ହାଇଦ୍ରାବାଦ: ଆୟୁଷ ବଦୋନି ଏବଂ ନିକୋଲାସ ପୁରନଙ୍କ ଦମଦାର ବ୍ୟାଟିଂ ବଳରେ ଲକ୍ଷ୍ନୌ ୧୬୫ ରନ୍ କରିଛି । ଆଜି କ୍ବିଣ୍ଟନ ଡିକକ୍ (୨), ମାର୍କସ ଷ୍ଟୋଇନିସ୍ (୩), କେଏଲ ରାହୁଲ (୨୯) ଏବଂ କୃଣାଲ ପାଣ୍ଡ୍ୟା (୨୪) ଆଉଟ୍ ହୋଇଥିଲେ ମଧ୍ୟ ବଦୋନିଙ୍କ ଅପରାଜିତ ୫୫ ଏବଂ ପୁରନଙ୍କ ଅପରାଜିତ ୪୮ ରନ୍ ଦଳକୁ ସମ୍ମାନଜନକ ସ୍କୋର କରିବାରେ ସହାୟକ ହୋଇଛି । ସନରାଇଜର୍ସ ହାଇଦ୍ରାବାଦକୁ ୧୬୬ ରନ୍ ଟାର୍ଗେଟ ଦେଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ।
ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଆଇପିଏଲର ୫୭ ତମ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ରେ ଲକ୍ଷ୍ନୌ ଏବଂ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି । ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ସେପଟେ ହାଇଦ୍ରାବାଦର ବୋଲର ଲକ୍ଷ୍ନୌକୁ ବଡ଼ ସ୍କୋର କରିବାକୁ ରୋକିଥିଲେ । ଭୁବନେଶ୍ବର କୁମାର ୪ ଓଭର ବୋଲିଂ କରିବା ସହ କେବଳ ୧୨ ରନ୍ ଦେଇ ୨ ଓ୍ବିକେଟ ନେଇଛନ୍ତି । ତାଙ୍କ ପରେ ପାଟ କମିନ୍ସ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।
ଆଇପିଏଲର ପଏଣ୍ଟ ଟେବୁଲ୍ କଥା କହିଲେ, ସନରାଇର୍ଜସ ହାଇଦ୍ରାବାଦ ୧୧ରୁ ୬ଟି ମ୍ୟାଚ୍ରେ ବିଜୟୀ ହୋଇ ୪ ନମ୍ବର ସ୍ଥାନରେ ରହିଛି । ସେହିଭଳି ୧୧ରୁ ୬ଟି ମ୍ୟାଚ୍ରେ ବଜୟୀ ହୋଇଥିଲେ ହେଁ ଲକ୍ଷ୍ନୌ ଖରାପ ରନ ରେଟ୍ କାରଣରୁ ୬ ନମ୍ବର ସ୍ଥାନରେ ରହିଛି । ଆଜିର ମ୍ୟାଚ୍ରେ ଯେଉଁ ଟିମ୍ ଜିତିବ ପଏଣ୍ଟ ଟେବୁଲର ଉପରକୁ ଉଠିବ ।