ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ତ୍ୱଚାକୁ କିପରି ପ୍ରଭାବିତ କରିଥାଏ ମାନସିକ ଚାପ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ...

Published By : Harapriya Sethi | March 5, 2025 9:19 AM

ଆଜିର ଦିନରେ ମାନସିକ ଚାପର ଶିକାର ହେବା ଅତ୍ୟନ୍ତ ସାଧାରଣ । ଏହି ଚାପ ଆପଣଙ୍କ ଜୀବନକୁ ଦୁଃଖଦାୟକ କରିଥାଏ । ଏହା ଆମେ ସମସ୍ତେ ଜାଣିଛେ କିନ୍ତୁ ଏହି ଚାପ ସମଗ୍ର ବିଶ୍ୱର ଅଧିକାଂଶ ଲୋକଙ୍କୁ ବାସାଦଗ୍ରସ୍ତ କରିଚାଲିଛି । ଏହା ପ୍ରାୟତଃ କାମର ଚାପ, ସମ୍ପର୍କରେ ତିକ୍ତତା ଏବଂ ଆର୍ଥିକ ଚିନ୍ତା ଭଳି କାରଣ ଦ୍ୱାରା ସୃଷ୍ଟି ହୋଇଥାଏ । ଆପଣ ଶରୀରରେ ଚାପର କ୍ଷତିକାରକ ପ୍ରଭାବ ବିଷୟରେ ଜାଣିଥିଲେ ମଧ୍ୟ, ବହୁତ କମ୍ ଲୋକ ଜାଣନ୍ତି ଯେ, ଏହା ଆମ ତ୍ୱଚାର ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ଦୀର୍ଘ ସମୟ ପାଇଁ ରହିଥିବା ଚାପ ଅନେକ ଚର୍ମ ରୋଗର କାରଣ ହୋଇପାରେ । ଚାପ ଆମକୁ ପ୍ରକୃତ ବୟସ ଅପେକ୍ଷା ବୟସ୍କ ଦେଖାଏ ଏବଂ ଏହା ଏକ ପ୍ରମୁଖ କାରଣ ଯାହା ଚର୍ମ ରୋଗକୁ ବଢାଇଥାଏ । ଏହି ରୋଗଗୁଡ଼ିକ ଜଣେ ବ୍ୟକ୍ତିଙ୍କ ସାଧାରଣ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରତିଫଳିତ କରିଥାଏ । 

ଚର୍ମ ଉପରେ ଚାପର ପ୍ରଭାବ

ତେଲ ଉତ୍ପାଦନ ବୃଦ୍ଧି- 

ଅଧିକ ଚାପରେ ରହିବା ଦ୍ୱାରା କର୍ଟିସୋଲ ନିର୍ଗତ ହେବା ସହିତ ସେବେସିୟସ୍‌ ଗ୍ଲାଣ୍ଡଗୁଡ଼ିକ ଅଧିକ ପରିମାଣରେ ପ୍ରଭାବିତ ହୋଇଥାଏ । ଯାହା ଫଳରେ ଶରୀରରେ ତେଲ ଉତ୍ପାଦନ ବୃଦ୍ଧି ପାଏ । ଏହା ବ୍ରଣ ଏବଂ ଅନ୍ୟ ଚର୍ମ ଜାତୀୟ ରୋଗର କାରଣ ସାଜିଥାଏ ।

ଚର୍ମ ବ୍ୟାରିୟର୍‌କୁ ଦୁର୍ବଳ କରେ-

ଦୀର୍ଘ ସମୟ ପାଇଁ ମାନସିକ ଚାପରେ ରହିବା ଦ୍ୱାରା ତ୍ୱଚାରେ ଆର୍ଦ୍ରତା ବଢିଥାଏ ଏବଂ ତ୍ୱଚା ସୁସ୍ଥ ହେବା କଷ୍ଟକର ହୋଇଯାଏ । ଯାହା ଫଳରେ ତ୍ୱଚା ଆହୁରି ସମ୍ବେଦନଶୀଳ ହେବା ସହ ଶୁଷ୍କତା ବଢିଯାଇଥାଏ । ଏହି କାରଣରୁ ଅଧିକାଂଶ ସମୟରେ ତ୍ୱଚା କୁଣ୍ଡାଇ ହୋଇଥାଏ । 

କ୍ଷତ ସ୍ଥାନ ସୁସ୍ଥ ହେବାରେ ବିଳମ୍ବ - 

ଦୀର୍ଘ ଦିନ ଘରି ଚାପରେ ରହିବା ଫଳରେ ପ୍ରାକୃତିକ ଚିକିତ୍ସା ଚକ୍ର ଧୀର ହୋଇଯାଇଥାଏ । ସେଥିପାଇଁ ତ୍ୱଚା କୌଣସି ପ୍ରକାରର ଖଣ୍ଡିଆ ହେଲେ ତାହା, ସୁସ୍ଥ ହେବାରେ ବିଳମ୍ବ ହୋଇଥାଏ । ଯାହା ତ୍ୱଚାରେ ଦାଗ ସୃଷ୍ଟି କରେ ।

ଚାପଗ୍ରସ୍ତ ସମୟରେ ଚର୍ମକୁ ସୁସ୍ଥ ରଖିବାର ଉପାୟ

ମନକୁ ଶାନ୍ତ ରଖିବା ପାଇଁ ଧ୍ୟାନ- ଧ୍ୟାନ, ଯୋଗ, ବ୍ୟାୟାମ ଏବଂ ଗଭୀର ନିଶ୍ୱାସ ପ୍ରଶ୍ୱାସ ଭଳି ଅଭ୍ୟାସ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତ୍ୱଚାକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ କରିବା ନିତ୍ୟାନ୍ତ ଆବଶ୍ୟକ । ଏହା ରକ୍ତ ସଞ୍ଚାଳନକୁ ବୃଦ୍ଧି କରେ ଏବଂ ହରମୋନକୁ ନିୟନ୍ତ୍ରଣ କରିଥାଏ । ପ୍ରତ୍ୟେକ ଦିନ ୭ରୁ ୮ ଘଣ୍ଟା ଶୁଅନ୍ତୁ । ନିଦ୍ରାଭାବରୁ କର୍ଟିସୋଲ ସ୍ତରକୁ ବୃଦ୍ଧି ହୋଇଥାଏ, ଯାହା ତ୍ୱଚାରେ ରୋଗ ସୃଷ୍ଟି କରିଥାଏ ।

ତ୍ୱଚା ଯତ୍ନ ନେବା ରୁଟିନ୍‌ରେ ପରିବର୍ତ୍ତନ-

ଦୀର୍ଘ ଦିନ ଧରି ଚାପରେ ରହିବା ଦ୍ୱାରା ତ୍ୱଚାର ଚର୍ମ ବହୁ ଭାବରେ ପ୍ରଭାବିତ ହୋଇଥାଏ । ଏଭଳି ସ୍ଥିତିରେ ସେରାମାଇଡ୍‌, ଆଲୋଭେରା ଏବଂ ନିଆସିନାମାଇଡ୍‌ ଥିବା କ୍ରିମ୍‌କୁ ସ୍କିନ୍‌ କୋୟାରରେ ସାମିଲ କରନ୍ତୁ । ଚାପଗ୍ରସ୍ତ ଚର୍ମକୁ ଶାନ୍ତ କରିବା ପାଇଁ ଏହା ସହାୟକ ହୋଇଥାଏ । ତ୍ୱଚାକୁ ଗଭୀର ଭାବରେ ହାଇଡ୍ରେଟ୍ କରିବା ଏବଂ ତ୍ୱଚାର ବ୍ୟାରିୟର୍‌କୁ ସୁଦୃଢ଼ କରିବା ପାଇଁ କୌଣସି ପ୍ରକାରର ସୁଗନ୍ଧ କିମ୍ବା ଏକ୍ସଫୋଲିଏଟିଭ୍ ଏଜେଣ୍ଟ ନଥିବା ମଇଶ୍ଚରାଇଜର ବ୍ୟବହାର କରନ୍ତୁ ।

ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବଂ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ -

ଚାପ ଯୋଗୁଁ ତ୍ୱଚାରେ ହେଉଥିବା କ୍ଷତି ସହ ଲଢ଼ିବା ପାଇଁ ପନିପରିବା, ଫଳ କିମ୍ବା ଗ୍ରିନ୍‌ ଟି ଭଳି ଆଣ୍ଟିଅକ୍ସିଡାଇଜିଂ ଏଜେଣ୍ଟ ଯୁକ୍ତ ଖାଦ୍ୟ ଖାଇବା ଲାଭଦାୟକ । ପ୍ରଚୁର ପାଣି ପିଇ ଶରୀରକୁ ହାଇଡ୍ରେଟ୍ ରଖିବା ଦ୍ୱାରା ଚର୍ମର ହାଇଡ୍ରେସନ୍ ବଢ଼ିବାରେ ସାହାଯ୍ୟ ମିଳିଥାଏ ଏବଂ ଚର୍ମରୁ ଡିଟକ୍ସ ବାହାରିଥାଏ । ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ । ଏହା ଆପଣଙ୍କ ଶରୀରରେ ବିଶାକ୍ତ ହରମୋନ୍‌ ଉତ୍ପାଦନକୁ ଆପଣ ରୋକି ପାରିବେ ।

ପ୍ରଫେସ୍ନାଲ୍‌ଙ୍କ ପରାମର୍ଶ ନିଅନ୍ତୁ-

ଚାପ-ସମ୍ବନ୍ଧୀୟ ଚର୍ମ ସମସ୍ୟାର ସଠିକ୍ ଚିକିତ୍ସା ପ୍ରଦାନ କରିବାରେ ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍‌ । କିଛି ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଚାପ ପରିଚାଳନା ପାଇଁ ଚିକିତ୍ସା ମଧ୍ୟ ସହାୟକ ହୋଇପାରେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.