟ ସୃଷ୍ଟି ହେବା ଆରମ୍ଭ କରିଥାନ୍ତି । ଏହା ବିପଦଜନକ ରୋଗର ଆଶଙ୍କା ସୃଷ୍ଟି କରିଥାଏ । ଏପରି ପରିସ୍ଥିତିରେ, ଟନସିଲ୍ ଷ୍ଟୋନ୍‌ ଏବଂ ଏହା ଦ୍ୱାରା ହେଉଥିବା ସମସ୍ୟା ବିଷୟରେ ଆସନ୍ତୁ ଜାଣିବା ।

ଗଳାରେ କେଉଁଠାରେ ହୋଇଥାଏ ଟନସିଲ୍‌ ଷ୍ଟୋନ୍‌-

ଏହି ଟନ୍ସିଲ୍‌ ଗଳାର ପଛଭାଗରେ ହୋଇଥାଏ । ଏବଂ ଧଳା କିମ୍ୱା ହଳଦିଆ ରଙ୍ଗର ହୋଇଥାଏ । ବାହାରୁ ଏହା ଧଳା କିମ୍ୱା ହଳଦିଆ ରଙ୍ଗର ଦାନା ଭଳି ଦେଖାଯାଇଥାଏ । ପ୍ରାରମ୍ଭିକ ସମୟରେ ଏହା ଏକ ମଟର ଦାନା କିମ୍ୱା ତାଠାରୁ ସାମାନ୍ୟ ଛୋଟ ପରିଲକ୍ଷିତ ହେଇଥାଏ । ପରେ ଏହା ଧୀରେ ଧୀରେ ଭଢିବାକୁ ଲାଗିଥାଏ । ଏହି ସମୟରେ ଯଦି ଏହାର ଚିକିତ୍ସା କରାନଯାଏ ତେବେ, ଏହି ଷ୍ଟୋନ୍‌ ଗଲ୍ଫ ବଲ୍‌ ଆକରର ମଧ୍ୟ ହୋଇପାରେ । 

ଟନସିଲ୍‌ ଷ୍ଟୋନ୍‌ରେ କେଉଁ ରୋଗର ଆଶଙ୍କା ରହିଛି?

ଯଦିଓ ଗଳାର ଟନସିଲରେ ପଥର ହେବା ଏକ ସାଧାରଣ ସମସ୍ୟା, ଅନେକ ସମୟରେ ଏଥିରେ ପୀଡିତ ଲୋକମାନେ ଏହା ବିଷୟରେ ଜାଣି ମଧ୍ୟ ପାରନ୍ତି ନାହିଁ । ଯଦି ଏହାର ଠିକ୍ ସମୟରେ ଚିକିତ୍ସା ନ କରାଯାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ, ତେବେ ଏହା ଟ୍ୟୁମର ମଧ୍ୟ ସୃଷ୍ଟି କରିପାରେ।

କେଉଁ ରୋଗକୁ ବଢାଇଥାଏ ଟନସିଲ୍‌ ଷ୍ଟୋନ୍‌-

ଷ୍ଟୋନ୍‌ ହେବା ପ୍ରାରମ୍ଭରେ ସ୍ୱାଶ ନେବାରେ ଅସୁବିଧା କିମ୍ୱା ମୁଖ ଗୁର୍ଗନ୍ଧର ସମ୍ମଖୀନ ହେବାକୁ ପଡ଼ିଥାଏ । ଯଦିଓ ଗଳାର ଟନସିଲ୍‌ରେ ପଥର ହେବା ଏକ ସାଧାରଣ ସମସ୍ୟା । ହେଲେ ଅନେକ ସମୟରେ ଏଥିରେ ପୀଡିତ ଲୋକମାନେ ଏହା ବିଷୟରେ ଜାଣି ମଧ୍ୟ ପାରନ୍ତି ନାହିଁ । ଏହା ଟ୍ୟୁମର ମଧ୍ୟ ସୃଷ୍ଟି କରିପାରେ । ଏହିି ସମୟରେ ଗଳା ଏବଂ କାନରେ ଯନ୍ତ୍ରଣା ସହିତ, ଗିଳିବାରେ ମଧ୍ୟ ସମସ୍ୟା ହୋଇଥାଏ । ଟନସିଲ୍‌ରେ ପଥର ହେବା ପରେ, ଗଳାରେ ଖାଉଥିବା ଖାଦ୍ୟ ପଦାର୍ଥର କିଛି ଅଂଶ ଫସି ରହିଥିବା ପରି ଅନୁଭବ ହୁଏ। ଏହି କାରଣରୁ ଗଳା ଯନ୍ତ୍ରଣା ମଧ୍ୟ ଲାଗି ରହିଥାଏ।