ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

IMFର ଅନୁମାନ: ଟାରିଫ୍‌ ଯୁଦ୍ଧ ପ୍ରଭାବ ସତ୍ତ୍ୱେ, ଆର୍ଥିକ ମାନ୍ଦାବସ୍ଥା ସମ୍ଭାବନା ନାହିଁ

Published By : Prameya | April 19, 2025 8:21 AM

ନୂଆଦିଲ୍ଲୀ,୧୯/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ  ଟାରିଫ୍‌ ଯୁଦ୍ଧ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ  ବଡ଼ ଧରଣର ବାଧା ସୃଷ୍ଟି କରିଛି ।  ଏହାସତ୍ତ୍ୱେ ବିଶ୍ୱ ଅର୍ଥବ୍ୟବସ୍ଥାରେ  ମାନ୍ଦାବସ୍ଥା ସମ୍ଭାବନା ନାହିଁ । ଅନ୍ତର୍ଜାତୀୟ  ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ଏହା ପ୍ରକାଶ  କରିଛନ୍ତି । 

ଜର୍ଜିଭା ଆହୁରି କହିଛନ୍ତି ଯେ, ସମ୍ପ୍ରତି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବାଧାଗୁଡ଼ିକ ଅର୍ଥବ୍ୟବସ୍ଥାକୁ ମହଙ୍ଗା ପଡ଼ିବ । ଆସନ୍ତା ସପ୍ତାହରେ  ଆଇଏମ୍‌ଏଫ୍‌ ଏବଂ ବିଶ୍ୱ ବ୍ୟାଙ୍କ୍‌ର ସ୍ପ୍ରିଙ୍ଗ୍‌  ମିଟିଂ ଥିବାବେଳେ ସାମ୍ବାଦିକମାନଙ୍କୁ  ଉଦ୍‌ବୋଧନ ଦେଇ ଆଇଏମ୍‌ଏଫ୍‌  ମୁଖ୍ୟ କହିଛନ୍ତି ଯେ, ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିରେ ହ୍ରାସ ଦେଖାଦେବ କିନ୍ତୁ ଏହା  ସେତେମାତ୍ରାରେ ଖସିବ ନାହିଁ ।  

ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁ ସମଗ୍ର ବିଶ୍ୱ ବଜାରରେ ଦେଖାଦେଇଥିବା ଅସ୍ଥିରତାକୁ  ନେଇ ଜର୍ଜିଭା କହିଛନ୍ତି ଯେ, ବାଣିଜ୍ୟିକ  ବାଧକଗୁଡ଼ିକ ସର୍ବଦା ଅର୍ଥବ୍ୟବସ୍ଥାଗୁଡ଼ିକ  ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥାଏ । ଆମେ ଏଭଳି ଏକ ବିଶ୍ୱରେ ରହିଛୁ, ଯେଉଁଠି  ଅର୍ଥନୈତିକ ଝଟ୍‌କା ଏବଂ ପରିବର୍ତ୍ତନ  ନିୟମିତ ଧାରା । ଏସବୁ ଝଟ୍‌କା ଏବଂ  ପରିବର୍ତ୍ତନକୁ ଗ୍ରହଣ କରିବା ଲାଗି ଆମକୁ  ପ୍ରସ୍ତୁତ ରହିବାକୁ ପଡ଼ିବ ଏବଂ ଭାବିଚିନ୍ତି ଉଚିତ ପଦକ୍ଷେପ ନେବାକୁ ହେବ ।  ଆଗାମୀ ମଙ୍ଗଳବାର ନିଜର  ୱାର୍ଲଡ ଇକୋନୋମିକ୍‌ ଆଉଟ୍‌ଲୁକ୍‌ରେ  ଆଇଏମ୍‌ଏଫ୍‌ ୨୦୨୫ ଏବଂ ୨୦୨୬ ପାଇଁ  ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଆକଳନକୁ  ସଂଶୋଧିତ କରିପାରେ ବୋଲି ଜର୍ଜିଭାଙ୍କ  ବୟାନରୁ ଅନୁମାନ କରାଯାଇଛି ।  

ଜର୍ଜିଭା କହିଲେ ଯେ, ଅସ୍ଥିରତା  ସର୍ବଦା ବ୍ୟୟବହୁଳ । ବାଣିଜ୍ୟିକ ଅସ୍ଥିରତା  ଯୋଗୁ କ୍ଷୁଦ୍ର ବିକଶିତ ଅର୍ଥନୀତି ଏବଂ  ବିକାଶମୁଖୀ ବଜାରଗୁଡ଼ିକ ପାଇଁ ବିପଦ  ରହିଛି । କାରଣ ଏହି ରାଷ୍ଟ୍ରଗୁଡ଼ିକ ବିଶ୍ୱ  ବାଣିଜ୍ୟ ଉପରେ ବଡ଼ ଆକାରରେ ନିର୍ଭର  କରିଥାନ୍ତି ।  

ଆଇଏମ୍‌ଏଫ୍‌ ମୁଖ୍ୟ କହିଛନ୍ତି ଯେ, ବ୍ୟବସାୟଗୁଡ଼ିକ ପାଇଁ ଅସ୍ଥିରତା ଏବଂ  ଅନିଶ୍ଚିତତା ହେଉଛି ବଡ଼ ଆହ୍ୱାନ । କାରଣ ଭବିଷ୍ୟତକୁ ନେଇ ସେମାନେ  ନିଶ୍ଚିତ ନ ଥାନ୍ତି । ଏହା ସେମାନଙ୍କ  ବ୍ୟବସାୟିକ ଯୋଜନାଗୁଡ଼ିକ ଉପରେ ପ୍ରଭାବ ପକାଇଥାଏ ।  ବାଣିଜ୍ୟିକ ସମସ୍ୟାଗୁଡ଼ିକ ଦ୍ୱାରା  କାରବାର କମିଥାଏ । ରପ୍ତାନି ହ୍ରାସ ପାଏ ।  ପରିଶେଷରେ ଅର୍ଥବ୍ୟବସ୍ଥାଗୁଡ଼ିକର  ଅଭିବୃଦ୍ଧି ଖସେ ବୋଲି ଜର୍ଜିଭା କହିଛନ୍ତି । 

ଆମେରିକାର ଶୁଳ୍କନୀତି ଉପରେ  ଆଇଏମ୍‌ଏଫ୍‌ ମୁଖ୍ୟ କହିଛନ୍ତି ଯେ,  ସୁରକ୍ଷାବାଦୀ ନୀତି ଦୀର୍ଘକାଳୀନ  ଭାବେ ଉତ୍ପାଦକତାକୁ ହ୍ରାସ କରିଥାଏ ।  ଏହାଦ୍ୱାରା ବିଶେଷକରି ଛୋଟ  ଛୋଟ ଅର୍ଥବ୍ୟବସ୍ଥାଗୁଡ଼ିକ ପ୍ରଭାବିତ  ହୋଇଥାନ୍ତି । ରାଷ୍ଟ୍ରଗୁଡ଼ିକ ନିଜର ନିଜର  ବିତ୍ତୀୟ ନୀତିରେ ସଂଶୋଧନ କରି ନିଜ  ନିଜର ଋଣ ସ୍ତର ଖସାଇବା ଦରକାର ।  ଏହାସହିତ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର  ସ୍ୱାଧୀନତାକୁ ସୁନିଶ୍ଚିତ କରିବାକୁ ପଡ଼ିବ ।  

ରାଷ୍ଟ୍ରଗୁଡ଼ିକ ପାଇଁ ଜର୍ଜିଭା କହିଛନ୍ତି  ଯେ, ଚୀନ୍‌କୁ ଘରୋଇ ଚାହିଦା ବଢ଼ାଇବାକୁ  ହେବ । ଆମେରିକାକୁ ସାର୍ବଜନୀନ ଋଣ  ସ୍ତର ଖସାଇବାକୁ ପରାମର୍ଶ ଦେଇଛନ୍ତି  ଆଇଏମ୍‌ଏଫ୍‌ ମୁଖ୍ୟ । ଉଲ୍ଲେଖଯୋଗ୍ୟ  ବାଣିଜ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ୱ ବଜାର  ମାନ୍ଦାବସ୍ଥା ଆଡ଼କୁ ମୁହାଁଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.