ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜସ୍ଥାନ ରୟାଲ୍ସକୁ ୨୨୨ ରନ୍‌ର ଟାର୍ଗେଟ ଦେଲା ଦିଲ୍ଲୀ

Image Courtesy: espncricinfo

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀରେ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ କରିଛି । ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ଦିଲ୍ଲୀ ୨୨୧ ରନ୍‌ କରିଛି । ଆଜିର ମ୍ୟାଚର ଦୁଇ ଓପନର ଜେକ ଫ୍ରେଜର ମ୍ୟାକଗର୍କ  ଏବଂ ଅଭିଷେକ ପୋରେଲ୍‌ ଦମଦାର ଅର୍ଦ୍ଧଶତକ କରିଛନ୍ତି । ମ୍ୟାକଗର୍କଙ୍କ ୫୦ ରନ୍‌ ଏବଂ  ଅଭିଷେକ ପୋରେଲ୍‌ଙ୍କ ୬୫ ରନ୍‌ ବଳରେ ଦଳ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ୨୨୨ ରନ୍ ଟାର୍ଗେଟ ଦେଇଛି ।

 ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ର ୫୬ ତମ ମ୍ୟାଚ୍‌ରେ  ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଜ୍ୟାକ ଫ୍ରେଜର ମ୍ୟାକଗର୍କ (୫୦), ଅଭିଷେକ ପୋରେଲ (୬୫), ଶାଇ ହୋପ (୧), ଅକ୍ଷର ପଟେଲ (୧୫), ରିଷଭ ପନ୍ତ (୧୫), ତ୍ରିଷ୍ଟାନ ଷ୍ଟବ୍ସ (୪୧), ଗୁଲବାଦିନ ନାଇବ (୧୯), ରାଶିଖ ଦାର ସାଲାମ (୯) ଏବଂ କୁଲଦୀପ ଯାଦବଙ୍କ ଅପରାଜିତ ୫ ରନ୍‌ କରିଛନ୍ତି । ସେପଟେ ରାଜସ୍ଥାନ ରୟାଲ୍ସର ରବିଚନ୍ଦ୍ରନ ଅଶ୍ବିନ ୨୪ ରନ୍‌ ଦେଇ ସର୍ବାଧିକ ୩ ଓ୍ବିକେଟ ନେଇଛନ୍ତି । ଟ୍ରେଣ୍ଟ ବୋଲ୍ଟ , ସନ୍ଦୀପ ଶର୍ମା ଏବଂ ଯୁଜବେନ୍ଦ୍ର ଚହଲ ଗୋଟିଏ ଓ୍ବିକେଟ ନେଇଛନ୍ତି । 

 ସେପଟେ ପଏଣ୍ଟ ଟେବୁଲ କଥା ଦେଖିଲେ, ରାଜସ୍ଥାନ ରୟାଲ୍ସ ୧୦ରୁ ୮ଟି ମ୍ୟାଚ୍‌ରେ ବିଜୟୀ ଦ୍ବିତୀୟ ସ୍ଥାନରେ ରହିଛି । ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ୫ଟିରେ ବିଜୟ ହାସଲ କରିଛି । ଏହା ସହ ପଏଣ୍ଟ ଟେବୁଲ୍‌ର ୬ ନମ୍ବର ସ୍ଥାନରେ ରହିଛି ଦିଲ୍ଲୀ । 

 

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.