ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ସ୍କଟ୍‌ଲାଣ୍ଡ, ୟୁଗାଣ୍ଡା ଦଳ ଘୋଷିତ, ଜୋସ ଡାଭି ସ୍କଟଲାଣ୍ଡ ଦଳରୁ ବାଦ୍‌

ଦୁବାଇ,୦୭/୦୫: ଆଗାମୀ  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ  ସ୍କଟ୍‌ଲାଣ୍ଡ  ଓ ୟୁଗାଣ୍ଡା ଦଳ ଘୋଷଣା ହୋଇଛି ।  ଅଭିଜ୍ଞ ପେସ୍‌ ବୋଲର ଜୋସ ଡାଭି ସ୍କଟଲାଣ୍ଡ ଦଳରୁ ବାଦ୍‌ ପଡ଼ିଛନ୍ତି ।  ଅନ୍ୟ ପଟରେ ମାଇକେଲ ଜୋନ୍ସ ଓ ବ୍ରାଡ୍‌ ହ୍ୱିଲ୍‌ ଦଳକୁ  ପ୍ରତ୍ୟାବର୍ତ୍ତନ କରିଛନ୍ତି । ରିଚି ବେରିଙ୍ଗ୍‌ଟନଙ୍କୁ ନେତୃତ୍ୱ ଦାୟିତ୍ୱ  ମିଳିଛି । ସ୍କଟଲାଣ୍ଡ ଦଳ ଗ୍ରୁପ୍‌-ବି’ରେ ସାମିଲ୍‌ ରହିଛି । 

ୟୁଗାଣ୍ଡା କ୍ରିକେଟ୍‌ ବୋର୍ଡ଼ ପକ୍ଷରୁ ୧୫ଜଣିଆ ଦଳ ଘୋଷଣା ହୋଇଛି । ବ୍ରାଏନ୍‌ ମସବାଙ୍କୁ ଅଧିନାୟକ ନିଯୁକ୍ତ  କରାଯାଇଛି । ଦଳରେ ଫ୍ରାଙ୍କ୍‌ ଏନ୍‌ସୁବୁଗା ଟୁର୍ଣ୍ଣାମେଣ୍ଟରେ ସବୁଠୁ  ବୟୋଜ୍ୟେଷ୍ଠ ଖେଳାଳି ଭାବେ ଭାଗ ନେବାକୁ ଯାଉଛନ୍ତି । ତାଙ୍କୁ  ଏବେ ୪୩ବର୍ଷ ବୟସ । ୟୁଗାଣ୍ଡା ଗ୍ରୁପ୍‌-ସି’ରେ ସ୍ଥାନ ପାଇଛି । 

ସ୍କଟଲାଣ୍ଡ୍‌ ଦଳ: ରିଚି ବେରିଙ୍ଗ୍‌ଟନ୍‌ (ଅଧିନାୟକ),  ମାଥ୍ୟୁ କ୍ରସ୍‌, ବ୍ରାଡ୍‌ କରି, କ୍ରିସ୍‌ ଗ୍ରେଭ୍‌ସ, ଓଲି ହେୟର୍ସ,  ଜାକ ଜାର୍ଭିସ, ମାଇକେଲ ଜୋନ୍ସ, ମାଇକେଲ ଲିସ୍କ,  ବ୍ରାଣ୍ଡନ ମ୍ୟାକ୍‌ମୁଲେନ, ଜର୍ଜ ମୁନ୍‌ସୀ, ସଫିୟାନ ସରିଫ୍‌,  କ୍ରିସ୍‌ ସୋଲ, ଚାର୍ଲି ଟିୟର, ମାର୍କ ୱାଟ୍‌, ବ୍ରାଡ୍‌ ହ୍ୱିଲ । 

ୟୁଗାଣ୍ଡା ଦଳ: ବ୍ରାଏନ ମସବା (ଅଧିନାୟକ), ରିୟାଜତ  ଅଲି ଶାହ (ଉପଅଧିନାୟକ), କିନିଥ ୱେସବା, ଦିନେଶ,  ଫ୍ରାଙ୍କ ଏନ୍‌ସୁବୁଗା, ରୋନକ ପଟେଲ, ରୋଜ ମୁକାସା, କସ୍‌ମାସ  କ୍ୟୁବୁଟା, ବିଲାଲ ହାସନ, ଫ୍ରେଡ୍‌ ଅଚିଲମ, ରବିନସନ ଓବୁୟା,  ସିମନ ସେସାଜି, ହେନରୀ ସେନୟୋଣ୍ଡୋ, ଅଳ୍ପେଶ ରାମଜାନି,  ଜୁମା ମିୟାଜି । ଅତିରିକ୍ତ- ରୋନାଲ୍ଡ ଲୁଟାୟା, ଇନୋସେଣ୍ଟ ମବେଜ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.