ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭାରତରେ ଫ୍ରିରେ ଦେଖିପାରିବେ ଟି-୨୦ ବିଶ୍ବକପ୍ ! ଜାଣନ୍ତୁ କେମିତି ...

ନୂଆଦିଲ୍ଲୀ, ୮/୫ : ଟି-୨୦ ବିଶ୍ବକପ ୨୦୨୪ର ଆରମ୍ଭ ୨ଜୁନରୁ ହେବାକୁ ଯାଉଛି । ଓ୍ବେଷ୍ଟଇଣ୍ଡିଜ ବ୍ୟତୀତ ଆମେରିକା ଟି-୨୦ ବିଶ୍ବକପର ଆୟୋଜନ କରିବ । ସେହିପରି ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଟିମ୍ ଇଣ୍ଡିଆ ନିଜ ବିଶ୍ବକପ ଅଭିଯାନର ଆରମ୍ଭ ଆୟରଲ୍ୟାଣ୍ଡ ବିପକ୍ଷରେ କରିବ । ଭାରତ ଏବଂ ଆୟରଲ୍ୟାଣ୍ଡର ଟିମ୍ ୫ଜୁନରେ ସାମ୍ନାସାମ୍ନି ହେବେ । ଏହାପରେ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ନିଜ ଦ୍ବୀତୟ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିବ । ଭାରତ ଏବଂ ପାକିସ୍ତାନର ଟିମ୍ ୯ଜୁନରେ ସାମ୍ନାସାମ୍ନି ହେବେ। ଦୁଇ ଟିମ୍ ମଧ୍ୟରେ ମୁକାବିଲା ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ଖେଳାଯିବ । 

ସେହିଭଳି ଟି-୨୦ ବିଶ୍ବକପ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଫ୍ୟାନ୍ସଙ୍କ ଲାଗି ଏକ ଭଲ ଖବର ସାମ୍ନାକୁ ଆସିଛି । ପ୍ରକାଶ ଯେ, ଭାରତୀୟ ଫ୍ୟାନ୍ସ ଟି-୨୦ବିଶ୍ବକପର ମୁକାବିଲା ଡିଜ୍ନି ପ୍ଲସ ହଟଷ୍ଟାରରେ ଫ୍ରିରେ ଦେଖିପାରିବେ । ଏଥିଲାଗି ସବ୍ସକ୍ରିପ୍ଶନ ନେବା ଜରୁରୀ ପଡ଼ିବ ନାହିଁ । ଯାହାକି ଷ୍ଟାର ସ୍ପୋର୍ଟ୍ସ ନେଟଓ୍ବାର୍କରେ ଲାଇଭ ବ୍ରଡକାଷ୍ଟିଂ ଦେଖିପାରିବେ । ଜଣାପଡ଼ିଛି କି ଷ୍ଟାର ସ୍ପୋର୍ଟ୍ସ ନେଟଓ୍ବାର୍କ ଟି-୨୦ ବିଶ୍ବକପ ୨୦୨୪ର ଅଫିଶିଆଲ ବ୍ରଡକାଷ୍ଟର ଅଟେ । ଏହା ବ୍ୟତୀତ ଏହି ଟୁର୍ଣ୍ଣାମେଣ୍ଟ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଡିଜ୍ନି ପ୍ଲସ ହଟଷ୍ଟାରରେ ଫ୍ରିରେ ଦେଖି ପାରିବେ । 

ଗତ ଦିନରେ ଅଜିତ ଅଗରକରଙ୍କ ନେତୃତ୍ବାଧିନ ବିସିସିଆଇ ସିଲେକ୍ଶନ କମିଟି ଟି-୨୦ ବିଶ୍ବକପ ଲାଗି ଟିମ୍ ଇଣ୍ଡିଆର ଘୋଷଣା କରିଥିଲା । ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା ଉପ-ଅଧିନାୟକର ଭୂମିକାରେ ରହିବେ । ସେହିଭଳି ଏହା କୁହାଯାଉଛି କି ଭାରତୀୟ ଖେଳାଳୀ ଆଇପିଏଲ ପ୍ଲେଅଫ ପରେ ଟି-୨୦ ବିଶ୍ବକପ ଲାଗି ଯିବେ । ଏହାସହ ଟି -୨୦ ବିଶ୍ବକପ ଲାଗି ଚୟନ ହୋଇଥିବା ଖେଳାଳୀଙ୍କ ଆଇପିଏଲ୍ ଟିମ୍ ଯଦି ପ୍ଲେ ଅଫ ପର୍ଯ୍ୟନ୍ତ ପହଞ୍ଚି ନ ଥିବେ ସେହି ଖେଳାଳୀ ପ୍ରଥମେ ଯିବେ । 

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.