ପ୍ରମୁଖ ଖବର
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ତୀରନ୍ଦାଜି ବିଶ୍ବକପ୍‌: ସଂଘାଇରେ ଭାରତୀୟ ଟିମ୍‌ ଜିଣିଲେ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ ପଦକ

ସଂଘାଇଭାରତ ଅଣ ଅଲିମ୍ପିକ କମ୍ପାଉଣ୍ଡ ତୀରନ୍ଦାଜିରେ ଦବଦବା ଜାହିର କରିଛି । ସଂଘାଇରେ ଆୟୋଜିତ ବିଶ୍ବକପ୍‌ର ପ୍ରଥମ ଚରଣରେ ଭାରତୀୟ ଟିମ୍‌ କ୍ଲିନ୍‌ ସ୍ବିପ୍‌ କରିବା ସହ ଗୋଲ୍ଡ ମେଡାଲ୍‌ର ହ୍ୟାଟ୍ରିକ୍‌ ଲଗାଇଛନ୍ତି । ଚଳିତବର୍ଷର ପ୍ରଥମ ବିଶ୍ବକପ୍‌ରେ ଭାରତ ମହିଳା କମ୍ପାଉଣ୍ଡ ଟିମ୍‌ ଇଟାଲୀକୁ ୨୩୬-୨୨୫ରେ ପରାସ୍ତ କରିଛି । ଜ୍ୟୋତି ସୁରେଖା ବେନ୍ନମ, ଆଦିତି ସ୍ବାମୀ ଏବଂ ପରନୀତ କୌରଙ୍କ ଭାରତୀୟ ଟିମ୍‌ ୨୪ ତୀରରେ କେବଳ ୪ ଅଙ୍କ ହରାଇ ଇଟାଲୀକୁ ବଡ଼ ଅନ୍ତରରେ ମାତ ଦେଇ ସ୍ବର୍ଣ୍ଣ ପଦକ ହାସଲ କରିଛି  ।

 ସେହିଭଳି ପୁରୁଷ ଟିମ୍‌ରେ ଅଭିଷେକ ବର୍ମା, ପ୍ରିୟାଂଶ ଏବଂ ପ୍ରଥମେଶ ଏଫ୍‌ ନେଦରଲ୍ୟାଣ୍ଡସକୁ ୨୩୮-୨୩୧ରେ ପରାସ୍ତ କରିଛି । ଏହା ପରେ ମିକ୍ସଡ୍‌ (ମିଳିତ) ଟିମ୍ କମ୍ପାଉଣ୍ଡ ବର୍ଗରେ ତୃତୀୟ ସ୍ବର୍ଣ୍ଣ ପଦକ ଜିତି କ୍ଲିନ୍‌ ସ୍ବିପ କରିଛନ୍ତି ।

ଏସୀୟ କ୍ରୀଡାର ଚାମ୍ପିୟନ୍‌ ଜ୍ୟୋତିଙ୍କ ଲାଗି ଏହା ଦ୍ବିତୀୟ ଗୋଲ୍ଡ ମେଡାଲ୍‌ ।   ସେ ବ୍ୟକ୍ତିଗତ ଭାବେ ଗୋଲ୍ଡ ମେଡାଲ ଦୌଡ଼ରେ ଥିବା ବେଳେ ଆଜି ସେ ସେମିଫାଇନାଲ୍‌ ଖେଳିବେ ।ପ୍ରିୟାଂଶ ମଧ୍ୟ ବ୍ୟକ୍ତିଗତ ବର୍ଗରେ ମେଡାଲ୍‌ ଦୌଡ଼ରେ ଅଛନ୍ତି ।  ପଦକ ରାଉଣ୍ଡ ରବିବାର ହେବାକୁ ଥିବା ଭାରତର ନଜର ଅଲିମ୍ପିକ ବର୍ଗର ଦୁଇଟି ଗୋଲ୍ଡ ମେଡାଲ୍‌ ଉପରେ ରହିଛି । ଭାରତୀୟ ପୁରୁଷ ଟିମ୍‌ ସ୍ବର୍ଣ୍ଣ ପଦକ ମୁକାବିଲାରେ ଅଲିମ୍ପିକ୍‌ ଚାମ୍ପିୟନ ଦକ୍ଷିଣ କୋରିଆ ସହ ସାମ୍ନାସାମ୍ନି ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.