ପ୍ରମୂଖ ଖବର
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି, ଦୀର୍ଘ ୫ ବର୍ଷ ପରେ ଚୀନ୍‌ ନାଗରିକଙ୍କୁ ମିଳିବ ପର୍ଯ୍ୟଟକ ଭିସା

Published By : Tapas Panda | July 23, 2025 4:13 PM

Image Courtesy: studentorg

ନୂଆଦିଲ୍ଲୀ: ଦୀର୍ଘ ପାଞ୍ଚ ବର୍ଷ ପରେ ଭାରତ ସରକାର ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟା ୨୪ ଜୁଲାଇ, ୨୦୨୫ ରୁ ପୁଣି ଆରମ୍ଭ ହେବ। ବେଜିଂରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି । ସୂଚନାଯୋଗ୍ୟ ଯେ, ୨୦୨୦ ମାର୍ଚ୍ଚରେ କୋଭିଡ୍ -୧୯ ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସମସ୍ତ ପର୍ଯ୍ୟଟନ ଭିସାକୁ ଅସ୍ଥାୟୀ ଭାବରେ ସ୍ଥଗିତ କରିଥିଲା । ସେବେଠାରୁ ଚୀନ୍ ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ ଥିଲା । ଦୂତାବାସ ସ୍ପଷ୍ଟ କରିଛି ଯେ, ବେଜିଂରେ ଥିବା ଭାରତୀୟ ଭିସା କେନ୍ଦ୍ରରେ ପାସପୋର୍ଟ ଫେରସ୍ତ ପାଇଁ ଆବେଦନ କରିବା ସମୟରେ ଏକ ସଠିକ୍ ଦସ୍ତଖତ ଥିବା 'ପାସପୋର୍ଟ ପ୍ରତ୍ୟାହାର ପତ୍ର' ବାଧ୍ୟତାମୂଳକ ହେବ । 

ଜୁନ୍ ୨୦୨୦ ରେ କୋଭିଡ-୧୯ ମହାମାରୀ ଏବଂ ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଯାତ୍ରା ଏବଂ ପାରସ୍ପରିକ ଯୋଗାଯୋଗ ପ୍ରାୟ ସ୍ଥଗିତ ହୋଇଯାଇଥିଲା । ପରେ ଚୀନ୍, ଭାରତୀୟ ଛାତ୍ର ଏବଂ ବ୍ୟବସାୟୀଙ୍କୁ ଭିସା ଦେବା ଆରମ୍ଭ କରିଥିଲା, କିନ୍ତୁ ସାଧାରଣ ଯାତ୍ରା ଉପରେ କଟକଣା ଜାରି ରହିଥିଲା। ଗଲୱାନ ଉପତ୍ୟକା ଘଟଣା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ୧୯୬୨ ଯୁଦ୍ଧ ପରେ ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଥିଲା। ତଥାପି ପରେ ଅନେକ ପର୍ଯ୍ୟାୟ କୂଟନୈତିକ ଏବଂ ସାମରିକ ଆଲୋଚନା ମାଧ୍ୟମରେ ପାଙ୍ଗଙ୍ଗ ହ୍ରଦ, ଗଲୱାନ ଏବଂ ହଟ୍ ସ୍ପ୍ରିଙ୍ଗସ୍ ଭଳି ଅନେକ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିଥିଲେ ଉଭୟ ଦେଶ । 

ଅକ୍ଟୋବର ୨୦୨୪ରେ, ଡେପସାଙ୍ଗ ଏବଂ ଡେମଚୋକ୍ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ମଧ୍ୟ ଏକ ଚୁକ୍ତି ହୋଇଥିଲା। ଏହାର କିଛି ଦିନ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷର କାଜାନରେ ସାକ୍ଷାତ କରିଥିଲେ । ଯେଉଁଥିରେ ଦ୍ୱିପାକ୍ଷିକ ସମ୍ପର୍କକୁ ପୁଣିଥରେ ଟ୍ରାକକୁ ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଏବେ ଭାରତ ଏବଂ ଚୀନ୍ ଉଭୟ ସମ୍ପର୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏଥିପାଇଁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବା ଏବଂ କୈଳାସ ମାନସରୋବର ଯାତ୍ରାକୁ ପୁନଃ ଆରମ୍ଭ କରିବାର ଯୋଜନା ରହିଛି। କୋଭିଡ୍ ଯୋଗୁଁ ଏହି ଯାତ୍ରା ବନ୍ଦ ହୋଇଯାଇଥିଲା। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ କହିଛନ୍ତି ଯେ, ଭାରତ-ଚୀନ୍ ସମ୍ପର୍କ ଧୀରେ ଧୀରେ ସଠିକ୍ ଦିଗରେ ଅଗ୍ରସର ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.