ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ପିଲାଙ୍କ ଖରାପ ହ୍ୟାଣ୍ଡରାଇଟିଂ ଯୋଗୁଁ ପରୀକ୍ଷାରେ ମାର୍କ୍ସ କଟି ଯାଏ , ହସ୍ତାକ୍ଷର ସୁଧାରିବାକୁ ହେଲେ ଏହି ଟିପ୍ସକୁ ପଢନ୍ତୁ

Published By : Prameya | November 4, 2024 10:25 PM

ନୂଆଦିଲ୍ଲୀ – ଅଧିକାଂଶ ପିତାମାତା ସ୍କୁଲ ଯାଉଥିବା ନିଜ ପିଲାର ଖରାପ ହ୍ୟାଣ୍ଡରାଇଟିଂକୁ ନେଇ ଚିନ୍ତିତ ଥାନ୍ତି। ପିଲାର ହସ୍ତାକ୍ଷର ଖରାପ କାରଣରୁ ଅନେକ ସମୟରେ ଶ୍ରେଣୀରେ ମଧ୍ୟ ମାର୍କ କମ୍‌ ଆସିଥାଏ। ଏହାର ସିଧା ପ୍ରଭାବ ତାର ପାଠପଢା ଉପରେ ପଡ଼ିଥାଏ ଏବଂ ତାଙ୍କୁ ସ୍କୁଲରୁ ନେଇ ଟ୍ୟୁସନ ଯାଏ , ସବୁ ସ୍ଥାନରେ ଶିକ୍ଷକଙ୍କ ତାଗିଦ୍ ଶୁଣିବାକୁ ପଡ଼ିଥାଏ। ଯଦି ଆପଣ ମଧ୍ୟ ପିଲାର ଖରାପ ହ୍ୟାଣ୍ଡରାଇଟିଂରେ ଚିନ୍ତିତ ଏବଂ ଏହାକୁ ସୁଧାରିବାକୁ ଯଥା ସମ୍ଭବ ଚେଷ୍ଟା କରି ଥକି ସାରି ଛନ୍ତି ତ ଏହି ପେରେଣ୍ଟିଂ ଟିପ୍ସ ଆପଣଙ୍କୁ ସାହାଯ୍ୟ କରିପାରେ।

ପିଲାଙ୍କ ଖରାପ ହ୍ୟାଣ୍ଡରାଇଟିଂକୁ ସୁଧାରିବାର ଟିପ୍ସ –

ଶବ୍ଦ ଉପରେ ଫୋକସ କରନ୍ତୁ – 

ଅନେକ ସମୟରେ ସଠିକ୍‌ ଉପାୟରେ ଲେଖି ନପାରିବାରୁ ଶବ୍ଦ ମଧ୍ୟ ଖରାପ ହ୍ୟାଣ୍ଡରାଇଟିଂ କାରଣ ହୋଇଯାଏ। ଏଥିରେ ପିଲାଙ୍କ ହସ୍ତାକ୍ଷର ସୁଧାରିବା ପାଇଁ ସେହି ସବୁ ଶବ୍ଦକୁ ଠିକ୍‌ ଉପାୟରେ ଲେଖିବାକୁ ଚେଷ୍ଟା କରନ୍ତୁ। ଯଦି ପିଲା ଠ ବା ମ କୁ ଠିକ୍‌ ସମୟରେ ଲେଖି ପାରୁ ନାହିଁ , ତ ଏହିସବୁ ଶବ୍ଦକୁ ଅଲଗା ଭାବେ ଅଭ୍ୟାସ କରାନ୍ତୁ। 

ସ୍ପେସ୍ ସହ ଲେଖନ୍ତୁ – 

ଅନେକ ସମୟରେ ପିଲାର ହସ୍ତାକ୍ଷର ତ ଭଲ ହୋଇଥାଏ, କିନ୍ତୁ ଦୁଇଟି ଅକ୍ଷର ମଧ୍ୟରେ ସ୍ପେସ୍‌ ନଥିବା କାରଣରୁ ତାହା ଭଲ ଭାବେ ବୁଝି ହୋଇ ନଥାଏ। ଏଥିରେ ହସ୍ତାକ୍ଷର ଭଲ କରିବା ପାଇଁ ପିଲାଙ୍କୁ ଦୁଇ ଅକ୍ଷର ମଝିରେ ସ୍ପେସ୍‌ ଦେଇ ଲେଖିବା ଶିଖାନ୍ତୁ। ପିଲାଙ୍କୁ ପ୍ରଥମେ ଖୋଲା ଓ ବଡ଼ ବଡ଼ ଅକ୍ଷର ଲେଖିବା ପାଇଁ କୁହନ୍ତୁ , ଏହାପରେ ଛୋଟ ଛୋଟ ଓ ଭଲ ଭାବେ ଲେଖିବା ସେ ନିଜେ ଶିଖି ଯିବେ। 

ଗ୍ରିପ୍‌ ଚେକ୍‌ କରନ୍ତୁ – 

ଅନେକ ସମୟରେ ଖରାପ ହସ୍ତାକ୍ଷର କାରଣରୁ ଗ୍ରିପ୍‌ ମଧ୍ୟ ହୋଇ ପାରେ। ଯଦି ପିଲା ପେନ୍ ବା ପେନସିଲ୍‌କୁ ଆଙ୍ଗୁଠି , ମଧ୍ୟମା ଆଙ୍ଗୁଠି ଓ ତର୍ଜନୀ ଆଙ୍ଗୁଠିରେ ଧରୁଛି ତ ଠିକ୍‌। କିନ୍ତୁ ଯେବେ ପିଲା ପେନକୁ ବହୁତ ଟାଇଟ୍‌ରେ ଧରି ଲେଖୁ ଥାଏ ତ , ଏଥିରେ ତାର ହାତ ଶୀଘ୍ର ଥକିବା ସହ ରାଇଟିଂ ଖରାପ ହେବାକୁ ଲାଗେ। ଏଥିରେ ଲେଖିବା ସମୟରେ ପିଲା ପେନ୍‌ ବା ପେନସିଲ୍‌ରେ କେତେ ଚାପ ପଡ଼େ, ଏହା ଦେଖିବା ଜରୁରି ହୋଇଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.