ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ ଏହି ଟିମ୍ ସହ ଖେଳିବ ଫାଇନାଲ ! ବ୍ରାୟନ ଲାରାଙ୍କ ଭବିଷ୍ୟବାଣୀ ଶୁଣି ଉଡ଼ିଯିବ ହୋଶ୍

ନୂଆଦିଲ୍ଲୀ, ୮/୫ :  ଏ‌ବେ ଆଇପିଏଲ୍ ୨୦୨୪ର ରୋମାଞ୍ଚ ଫ୍ୟାନ୍ସଙ୍କ ମୁଣ୍ଡ ଉପରେ ରହିଛି । କିନ୍ତୁ ଏହାପରେ ଟି -୨୦ ବିଶ୍ବକପ ଆରମ୍ଭ ହୋଇଯିବ । ଯାହାକୁ ନେଇ ବରିଷ୍ଠ କ୍ରିକେଟର ବ୍ରାୟନ ଲାରା ବହୁତ ବଡ଼ ଭବିଷ୍ୟବାଣୀ ଦେଇଛନ୍ତି । ଲାରାଙ୍କ ଅନୁସାରେ ସୂର୍ଯ୍ୟକୁମାର ଯାଦବଙ୍କୁ ଗୋଟିଏ କ୍ରମ ଉପରେ ବ୍ୟାଟିଂ କରିବାକୁ ଆସିବା ଆବଶ୍ୟକ । ସେହିଭଳି ସେ ଭାରତକୁ ବିଶ୍ବକପ ଫାଇନାଲରେ ପ୍ରବେଶ କରିବାକୁ ଆଶା ରଖିଛନ୍ତି । ପ୍ରକାଶ ଯେ, ଭାରତୀୟ ଟିମ୍ ୨୦୨୨ରେ ହୋଇଥିବା ଟି-୨୦ବିଶ୍ବକପର ସେମିଫାଇନାଲରେ ଇଂଲଣ୍ଡଠାରୁ ହାରି ବାହାରି ଯାଇଥିଲା। ଏଥର ଲାରା ଭାରତୀୟ ଟିମ୍‌ଠାରୁ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି ।

ବ୍ରାୟନ ଲାରା କହିଛନ୍ତି କି, ମୋର ପରାମର୍ଶ ଏହା ରହିବ କି ସୂର୍ଯ୍ୟକୁମାର ଯାଦବ ନମ୍ବର-୩ରେ ବ୍ୟାଟିଂ କରନ୍ତୁ । ସେ ଟି-୨୦କ୍ରିକେଟର ମହାନତମ ବ୍ୟାଟରଙ୍କ ମଧ୍ୟରୁ ଜଣେ । ଆପଣ ସାର ବିବ ରିଚର୍ଡସଙ୍କ ଭଳି ଖେଳାଳୀଙ୍କୁ ପଚାରିବେ ତ ସେ ଆପଣଙ୍କୁ କହିବେ କି ତାଙ୍କ ଭିତରେ ମଧ୍ୟମ ଅର୍ଡ଼ରରେ ବ୍ୟାଟିଂର କେତେ ଉତ୍ସାହ ରହୁଥିଲା । ମୋତେ ସୂର୍ଯ୍ୟକୁମାରଙ୍କଠାରେ ବି ସେହି ଉତ୍ସାହ ଦେଖିବାକୁ ମିଳୁଛି । ସେ ଯେତେ ଶୀଘ୍ର ପଡ଼ିଆରେ ଓହ୍ଲାଇବେ ସେତିକି ଭଲ ରହିବ । ସେ ଓପନିଂ ବ୍ୟାଟର ନୁହନ୍ତି ଏବଂ ସୂର୍ଯ୍ୟ ଯଦି ୧୦-୧୫ଓଭର ବ୍ୟାଟିଂ କରିପାରନ୍ତି ତ ଟିମକୁ ବିଜୟର ସ୍ଥିତିକୁ ଆଣିଦେବେ । 

ସୂର୍ଯ୍ୟକୁମାର ଯାଦବ ସାଧାରଣତ ନମ୍ବର ୪ରେ ବ୍ୟାଟିଂ କରୁଛନ୍ତି । ସେ ଏବେ ପର୍ଯ୍ୟନ୍ତ ଭାରତ ଲାଗି ନମ୍ବର ୪ରେ ଖେଳି ୫୦ରୁ ଅଧିକ ପ୍ରତିଶତରେ ୧,୪୦୨ରନ୍ କରିଛନ୍ତି । ସେହିଭଳି ନମ୍ବର ୩ରେ ବ୍ୟାଟିଂ କରି ସେ ୧୪ପାଳିରେ ୪୭୯ରନ୍ କରିବାରେ ସଫଳତା ହାସଲ କରିଛନ୍ତି ।

ବ୍ରାୟନ ଲାରା ଟି-୨୦ବିଶ୍ବକପ ୨୦୨୪ର ଫାଇନାଲିଷ୍ଟ ଭବିଷ୍ୟବାଣୀ କରି କହିଛନ୍ତି କି, ଓ୍ବେଷ୍ଟଇଣ୍ଡିଜକୁ ବିଶ୍ବକପରେ ଭଲ କରିବା ଆବଶ୍ୟକ କାରଣ ତାଙ୍କ ପାଖରେ କେତେକ ବଡ଼ ଖେଳାଳୀ ଉପସ୍ଥିତ ଅଛନ୍ତି ଯିଏ ଏକ ଟିମ୍ ରୂପରେ କାମ କରି ଟିମ୍‌କୁ ମଜବୁତ କରିଦେଇଥାନ୍ତି । ଭାରତୀୟ ଟିମର ସିଲେକ୍ଶନକୁ ନେଇ କେତେ ବି କାନ୍ଦ ହୋଇଯାଉ କିନ୍ତୁ ଟିମ୍ ଟପ ୪ରେ ପହଞ୍ଚିଯିବ । ଇଂଲଣ୍ଡର କ୍ୟାରେବିୟାଇ ପିଚରେ ଖେଳିବା ପସନ୍ଦ ଅଟେ । ମୋ ନଜରରେ ଆଫଗାନିସ୍ତାନ ଟପ-୪ରେ ପହଞ୍ଚିବା ସ୍ଥିତିରେ ରହିଛି । ଫାଇନାଲରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟକ୍କର ପୂର୍ବରୁ ହୋଇଥିବା ଭୂଲକୁ କ୍ଷତିପୂରଣ ହୋଇଯିବ । ୨୦୦୭ବିଶ୍ବକପରେ ଭାରତ ଦ୍ବିତୀୟ ପର୍ଯ୍ୟାରେ ପହଞ୍ଚିନଥିଲା । ଯାହାର କ୍ଷତି ଆମକୁ ଭୋଗିବାକୁ ପଡ଼ିଥିଲା । ଆମେ ପୁଣି ଥରେ ସେହି ସ୍ଥିତିକୁ ନ ଯିବାକୁ ଚାହୁଁଛୁ । ମୋ ଅନୁସାରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ଫାଇନାଲରେ ଟକ୍କର ଏବଂ ଆଶା ରଖିଛି କି ସର୍ବଶ୍ରେଷ୍ଠ ଟିମ୍ ଜିତିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.