ପ୍ରମୂଖ ଖବର
  • ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ, ପୋର୍ଟ ପ୍ରଶାସନ ବିଲ୍ଡିଂରେ ୪ ଜିଣିଆ ଟିମ୍‌ର ଖୋଳତାଡ
  • ||
  • କଟକ : ମହାନଦୀ ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ୨୨ ନକ୍ସଲ ସଫା, ଜଣେ ଯବାନ ସହିଦ୍
  • ||
  • ନୟାଗଡ଼ରେ ଅଭାବନୀୟ ଘଟଣା, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ
  • ||
  • ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲ୍ଲା, ୧୨ଟା ଯାଏଁ ଗୃହ ମୁଲତବୀ
  • ||
  • ଗଜପତି: ଦୁଇ ବ୍ୟବସାୟୀଙ୍କ ଭାଇଙ୍କ ଘରେ ଆଇଟି ଚଢ଼ାଊ, ଆୟକର ବିଭାଗ ୧୨ ଅଧିକାରୀ ସାମିଲ୍
  • ||
  • ସମ୍ବଲପୁର: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ୭ମ ଏବଂ ୮ମ ପ୍ରଶ୍ନପତ୍ର
  • ||
  • ବୌଦ୍ଧ : ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା
  • ||
  • ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ
  • ||
  • ତାତିରେ ବ୍ରେକ୍ ଲଗାଇବ କାଳବୈଶାଖୀ, ଆଜି ୬ ଜିଲ୍ଲାରେ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
  • ||

ଗଳାରେ ବି ହୋଇପାରେ ଟନସିଲ୍‌ ଷ୍ଟୋନ୍, ଜାଣନ୍ତୁ ଏହାର କାରଣ...

Published By : Harapriya Sethi | March 3, 2025 11:27 AM

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ସଠିକ ଭାବରେ ନିଜର ଯତ୍ନ ନେଇ ପାରୁନେ । ଯାହା ଫଳରେ ଅନେକ ଗୁଡିଏ ରୋଗର ଶୀକାର ମଧ୍ୟ ହେଉଛେ । ସେଥି ମଧ୍ୟରୁ ଷ୍ଟୋନ୍‌ ହେବା ବର୍ତ୍ତମାନ ଅତି ସାଧାରଣ ହୋଇଯାଇଛି । ତେବେ ଆପଣ ଜାଣିଥିବେ ଯେ, ଷ୍ଟୋନ୍‌ କିଡ୍‌ନୀରେ ହୋଇଥାଏ । ହେଲେ କଣ ଆପଣ ଜାଣିଛନ୍ତି, କେବଳ କିଡ୍‌ନୀରେ ନୁହେଁ ତଣ୍ଟିରେ ମଧ୍ୟ ହୋଇପାରେ ଷ୍ଟୋନ୍‌ । ଗଳାରେ ହେଉଥିବା ଏହି ଷ୍ଟୋନ୍‌କୁ ଟନ୍ସିଲ୍‌ ଷ୍ଟୋନ୍‌ କୁହାଯାଇଥାଏ । ଏ ବିଷୟରେ କମ୍‌ ଲୋକ ଜଣିଥିଲେ ମଧ୍ୟ ଏହା ଅତି ସାଧାରଣ ରୋଗରେ ପରିଣତ ହେଲାଣି । ଏହି ଷ୍ଟୋନ୍‌ କିମ୍ୱା ପଥର ଖାଦ୍ୟରେ ଥିବା ପୁଷ୍ଟିକର ପଦାର୍ଥ ତଥା ମୃତ କୋଷରୁ ଗଠିତ ହୁଏ ଏବଂ ଗଳାରେ ଥିବା ଟନସିଲ୍ ଗ୍ରନ୍ଥି ନିକଟରେ ଜମା ହୁଏ । ଯେଉଁଥିରେ ପରେ ଜୀବାଣୁ ଏବଂ ଭାଇରସ୍‌ ମଧ୍ୟ ସୃଷ୍ଟି ହେବା ଆରମ୍ଭ କରିଥାନ୍ତି । ଏହା ବିପଦଜନକ ରୋଗର ଆଶଙ୍କା ସୃଷ୍ଟି କରିଥାଏ । ଏପରି ପରିସ୍ଥିତିରେ, ଟନସିଲ୍ ଷ୍ଟୋନ୍‌ ଏବଂ ଏହା ଦ୍ୱାରା ହେଉଥିବା ସମସ୍ୟା ବିଷୟରେ ଆସନ୍ତୁ ଜାଣିବା ।

ଗଳାରେ କେଉଁଠାରେ ହୋଇଥାଏ ଟନସିଲ୍‌ ଷ୍ଟୋନ୍‌-

ଏହି ଟନ୍ସିଲ୍‌ ଗଳାର ପଛଭାଗରେ ହୋଇଥାଏ । ଏବଂ ଧଳା କିମ୍ୱା ହଳଦିଆ ରଙ୍ଗର ହୋଇଥାଏ । ବାହାରୁ ଏହା ଧଳା କିମ୍ୱା ହଳଦିଆ ରଙ୍ଗର ଦାନା ଭଳି ଦେଖାଯାଇଥାଏ । ପ୍ରାରମ୍ଭିକ ସମୟରେ ଏହା ଏକ ମଟର ଦାନା କିମ୍ୱା ତାଠାରୁ ସାମାନ୍ୟ ଛୋଟ ପରିଲକ୍ଷିତ ହେଇଥାଏ । ପରେ ଏହା ଧୀରେ ଧୀରେ ଭଢିବାକୁ ଲାଗିଥାଏ । ଏହି ସମୟରେ ଯଦି ଏହାର ଚିକିତ୍ସା କରାନଯାଏ ତେବେ, ଏହି ଷ୍ଟୋନ୍‌ ଗଲ୍ଫ ବଲ୍‌ ଆକରର ମଧ୍ୟ ହୋଇପାରେ । 

ଟନସିଲ୍‌ ଷ୍ଟୋନ୍‌ରେ କେଉଁ ରୋଗର ଆଶଙ୍କା ରହିଛି?

ଯଦିଓ ଗଳାର ଟନସିଲରେ ପଥର ହେବା ଏକ ସାଧାରଣ ସମସ୍ୟା, ଅନେକ ସମୟରେ ଏଥିରେ ପୀଡିତ ଲୋକମାନେ ଏହା ବିଷୟରେ ଜାଣି ମଧ୍ୟ ପାରନ୍ତି ନାହିଁ । ଯଦି ଏହାର ଠିକ୍ ସମୟରେ ଚିକିତ୍ସା ନ କରାଯାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ, ତେବେ ଏହା ଟ୍ୟୁମର ମଧ୍ୟ ସୃଷ୍ଟି କରିପାରେ।

କେଉଁ ରୋଗକୁ ବଢାଇଥାଏ ଟନସିଲ୍‌ ଷ୍ଟୋନ୍‌-

ଷ୍ଟୋନ୍‌ ହେବା ପ୍ରାରମ୍ଭରେ ସ୍ୱାଶ ନେବାରେ ଅସୁବିଧା କିମ୍ୱା ମୁଖ ଗୁର୍ଗନ୍ଧର ସମ୍ମଖୀନ ହେବାକୁ ପଡ଼ିଥାଏ । ଯଦିଓ ଗଳାର ଟନସିଲ୍‌ରେ ପଥର ହେବା ଏକ ସାଧାରଣ ସମସ୍ୟା । ହେଲେ ଅନେକ ସମୟରେ ଏଥିରେ ପୀଡିତ ଲୋକମାନେ ଏହା ବିଷୟରେ ଜାଣି ମଧ୍ୟ ପାରନ୍ତି ନାହିଁ । ଏହା ଟ୍ୟୁମର ମଧ୍ୟ ସୃଷ୍ଟି କରିପାରେ । ଏହିି ସମୟରେ ଗଳା ଏବଂ କାନରେ ଯନ୍ତ୍ରଣା ସହିତ, ଗିଳିବାରେ ମଧ୍ୟ ସମସ୍ୟା ହୋଇଥାଏ । ଟନସିଲ୍‌ରେ ପଥର ହେବା ପରେ, ଗଳାରେ ଖାଉଥିବା ଖାଦ୍ୟ ପଦାର୍ଥର କିଛି ଅଂଶ ଫସି ରହିଥିବା ପରି ଅନୁଭବ ହୁଏ। ଏହି କାରଣରୁ ଗଳା ଯନ୍ତ୍ରଣା ମଧ୍ୟ ଲାଗି ରହିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.