ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ବୈଜ୍ଞାନିକଙ୍କ ବଡ଼ ଗବେଷଣା, ମଣିଷ ରକ୍ତରୁ ଗ୍ରହରେ ଜୀବନ ଖୋଜା

Published By : Prameya | March 1, 2025 11:40 AM

ନୂଆଦିଲ୍ଲୀ, ୧।୩: ମଙ୍ଗଳ ଗ୍ରହରେ ଜୀବନ ରହିଛି କି ନାହିଁ, ଏହି ପ୍ରଶ୍ନ ଏବେ ମଧ୍ୟ ରହସ୍ୟ ଘେରରେ । ମଙ୍ଗଳର ଜୀବନର ସମ୍ଭାବନା ଯଦିଓ ରହିନାହିଁ, କିନ୍ତୁ ଏହାର ଭୂପୃଷ୍ଠରେ ନିଶ୍ଚିତ ଭାବେ ଜୀବନ ଥାଇପାରେ ବୋଲି ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି । ଅର୍ଥାତ୍ ଜଳ ସହ ଅଣୁଜୀବ କିମ୍ୱା ଅନ୍ୟ କୌଣସି ଜୀବ ଥାଇପାରନ୍ତି ବୋଲି ଏକ ଦୃଢ଼ ସମ୍ଭାବନା ରହିଛି । ଏହି ଦୃଢ଼ତାକୁ ନେଇ ଜର୍ମାନୀର ବର୍ଲିନ୍ ଟେକ୍ନିକାଲ ୟୁନିଭର୍ସିଟିର ବୈଜ୍ଞାନିକ ଗବେଷଣା ଆରମ୍ଭ କରିସାରିଛନ୍ତି । ମଙ୍ଗଳ ଭୂପୃଷ୍ଠରୁ ଏମାନଙ୍କୁ ବାହାରକୁ ଆକର୍ଷିତ କରିବା ଲାଗି ବୈଜ୍ଞାନିକ ମଣିଷ ରକ୍ତ ବ୍ୟବହାର କରଛନ୍ତି ।      

ବୈଜ୍ଞାନିକଙ୍କ ମତରେ ମଣିଷ ରକ୍ତରେ ମିଳୁଥିବା ଏକ ବିଶେଷ ପ୍ରକାରର ରସାୟନିକ ପଦାର୍ଥକୁ ବ୍ୟବହାର କରି ଅଣୁଜୀବଙ୍କୁ ଠାବ କରାଯାଇପାରେ । ଏଥିଲାଗି ବୈଜ୍ଞାନିକ ଏକ ବିଶେଷ ଉପକରଣ ପ୍ରସ୍ତୁତ କରୁଛନ୍ତି । ଏହି ଉପକରଣରେ ମୁଖ୍ୟ ତତ୍ତ୍ୱରେ ଆମିନୋ ଏସିଡ୍ ବ୍ୟବହାର କରାଯାଇଛି, ଯାହା ମଣିଷ ରକ୍ତରେ ଅଧିକ ମିଳିଥାଏ । ଆମିନୋ ଏସିଡ୍‌ରେ ଥିବା ଏଲ ସେରାଇନ୍ ନାମକ ଏକ ତତ୍ତ୍ୱ ଦ୍ୱାରା ଅଣୁଜୀବ ଆକର୍ଷିତ ହୋଇଥାନ୍ତି । ଏପରିକି ପୃଥିବୀର ସବୁଠାରୁ କଠୋର ପରିସ୍ଥିତିରେ ବଞ୍ଚି ରହିଥିବା ଅଣୁଜୀବ ମଧ୍ୟ ଏହି ତତ୍ତ୍ୱ ଦ୍ୱାରା ଆକର୍ଷିତ ହୋଇଥାନ୍ତି । ଏହି ତତ୍ତ୍ୱକୁ ଏସିଡ୍‌ରୁ ପୃଥକ୍ କରିବା ଲାଗି ଏକ ମେସିନ ଡିଜାଇନ୍ କରାଯାଇଛି । 

ବର୍ଲିନ୍ ଟେକ୍ନିକାଲ ୟୁନିଭର୍ସିଟିରେ ବାୟୋସିଗ୍ନେଚର ପ୍ରୋଜେକ୍ଟ ଉପରେ ଗବେଷଣା କରିଥିବା ପୂର୍ବତନ ଏରୋସ୍ପେସ୍ ଇଞ୍ଜିନିୟର ମ୍ୟାକ୍ସ ରିକେଲ୍ସଙ୍କ ଦ୍ୱାରା ସେହି ମେସିନଟି ନିର୍ମିତ ହୋଇଛି । କେମୋଟକ୍ସିକ୍ ନାମକ ଏକ ପ୍ରକ୍ରିୟା ଉପରେ ଏ ସମସ୍ତ ପ୍ରଣାଳୀ ନିର୍ଭର କରେ । ଅର୍ଥାତ୍, ଆମିନୋ ଏସିଡ୍‌ରୁ ଏଲ-ସେରାଇନ୍ ବିଭକ୍ତ ହେବା ଓ ଅଣୁଜୀବଙ୍କୁ ଆକର୍ଷିତ କରିବାର ସମସ୍ତ ପ୍ରଣାଳୀ ଏହା ଉପରେ ନିର୍ଭର କରେ । ଫ୍ରଣ୍ଟିୟର୍ସ ଅନ ଆଷ୍ଟ୍ରୋନୋମି ଆଣ୍ଟ ସ୍ପେସ୍ ସାଇନ୍ସ ଇଣ୍ଟରନ୍ୟାସନାଲ ମାଗାଜିନରେ ଏହି ତଥ୍ୟ ପ୍ରକାଶ ପାଇଛି । ଏଥିସହ ପୃଥିବୀରେ ଏହି ପ୍ରକ୍ରିୟା ସଫଳ ହୋଇଥିବା କଥା ମଧ୍ୟ ମାଗାଜିନରେ ପ୍ରକାଶ ପାଇଛି । ଏଥିଲାଗି ବୈଜ୍ଞାନିକମାନେ ଆଣ୍ଟାର୍କଟିକା ସମୁଦ୍ରରେ ଥିବା ଅଣୁଜୀବକୁ ନେଇ ପରୀକ୍ଷା କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.