ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

IPL ୨୦୨୪: ଆଜି ସନରାଇଜର୍ସ ହାଇଦ୍ରାବାଦ-ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମଧ୍ୟରେ ମୁକାବିଲା

ହାଇଦ୍ରାବାଦ, ୮।୫: ଚଳିତ ଆଇପିଏଲର ୫୭ତମ ଲିଗ୍‌ ମୁକାବିଲାରେ ଆସନ୍ତା କାଲି ଘରୋଇ ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ ଜରିଆରେ ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହେବା ପାଇଁ ଉଭୟ ଦଳ ନିକଟରେ ସୁଯୋଗ ରହିଛି । ଫଳରେ ବୁଧବାର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ପଏଣ୍ଟ ତାଲିକାରେ ସନରାଇଜର୍ସ ଚତୁର୍ଥ ଓ ସୁପରଜାଏଣ୍ଟ୍‌ସ ଷଷ୍ଠ ସ୍ଥାନରେ ରହିଛନ୍ତି । ଉଭୟ ଦଳ ୧୧ଟି ଲେଖାଏଁ ମ୍ୟାଚ୍‌ ଖେଳି ୧୨ ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି । କେବଳ ରନ୍‌ ରେଟ୍‌ରେ ସନରାଇଜର୍ସ ଆଗୁଆ ରହିଛି । ଚଳିତ ସିଜନରେ ଉଭୟ ଦଳ ପ୍ରଥମ କରି ପରସ୍ପରକୁ ଭେଟିବେ । ଗତ ୨ ବର୍ଷ ମଧ୍ୟରେ ଉଭୟ ଦଳ ମଧ୍ୟରେ ୩ଟି ମ୍ୟାଚ୍‌ ଖେଳାଯାଇଛି । ସନରାଇଜର୍ସ ସମସ୍ତ ମ୍ୟାଚ୍‌ ପରାଜିତ ହୋଇଛି । ମାତ୍ର ଗତ ଦୁଇ ସିଜନ ତୁଳନାରେ ଏଥର ଦଳ ବେଶ ସନ୍ତୁଳିତ ଓ ଶକ୍ତିଶାଳୀ । ଦଳର ଅଧିକାଂଶ ଖେଳାଳି ଫର୍ମରେ ରହିଛନ୍ତି । 

ମାତ୍ର ରଣନୀତିରେ ଛୋଟ ମୋଟ ତ୍ରୁଟି ଯୋଗୁଁ ଦଳ ଗତ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜିତ ହୋଇଥିଲା । ସୁପରଜାଏଣ୍ଟ୍‌ସ ମଧ୍ୟ ଶେଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସଠୁ ହାରିଥିଲା । ଉଭୟ ଦଳ ବର୍ତ୍ତମାନ ବିଜୟଧାରାକୁ ଫେରିବା ପାଇଁ ବ୍ୟାକୁଳ । ସନରାଇଜର୍ସ ସିଜନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛି । ଇତି ମଧ୍ୟରେ ଦଳ ୯୨ଟି ଛକା ମାରି ସାରିଛି ଓ ୫ଟି ମ୍ୟାଚ୍‌ରେ ୨୦୦ରୁ ଊଦ୍ଧ୍ୱର୍ ସ୍କୋର ସଂଗ୍ରହ କରିଛି । ସେହିପରି ସୁପରଜାଏଣ୍ଟସ୍ ଚତୁର ରଣନୀତି ଓ ଶୃଙ୍ଖଳିତ ବୋଲିଂ ବଳରେ ସଫଳତା ପାଇଛି । ଡିପେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସକୁ ୨ଥର ହରାଇବା ସୁପରଜାଏଣ୍ଟ୍‌ସର ସବୁଠୁ ବଡ଼ ସଫଳତା । ଆସନ୍ତା କାଲି ଉଭୟ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ସନରାଇଜର୍ସ କେବଳ ଇମ୍ପାକ୍ଟ ପ୍ଲେୟାର ଭାବେ ଉମ୍ରାନ ମଲ୍ଲିକଙ୍କୁ ଖେଳାଇପାରେ । ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସେ ବୋଲିଂ ଅଭ୍ୟାସ କରୁଥିଲେ । ମାତ୍ର ସନରାଇଜର୍ସ ବ୍ୟାଟି ବିପର୍ଯ୍ୟୟ ଘଟିବାରୁ ଇମ୍ପାକ୍ଟ ପ୍ଲେୟାର ଭାବେ ସାନବୀର ସିଂହଙ୍କୁ ଖେଳାଯାଇଥିଲା । ସୁପରଜାଏଣ୍ଟସ୍ ଏକାଦଶକୁ କ୍ୱିଣ୍ଟନ ଡି କକ୍‌ ଫେରିବା ସମ୍ଭାବନା ନାହିଁ । ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନାହାନ୍ତି । 

ଫଳରେ ଆର୍ସିନ କୂଲକର୍ଣ୍ଣୀ ଆସନ୍ତା କାଲି ଖେଳିବା ଏକ ପ୍ରକାର ନିଶ୍ଚିତ । ପେସ ବୋଲର ମହସିନ ଖାନ ମଧ୍ୟ ଗତ ମ୍ୟାଚ୍‌ରେ ଆହତ ହୋଇଥିଲେ । ମାତ୍ର ସେ ଦଳ ସହ ଆସି ହାଇଦ୍ରାବାଦରେ ପହଞ୍ଚିଛନ୍ତି । ମଙ୍ଗଳବାର ହାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁଁ କୌଣସି ଦଳ ଅଭ୍ୟାସ କରିନାହାନ୍ତି । ଉପଲ ଗ୍ରାଉଣ୍ଡ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିଥିବାରୁ ବୁଧବାର ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ । ରାତ୍ରିରେ କାକର ଯୋଗୁଁ ବ୍ୟାଟିଂ ସହଜ ହେବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡି ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.