ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋସିଆଲ ମିଡ଼ିଆ ପୋଷ୍ଟ ଦେଖି ପଡ଼ୋଶୀଙ୍କ ଅଭିଯୋଗର ସମାଧାନ କଲେ ମାଷ୍ଟରବ୍ଲାଷ୍ଟର

ନୂଆଦିଲ୍ଲୀ, ୭/୫ : ସଚିନ ତେନ୍ଦୁଲକର ଏହି ନାଁ ହିଁ ଯଥେଷ୍ଟ । କ୍ରିକେଟର ଭଗବାନଙ୍କ ନାମରେ ପରିଚିତ । କିନ୍ତୁ କେବଳ ମୈଦାନରେ ସଚିନଙ୍କ ବ୍ୟବହାର ଚର୍ଚ୍ଚା ହୋଇନଥାଏ ବରଂ ମୈଦାନ ବାହାରେ ବି ସଚିନ ନିଜ ଭଲ ବ୍ୟବହାର ପାଇଁ ଜଣାଶୁଣା । ଏହାର ଅନ୍ୟ ଏକ ଉଦାହରଣ ଦେଖିବାକୁ ମିଳିଛି ଯେତେବେଳେ ସଚିନ ତେନ୍ଦୁଲକର ରାଗିଥିବା ପଡ଼ୋଶୀଙ୍କୁ ଖୁସି କରିଦେଲେ । ମାଷ୍ଟର ବ୍ଲାଷ୍ଟରଙ୍କ ଜଣେ ପଡ଼ୋଶୀ ତାଙ୍କ ଘରେ ଚାଲୁଥିବା କାମରେ ଶଦ୍ଦ ହେଉଥିବା ଯୋଗୁଁ ଏହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ସଚିନ ଏହାକୁ ନଜର ଅନ୍ଦାଜ କରିନଥିଲେ ବରଂ ନିଜ କର୍ମଚାରୀଙ୍କ ଦ୍ବାରା ତାଙ୍କ ସହ ଯୋଗାଯୋଗ କରି ସାନ୍ତ୍ବନା ଦେଲେ । 

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ଦିଲୀପ ଡିସୁଜା ନାମ କ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଥିଲା । ଏହି ପୋଷ୍ଟରେ ଲେଖାଯାଇଥିଲା କି , ପ୍ରିୟ ସଚିନ ତେନ୍ଦୁଲକର, ରାତି ପ୍ରାୟ ୯ଟା ବାଜିଲାଣି ଏବଂ ଆପଣଙ୍କ ବାନ୍ଦ୍ରା ସ୍ଥିତ ଘର ବାହାରେ ଯେଉଁ ସିମେଣ୍ଟ ମିକ୍ସର ପୂରା ଦିନ ବହୁ ଶଦ୍ଦ କରୁଛି । ତାହା ଏବେ ବି ଶଦ୍ଦ କରୁଛି । ଦୟା କରି କ’ଣ ଆପଣ ନିଜ ଘରେ କାମ କରୁଥିବା ଲୋକଙ୍କୁ ସଠିକ୍ ସମୟର ପାଳନ କରିବା ଲାଗି କହିପାରିବେ ? ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ’

ସଚିନ ଏହି ଟ୍ବିଟକୁ ନଜର ଅନ୍ଦାଜ କରିନଥିଲେ ଏବଂ ସେ ଯୋଗାଯୋଗ କରିଥିଲେ । ଏହି କଥାର ସୂଚନା ନିଜେ ଦିଲୀପ ଡିସୁଜା କରିଛନ୍ତି । ସେ ଦ୍ବିତୀୟ ପୋଷ୍ଟରେ କହିଛନ୍ତି କି ତାଙ୍କୁ ଅପରାହ୍ନରେ ସଚିନଙ୍କ ଅଫିସରୁ ଏକ କଲ୍ ଆସିଥିଲା । ସେ ନିଜ କାମର ସମ୍ପୂର୍ଣ୍ଣ ବିବରଣୀ ବିଷୟରେ ବୁଝାଇଥିଲେ ଏବଂ କମରୁ କମ୍ ଶଦ୍ଦ ହେବାର ଶାନ୍ତ୍ବନା ଦେଇଥିଲେ । ସଚିନଙ୍କ ପଡ଼ୋଶୀ ଏବେ ଏହି ପୋଷ୍ଟ ପରେ ଚର୍ଚ୍ଚାରେ ଆସିଯାଇଛନ୍ତି । ଏହି ପୋଷ୍ଟରେ ଫ୍ୟାନ୍ସ ଭିନ୍ନ ଭିନ୍ନ ରିଆକ୍ସନ ଦେଉଥିବା ନଜର ଆସୁଛି । କେହି ତାଙ୍କ ବିରୋଧରେ କହୁଛନ୍ତି ତ କେହି ଆଇନର ଦ୍ବାରସ୍ଥ ହେବାକୁ କହୁଛନ୍ତି ।

ସଚିନ ତେନ୍ଦୁଲକର ସେହି ଖେଳାଳୀଙ୍କ ମଧ୍ୟରୁ ଜଣେ ଯିଏ ସୋସିଆଲ ମିଡ଼ିଆରେ ବହୁ ଆକ୍ଟିଭ ରହିଥାନ୍ତି । ସଚିନ ଏଭଳି କେତେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି ଯେଉଁଥିରେ କେବେ ଫ୍ୟାନ୍ସଙ୍କ ସହ ସମୟ ବିତାଉଥିବା ନଜର ଆସିଥାନ୍ତି । ନିକଟରେ ସଚିନଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଲା ଯେତେବେଳେ ସେ ପାହାଡ଼ ମଧ୍ୟରେ ଫ୍ୟାନ୍ସଙ୍କ ସହ କ୍ରିକେଟ ଖେଳୁଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.